• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।

ଆଜି 'ମହା'ମଞ୍ଚରେ ଗଡ଼କରୀ-ଭାଗବତ

ମହାରାଷ୍ଟ୍ର ରାଜନୀତିର ଗତି କୁଆଡେ ? ଦିଶା ଦେବ କି 'ଭାଗବତ' ପାଠ ?

ଆଜି 'ମହା'ମଞ୍ଚରେ ଗଡ଼କରୀ-ଭାଗବତ
ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ମହାରାଷ୍ଟ୍ର ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ । ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।।।।  ବିଜେପି-ଶିବସେନା ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବାବେଳେ ଗୋଟିଏ ମଞ୍ଚରେ ଉଭୟ ନେତାଙ୍କ ଉପସ୍ଥିତି ବେଶ୍ ଗୁରୁତ୍ୱବହନ କରୁଛି । 

ଆମେ ଏଥିପାଇଁ ଏକଥା କହୁଛୁ ଯେ, ନେତୃତ୍ୱକୁ ନେଇ ୨ ସପ୍ତାହ ହେଲା ବିଜେପି ଓ ଶିବସେନା ଭିତରେ ବିବାଦ ଲାଗି ରହିଛି । ଯେଉଁଥିପାଇଁ ମହାରାଷ୍ଟ୍ରରେ ସରକାର ଗଠନ ହୋଇପାରୁନାହିଁ ।  ଏହାର ସମାଧାନ ପାଇଁ ସଂଘ ମୁଖ୍ୟ ମୋହନ ଭାଗବତ ଏବଂ ସଂଘର ମାନସ ପୁତ୍ର କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲା ଶିବସେନା । ଗତକାଲି ଭାଗବତ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଆଲୋଚନା କରିଥିଲେ । 

ତେବେ ଆଜି ଗଡ଼କରୀ ଓ ଭାଗବତ ଏନେଇ କିଛି ନିଷ୍ପତ୍ତି ନେଇପାରନ୍ତି । ସଂଘ ମୁଖ୍ୟଙ୍କ ପରାମର୍ଶ, ଉଭୟ ବିଜେପି ଓ ଶିବସେନା ଅମାନ୍ୟ କରିପାରିବେ ନାହିଁ । ବର୍ତ୍ତମାନ ସ୍ଥିତିରେ ରାଜଧର୍ମ କ'ଣ ହେବା ଦରକାର, ତାହା ପାଠ ପଢାଇବେ ଭାଗବତ । 'ଭାଗବତ' ପାଠ ମହାରାଷ୍ଟ୍ର ରାଜନୀତିକୁ କେଉଁ ଦିଶା ଦେଉଛି, ତାକୁ ନେଇ ସାରା ଦେଶର ନଜର ରହିଛି ।