close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଖଟିଆରେ ବୁହାହେଲେ ଗର୍ଭବତୀ, ଆସିଲାନି ୧୦୨ ଆମ୍ବୁଲାନ୍ସ

ଖଟିଆରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ। ଏହା କୌଣସି ଆଦିବାସୀ ବା ଉପାନ୍ତ ଜିଲ୍ଲାର ଘଟଣା ନୁହଁ। ରାସ୍ତା ଖରାପ ଥିବାରୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଦୁଇ କିଲୋମିଟର  ପର୍ଯ୍ୟନ୍ତ ଅନ୍ଧାର ରାତିରେ ଖଟିଅରେ ଗର୍ଭବତୀ ମହିଳାଙ୍କୁ ଅଣାଯାଇଥିଲା।

ଖଟିଆରେ ବୁହାହେଲେ ଗର୍ଭବତୀ, ଆସିଲାନି ୧୦୨ ଆମ୍ବୁଲାନ୍ସ

ସୁବର୍ଣ୍ଣପୁର: ଖଟିଆରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ। ଏହା କୌଣସି ଆଦିବାସୀ ବା ଉପାନ୍ତ ଜିଲ୍ଲାର ଘଟଣା ନୁହଁ। ଘଟଣା ଘଟିଛି  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ୍‌ରେ।

ସୂଚନା ଅନୁସାରେ ଗତକାଲି ବିଳମ୍ୱିତ ରାତିରେ ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ଦୁର୍ଜୁନତୈଲା ପଞ୍ଚାୟତ ମସିଣାପାଲି ଗାଁର ଲଳିତା ଭୋଇଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ଫଳରେ ପରିବାର ଲୋକ ତୁରନ୍ତ ଆଶା ଦିଦିଙ୍କି ଖବର ଦେଇଥିଲେ। ଆଶା ଦିଦି  ଗର୍ଭବତୀ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଫୋନରେ ଯୋଗାଯୋଗ କରିଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଦୁଇ କିଲୋମିଟର  ପର୍ଯ୍ୟନ୍ତ ଅନ୍ଧାର ରାତିରେ ଖଟିଅରେ ଗର୍ଭବତୀ ମହିଳାଙ୍କୁ ଅଣାଯାଇଥିଲା।

ଏନେଇ ଆଶା ଦିଦି କଲ୍ୟାଣୀ ପଣ୍ଡା କହିଛନ୍ତି, “ଆମେ ଏକ ଖଟିଆରେ ବୋହିକି ପ୍ରସୂତିଙ୍କୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଆଣିଲୁ।”

ଆମ୍ୱୁଲାନ୍ସ ଡ୍ରାଇଭର କହିଛନ୍ତି, “ରାସ୍ତା ଖରାପ ଥିବାରୁ ଗାଁକୁ ଗାଡି ଯାଇ ପାରିଲା ନାହିଁ। ଏଥିପାଇଁ ଏଠି ଗାଡ଼ି ଅଟକି ରହିଛି। ରାସ୍ତା ସାରା ଖାଲଖମା ରହିଥିବାରୁ ଗାଡ଼ି ଯାଇ ପାରିବ ନାହିଁ।”

ଚଳିତବର୍ଷ ଅତ୍ୟଧିକ ବର୍ଷା ଯୋଗୁ ମଶିଣାପାଲି ଗାଁକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ତେଣୁ ଗାଁକୁ ଆମ୍ୱୁଲାନ୍ସ ଯାଇପାରି ନଥିବା ଜଣାପଡ଼ିଛି। ରାଜ୍ୟ ସରକାର ୫ଟି ଏବଂ ମୋ ସରକାର ନାଁରେ ଡିଂଡିମ ପିଟୁଥିବାବେଳେ ଏ ଦୃଶ୍ୟ  ସହଜରେ  ଅଂଚଳବାସୀଙ୍କ ଅସୁବିଧା ଅନୁମାନ କରିହେବ।