ନିର୍ଭୟା ମାମଲା: ପୁଣି ଘୁଞ୍ଚିବ ଫାଶୀ ତାରିଖ !
Advertisement

ନିର୍ଭୟା ମାମଲା: ପୁଣି ଘୁଞ୍ଚିବ ଫାଶୀ ତାରିଖ !

କ୍ୟୁରେଟିଭ ପିଟିସନ ଆବେଦନ କଲା ନିର୍ଭୟା ଅଭିଯୁକ୍ତ ପବନ ଗୁପ୍ତା... 

ନିର୍ଭୟା ମାମଲା: ପୁଣି ଘୁଞ୍ଚିବ ଫାଶୀ ତାରିଖ !

ନୂଆଦିଲ୍ଲୀ: ପୁଣି ଘୁଞ୍ଚିବ ଫାଶୀ ତାରିଖ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ପବନ ଗୁପ୍ତା କ୍ୟୁରେଟିଭ ପିଟିସନ ଆବେଦନ କରିବା ପରେ ଏଭଳି କିଛି ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟୁରେଟିଭରେ ଫାଶୀ ଦଣ୍ଡାଦେଶକୁ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ସେ ଅନୁରୋଧ କରିଛି। 

ସୂଚନା ମୁତାବକ ଆସନ୍ତା ୩ ତାରିଖ ସକାଳ ୬ଟାରେ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ସମୟ ଧାର୍ଯ୍ୟ କରିଥିଲେ। ତେବେ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ କେବଳ ପବନ ନିକଟରେ ଦୁଇଟି ବିକଳ୍ପ ବାକି ରହିଛି। ଅନ୍ୟ ତିନି ଅଭିଯୁକ୍ତଙ୍କ ସମସ୍ତ ବିକଳ୍ପ ଶେଷ ହୋଇଛି। 

ସେପଟେ ପବନ ନିକଟରେ ଫାଶୀରୁ ବର୍ତ୍ତିବା ପାଇଁ ପବନ ନିକଟରେ ଦୁଇଟି ବିକଳ୍ପ ବାକି ରହିଥିଲା। ସେଥି ମଧ୍ୟରୁ ଗୋଟିଏ ହେଉଛି କ୍ୟୁରେଟିଭ ପିଟିସନ ଓ ଅନ୍ୟଟି ରାଜକ୍ଷମା ଆବେଦନ। ତେବେ ଆଜି ପବନ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି। କ୍ୟୁରେଟିଭ ପିଟିସନ ଆବେଦନ କରିବା ପରେ ଆଗାମୀ ୩ ତାରିଖରେ ହେବାକୁ ଥିବା ଫାଶୀ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି।