ପ୍ରକାଶିତ ଖବରକୁ ଖଣ୍ଡନ କଲା ମନ୍ତ୍ରଣାଳୟ
Trending Photos
)
ନୂଆଦିଲ୍ଲୀ: ୨୧ ଦିନିଆ ଲକ ଡାଉନ ଶେଷ ହେବା ପରେ ସ୍ୱାଭାବିକ ହେବ ରେଳ ଚଳାଚଳ। ଏଥିପାଇଁ ରେଳ ଟିକଟ ପାଇଁ ମଧ୍ୟ ବୁକିଂ ଆରମ୍ଭ ହୋଇଥିଲା। ମାତ୍ର ଏହାକୁ ଖାରଜ କରିଛି ରେଳ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ କହିଛି ଲକଡାଉନ ଶେଷ ହେବା ପରେ ମଧ୍ୟ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ରେଳ ଚଳାଚଳ କରାଯାଇ ପାରିବ ନାହିଁ। ଫଳରେ ରେଳ ଚଳାଚଳ ନେଇ କୌଣସି ଯୋଜନା ପ୍ରସ୍ତୁତ କରାଯାଇ ନାହିଁ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।
ମନ୍ତ୍ରଣାଳୟ କହିଛି ଯେ, ରେଳ ଚଳାଚଳ ନେଇ ବିଗତ କିଛି ଦିନ ହେବ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଲକଡାଉନ ଶେଷ ହେବା ପରେ ରେଳ ଚଳାଚଳକୁ ନେଇ ଯେଉଁ ଖବର ପ୍ରକାଶ ପାଉଛି, ତାହା ସବୁ ଭୁଲ। ରେଳ ଚଳାଚଳ ନେଇ ସବିଶେଷ ବିବରଣୀ ସୂଚନା ପ୍ରଦାନ କରାଯିବ। ଲକଡାଉନ ପରେ ତୁରନ୍ତ ରେଳସେବା ଆରମ୍ଭ କରିବା ନେଇ କୌଣସି ଯୋଜନା ନାହିଁ। ପରବର୍ତ୍ତି ସୂଚନା ପର୍ଯ୍ୟନ୍ତ ଆପଣମାନେ ଅପେକ୍ଷା କରନ୍ତୁ। ରେଳ ଚଳାଚଳ ନେଇ ଆପଣଙ୍କୁ ସୂଚନା ଦିଆଯିବ ବୋଲି ବିଭାଗ କହିଛି।
Certain media reports have come on a post lockdown "restoration plan" with train details,frequency etc. It is to clarify that no such plan regarding the resumption of passenger services has been issued.All concerned would be duly informed about any further decision in this regard
— Ministry of Railways (@RailMinIndia) April 4, 2020
ସୂଚନା ଯୋଗ୍ୟ ବର୍ତ୍ତମାନ ସମଗ୍ର ବିଶ୍ୱରେ କୋରୋନା ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଏହାର ପ୍ରଭାବ ଭାରତରେ ମଧ୍ୟ ଧିରେଧିରେ ବୃଦ୍ଧି ପାଉଛି। ଦିଲ୍ଲୀର ମରକଜରେ ତବଲିଗି ଜମାତ ଯୋଗୁଁ ଭାରତରେ କୋରୋନା ମାମଲାରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ବର୍ତ୍ତମାନ ସୁଦ୍ଧା ଓ୍ୱାର୍ଲଡ ମିଟର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିଭଳି ୮୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଓ୍ୱାର୍ଲଡ ମିଟର ସୂଚନା ଦେଇଛି।