କୋରୋନା ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା
Advertisement

କୋରୋନା ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

କୋରୋନା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା: ଲାଭବାନ ହେବେ ଏହି ଏହି ବର୍ଗର ବ୍ୟକ୍ତି

Finance Minister Nirmala Sitaraman

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ପାଇଁ ହା ହାକାର ବ୍ୟାପିଥିବାବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କେରୋନା ମୁକାବିଲା ପାଇଁ ବିଭିନ୍ନ ବର୍ଗ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ସର୍ବପ୍ରଥମେ ନିର୍ମଳା ଦେଶରେ ଯେପରି କେହି ଭୋକରେ ନ ରୁହନ୍ତି ସେ ନେଇ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ପ୍ରବାସୀ ଶ୍ରମିକ ଏବଂ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗରିବଙ୍କ ପରି ତୁରନ୍ତ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ । ପ୍ୟାକେଜର ମୂଲ୍ୟ 1।7 ଲକ୍ଷ କୋଟି ଟଙ୍କା । ଏହି ଯୋଜନାରେ ଗରିବ ଲୋକଙ୍କୁ ୫କେଜି ଚାଉଳ ଯୋଗାଇ ଦିଆଯିବା ସହିତ ଏକ କେଜି ଡାଲି ମଧ୍ୟ ତିନିମାସ ପାଇଁ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । 

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମଧ୍ୟ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ନିର୍ମଳା । ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ନିଜ ଜୀବନକୁ ବାଜିରେ ଲଗାଇ କାମରେ ଲାଗିଛନ୍ତି । ତେଣୁ ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଜମା କରାଯାଇଛି । 

୬୦ ବର୍ଷରୁ ଉର୍ଦ୍ଧ୍ୱ ସିନିୟର ସିଟିଜନ, ବିଧବା  ଭତ୍ତା ପାଉଥିବା ଭିଧବାଙ୍କ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା କରିଛନ୍ତି ନିର୍ମଳା । ଏହି ପ୍ୟାକେଜ ମୁତାବକ ଦେଶରେ ଥିବା ୩କୋଟି ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଓ ବିଧବାଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ । ଏହି ଅର୍ଥରାଶି ଦୁଇଟି କିସ୍ତିରେ ଟିଡିପି ମୋଡରେ  ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ।

ଏତଦ୍ ବ୍ୟତୀତ ଉଜ୍ୱଳା ଯୋଜନାରେ ଅର୍ନ୍ତଭୁକ୍ତ ସମସ୍ତଙ୍କୁ ଆଗୁଆ ୩ଟି ଲେଖାଏଁ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଜନଧନ ଆକାଉଣ୍ଟ ଖାତାଧାରି ପ୍ରତ୍ୟେକ ମହିଳାଙ୍କ ଖାତାକୁ ୫୦୦ ଟଙ୍କା ଲେଖାଏଁ ତିନି ମାସ ଯାଏ ଡିପୋଜିଟ କରାଯିବ । ଏହା ଦ୍ୱାରା ୨୦ କୋଟି ଜନଧନ ଖାତା ଧାରି ମହିଳା ଲାଭବାନ ହେବେ । ଯଦ୍ୱାରା ଏହିଭଳି ସ୍ଥିତରେ କାହାର ଖାତା ଖାଲି ରହିବ ନାହିଁ କିମ୍ୱା କେହି ଭୋକରେ ରହିବେ ନାହିଁ ।