ଦିଲ୍ଲୀ ଅଗ୍ନିକାଣ୍ଡ: ସହାୟତା ରାଶି ଘୋଷଣା କଲେ ବିହାର ସରକାର
Advertisement

ଦିଲ୍ଲୀ ଅଗ୍ନିକାଣ୍ଡ: ସହାୟତା ରାଶି ଘୋଷଣା କଲେ ବିହାର ସରକାର

ରାଜଧାନୀ ପାଇଁ ଅଶୁଭ ପାଲଟିଛି ରବିବାର ସକାଳ । ଛୁଟି ଦିନର ସକାଳରେ ଯେ ଏମିତି ଏକ ଘଟଣା ଘଟିବ, କେହି ବି ଭାବି ନଥିବେ । ଛାତିଥରା ଅଗ୍ନିକାଣ୍ଡ । ରାଣୀ ଝାନସୀ ରୋଡରେ ଥିବା ଅନାଜ ମଣ୍ଡିର ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ସହାୟତା ରାଶି ଘୋଷଣା କରିଛନ୍ତି ବିହାର ସରକାର ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରାଜଧାନୀ ପାଇଁ ଅଶୁଭ ପାଲଟିଛି ରବିବାର ସକାଳ । ଛୁଟି ଦିନର ସକାଳରେ ଯେ ଏମିତି ଏକ ଘଟଣା ଘଟିବ, କେହି ବି ଭାବି ନଥିବେ । ଛାତିଥରା ଅଗ୍ନିକାଣ୍ଡ । ରାଣୀ ଝାନସୀ ରୋଡରେ ଥିବା ଅନାଜ ମଣ୍ଡିର ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ସହାୟତା ରାଶି ଘୋଷଣା କରିଛନ୍ତି ବିହାର ସରକାର ।

ତେବେ ଏହି ଅଗ୍ନିକାଣ୍ଡରେ ବିହାରର ମୃତକଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେହିପରି ପ୍ରଧାନମନ୍ତ୍ରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ସହାୟତା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ବିଜେପି ଦଳୀୟ ପାଣ୍ଡିରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛି ।

ଆହୁରି ପଢନ୍ତୁ; Fire in Delhi Factory: ମାଲିକଙ୍କ ଭାଇଙ୍କୁ ହେପାଜତକୁ ନେଲା ପୋଲିସ