ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା; ଛାତ୍ରଛାତ୍ରୀଙ୍କ ପାଇଁ ନାହାଁନ୍ତି ଶିକ୍ଷକ
Advertisement

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା; ଛାତ୍ରଛାତ୍ରୀଙ୍କ ପାଇଁ ନାହାଁନ୍ତି ଶିକ୍ଷକ

ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ। ଛାତ୍ରଛାତ୍ରୀଙ୍କ ତୁଳନାରେ ନାହାନ୍ତି ଶିକ୍ଷକ। ପାଠ ପଢିବାରେ ହଇରାଣ ହେଉଛନ୍ତି ପିଲା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀ ପିଛା ସ୍ଵତନ୍ତ୍ର ଖର୍ଛ କରି ଆସୁଛନ୍ତି। ତଥାପି କେଉଁଠି ନା କେଉଁଠି ଶିକ୍ଷା ବ୍ୟବସ୍ଥାର ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଶିକ୍ଷା ଦାନରେ ପ୍ରତିବନ୍ଧକ ଦେଖାଦେଇଛି। 

  • ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ
  • ଛାତ୍ରଛାତ୍ରୀଙ୍କ ତୁଳନାରେ ନାହାନ୍ତି ଶିକ୍ଷକ
  • ପାଠ ପଢିବାରେ ହଇରାଣ ହେଉଛନ୍ତି ପିଲା
  • ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀ ପିଛା ସ୍ଵତନ୍ତ୍ର ଖର୍ଛ କରି ଆସୁଛନ୍ତି
  • ତଥାପି କେଉଁଠି ନା କେଉଁଠି ଶିକ୍ଷା ବ୍ୟବସ୍ଥାର ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଶିକ୍ଷା ଦାନରେ ପ୍ରତିବନ୍ଧକ ଦେଖାଦେଇଛି

Trending Photos

 ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା; ଛାତ୍ରଛାତ୍ରୀଙ୍କ ପାଇଁ ନାହାଁନ୍ତି ଶିକ୍ଷକ

ରାମଚନ୍ଦ୍ର ଦଳେଇ, ନବରଙ୍ଗପୁର: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଉତ୍ତମ ନାଗରିକ ଓ ସଂସ୍କାର, ଛାତ୍ର ଜୀବନ ଗଢିବା ପାଇଁ ଉଚିତ ଶିକ୍ଷାଦାନ ଜରୁରୀ ହୋଇଥାଏ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଆଧାର କରି ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ସରକାରୀ ନିୟମ ମଧ୍ୟ ରହିଛି। ଛାତ୍ରଛାତ୍ରୀ କିପରି ବିଦ୍ୟାଳୟକୁ ନିୟମିତ ଆସିବେ ସେଥିପାଇଁ  ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହି ବସ୍ତାନି, ସ୍କୁଲ ଡ୍ରେସ ଆଦି ପ୍ରଦାନ କରିବାର  ବ୍ୟବସ୍ଥା କରାଯାଇଛି। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀ ପିଛା ସ୍ଵତନ୍ତ୍ର ଖର୍ଛ କରି ଆସୁଛନ୍ତି। ତଥାପି କେଉଁଠି ନା କେଉଁଠି ଶିକ୍ଷା ବ୍ୟବସ୍ଥାର ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଶିକ୍ଷା ଦାନରେ ପ୍ରତିବନ୍ଧକ ଦେଖାଦେଇଛି। 

୧୦ଟି ବ୍ଲକକୁ ନେଇ  ନବରଙ୍ଗପୁର ଜିଲ୍ଲା। ଜିଲ୍ଲାରେ ଦେଖିଦେଇଛି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ  ଶିକ୍ଷକ ନିଯୁକ୍ତି ହେବାର ନିୟମ ରହିଛି। ହେଲେ ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। କେତକ ବିଦ୍ୟାଳୟରେ କମ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ଅଧିକ ସଂଖ୍ୟାରେ ଶିକ୍ଷକ ଶିକ୍ଷୟତ୍ରୀ।   
ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାରେ ପ୍ରଥମରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି  ୨ଲକ୍ଷ ୮ହଜାର ୮୭୯ଜଣ ଛାତ୍ରଛାତ୍ରୀ।  ସେମାନଙ୍କ ପାଇଁ ୬ ହଜାର ୯୬୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର  ୬ହଜାର ୩୦୬ ଜଣ। ଫଳରେ ପାଠପଢାରେ ସମସ୍ୟା ସୃଷ୍ଟି ହେଉଛି। ସେପଟେ  ନିଯୁକ୍ତିରେ  ତ୍ରୁଟି ହୋଇଛି।  ଆଗାମୀ ଦିନରେ ଏହାର ସମାଧାନ  କରାଯିବ ବୋଲି  ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।