• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ପୋଲ ନାହିଁ; ହଇରାଣ ହେଉଛନ୍ତି ଗାଁ ଲୋକେ

ରାସ୍ତାରେ ରହିଛି ଘାଗରା ନାଳ । ଚଳିତ ବର୍ଷ ଲଗାଣ ବର୍ଷାରେ ନାଳ ଉପରେ ନିର୍ମାଣ ହୋଇଥିବା ପୋଲଟି ଭାଙ୍ଗି ଯାଇଛି ।  ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୨ଟି ଗାଁର ଶତାଧିକ ଲୋକେ ବର୍ଷା ଦିନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । 

ପୋଲ ନାହିଁ; ହଇରାଣ ହେଉଛନ୍ତି ଗାଁ ଲୋକେ

ଆନନ୍ଦପୁର: ଗାଁ ବିକାଶକୁ ପ୍ରାଥମିକତା ଦେଇଥିବା ଏବଂ ତୁରନ୍ତ ସମସ୍ୟା ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଉଥିବାବେଳ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ମଠ ସାହି ଗାଁରେ ଏହା ଫେଲ ମାରିଛି । ଲଗାଣ ବର୍ଷାରେ  ପୋଲ ଭାଙ୍ଗିଯାଇଛି । ବହୁ ଅସୁବିଧାରେ ଲୋକମାନେ ଯାତାୟତ କରୁଛନ୍ତି । ଏହି ରାସ୍ତାରେ ଚାରିଚକିଆ ଯାନ ତଥା ନିଆଁ ଲାଗିଲେ ଦମକଳ ଓ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନସ ଆସିପାରୁନାହିଁ । 

ରାସ୍ତାରେ ରହିଛି ଘାଗରା ନାଳ । ଚଳିତ ବର୍ଷ ଲଗାଣ ବର୍ଷାରେ ନାଳ ଉପରେ ନିର୍ମାଣ ହୋଇଥିବା ପୋଲଟି ଭାଙ୍ଗି ଯାଇଛି ।  ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୨ଟି ଗାଁର ଶତାଧିକ ଲୋକେ ବର୍ଷା ଦିନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପରେ ନାଳ ଉପରେ ପୋଲ ନିର୍ମାଣ କରାଯାଇଥିଲା । ହେଲେ  ନିମ୍ନମାନର କାମ ଯୋଗୁ ପୋଲଟି ଭାଙ୍ଗି ଯାଇଛି । ପୋଲ କାମ ଚାଲିଥିବା ବେଳେ ଯନ୍ତ୍ରୀ ସଠିକ ତଦାରଖ କରିନଥିବା ଅଭିଯୋଗ ହୋଇଛି । ଏପରିକି ଠିକାଦାରଙ୍କ ଲାଭଖୋର ମନୋଭାବ ପୋଲ ଭାଙ୍ଗିବାର ମୁଖ୍ୟ କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

Tags: