ନିର୍ଭୟା ମାମଲା: ଫାଶୀକୁ ନେଇ ତେଜୁଛି ରାଜନୀତି

ନିର୍ଭୟା ମାମଲାରେ ଆସିଛି ଟ୍ୱିଷ୍ଟ। ପୂର୍ବରୁ ଦିଲ୍ଲୀର ପଟିଆଲା ହାଉସ ଦେଇଥିବା ଫାଶୀ ଦଣ୍ଡାଦେଶକୁ ଅଭିଯୁକ୍ତ ମୁକେଶ ଚ୍ୟାଲେଞ୍ଜ କରିଛି। ରାଷ୍ଟ୍ରପତିଙ୍କ ନିକଟକୁ ରାଜକ୍ଷମା ପାଇଁ ଆବେଦନ କରିଛି। ଫଳରେ ପଟିଆଲା ହାଉସ ଦେଇଥିବା ଫାଶୀ ଦଣ୍ଡାଦେଶ ଉପରେ ରୋକ ଲାଗିଛି। ଆସନ୍ତା ୨୨ ପରିବର୍ତ୍ତେ ତାହା ବିଳମ୍ବରେ ହେବ ବୋଲି ସୂଚନା ମିଳିଛି।  

ନିର୍ଭୟା ମାମଲା: ଫାଶୀକୁ ନେଇ ତେଜୁଛି ରାଜନୀତି
ଫାଶୀକୁ ନେଇ ତେଜୁଛି ରାଜନୀତି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆସିଛି ଟ୍ୱିଷ୍ଟ। ପୂର୍ବରୁ ଦିଲ୍ଲୀର ପଟିଆଲା ହାଉସ ଦେଇଥିବା ଫାଶୀ ଦଣ୍ଡାଦେଶକୁ ଅଭିଯୁକ୍ତ ମୁକେଶ ଚ୍ୟାଲେଞ୍ଜ କରିଛି। ରାଷ୍ଟ୍ରପତିଙ୍କ ନିକଟକୁ ରାଜକ୍ଷମା ପାଇଁ ଆବେଦନ କରିଛି। ଫଳରେ ପଟିଆଲା ହାଉସ ଦେଇଥିବା ଫାଶୀ ଦଣ୍ଡାଦେଶ ଉପରେ ରୋକ ଲାଗିଛି। ଆସନ୍ତା ୨୨ ପରିବର୍ତ୍ତେ ତାହା ବିଳମ୍ବରେ ହେବ ବୋଲି ସୂଚନା ମିଳିଛି।  

ତେବେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ଅଭିଯୁକ୍ତମାନଙ୍କ ରାଜକ୍ଷମା ଯାଚିକା ଉପରେ ଦିଲ୍ଲୀ ସରକାର ଏବଂ ତିହାର ଜେଲ ପ୍ରଶାସନକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ମାନ୍ୟବର କୋର୍ଟ। କୋର୍ଟଙ୍କ ଏହି ସମାଲୋଚନା ପରେ ଦିଲ୍ଲୀ ସରକାର ରାଜକ୍ଷମାକୁ ଖାରଜ କରିଦେବା ପାଇଁ କେନ୍ଦ୍ର ସରକାରଙ୍କୁ  ଅନୁରୋଧ କରିଥିବା ଜଣାପଡ଼ିଛି। ଧାର୍ଯ୍ୟ ତାରିଖରେ ଫାଶୀ ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ଦିଲ୍ଲୀ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି।  

ବିଜେପି ମୁଖପାତ୍ର ମିନାକ୍ଷୀ ଲେଖୀ କହିଛନ୍ତି କି, ଦିଲ୍ଲୀ ସରକାର ହାଇଦ୍ରାବାଦ ଘଟଣାକୁ ଦେଖିବା ପରେ ନିଶ୍ଚିତ ହୋଇ ଯାଇଥିଲା ଯେ, ମାମଲା ନିଶ୍ଚିତ ପକ୍ଷେ ରାଜ୍ୟ ସରକାରଙ୍କ ନିକଟକୁ ଆସିବ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟକୁ ଫାଇଲ ପଠାଇବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି କି, ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ ମେହରା ଫାଶୀ କିପରି ଧାର୍ଯ୍ୟ ଦିନରେ ନ ହୋଇ ପାରିବ ସେନେଇ ପ୍ରୟାସ ଜୋରଦାର କରିଛନ୍ତି। ତେବେ କୋର୍ଟ ପକ୍ଷରୁ ଯେତେବେଳେ ସମାଲୋଚନାର ଶୀକାର ହେଲେ, ସେତେବେଳେ ରାଜକ୍ଷମା ଖାରଜ କରିଦେଇ ଗଭର୍ଣ୍ଣରଙ୍କ ମାଧ୍ୟମରେ କେନ୍ଦ୍ରକୁ ପଠାଇଥିବା ସେ କହିଥିଲେ।  

ସେ ଆହୁରି ମଧ୍ୟ କହିଥିଲେ କି, ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସେମାନଙ୍କର କଥା ଏବଂ କାର୍ଯ୍ୟ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଆପ ସରକାର ଲୋକମାନଙ୍କ ଆଖିରେ ଧୁଳି ଦେଇ ଦିଲ୍ଲୀବାସୀଙ୍କୁ ଅନ୍ଧାରରେ ରଖିଛନ୍ତି ବୋଲି ସେ କହିଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ମହିଳା ଆୟୋଗ ଆପ ସରକାରଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି, ମାମଲାରେ ନିର୍ଦ୍ଦୋଶକୁ ନ୍ୟାୟ ଏବଂ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କରିବାରେ ଏହା ଏକ ବିଳମ୍ବ ପ୍ରକ୍ରିୟା। ଏଥିପାଇଁ ମୁ ଏହାକୁ ନିନ୍ଦା କରୁଛି। ସେମାନଙ୍କୁ କୋର୍ଟ ଦେଇଥିବା ତାରିଖ ଦିନ ହିଁ ଫାଶୀ ଖୁଣ୍ଟରେ ଝୁଲାଯିବାର ଆବଶ୍ୟକ ରହିଛି।