ପ୍ଲାଜମା ଥେରେପି ଚିକିତ୍ସାକୁ ମିଳିଲାନି ଅନୁମତି, ସାମ୍ନାକୁ ଆସିଲା ଚମକାଇଦେବା ଭଳି ସୂଚନା
Advertisement

ପ୍ଲାଜମା ଥେରେପି ଚିକିତ୍ସାକୁ ମିଳିଲାନି ଅନୁମତି, ସାମ୍ନାକୁ ଆସିଲା ଚମକାଇଦେବା ଭଳି ସୂଚନା

ଦିଲ୍ଲୀରେ ପ୍ଲାଜମା ଥେରିପା ଦ୍ୱାରା କିଛି କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଧୀରେ ଧୀରେ କୋରୋନା କାୟାବିସ୍ତାର କରୁଥିବା ବେଳେ ଏଥିରୁ ରକ୍ଷାପାଇବା ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଜାରିରଖିଛନ୍ତି । ଏହି ଭାଇରସ୍ ପାଇଁ ଟୀକା କିମ୍ବା ଔଷଧ ପ୍ରସ୍ତୁତ କରିବାକୁ ଉଦ୍ୟମ ଜାରିରହିଛି । ତେବେ ଏସବୁ ଭିତରେ ପ୍ଲାଜମା ଥେରାପି ଚିକିତ୍ସା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା । ଦିଲ୍ଲୀରେ ପ୍ଲାଜମା ଥେରିପା ଦ୍ୱାରା କିଛି କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ଏବେ ପ୍ଲାଜମା ଥେରାପିକୁ ନେଇ ଚମକାଇଦେବା ଭଳି ସୂଚନା ସାମ୍ନାକୁ ଆସୁଛି । 

ଯାହା ଜଣାପଡ଼ିଛି, କୋଭିଡ ୧୯ ପାଇଁ ପ୍ଲାଜମା ଥେରାପି ପ୍ରମାଣିକ ଚିକିତ୍ସା ନୁହେଁ । କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ସମେତ ଅନ୍ୟ କୌଣସି ଚିକିତ୍ସା ପଦ୍ଧତିକୁ ମଞ୍ଜୁରୀ ମିଳିନାହିଁ । ପ୍ଲାଜମା ଥେରାପି ସମର୍ଥନରେ କୌଣସି ଆବଶ୍ୟକ ପ୍ରମାଣ ମିଳୁନି । ଏହାକୁ କେବଳ ପ୍ରୟୋଗିକ ଚିକିତ୍ସା ଭାବେ ଦେଖାଯାଉଛି । 

ଏହା ବ୍ୟତୀତ. ପ୍ଲାଜମା ଥେରାପି ଶରୀରରେ ଇଲର୍ଜୀ ବଢ଼ାଇ ଦେବାର ବିପଦ ରହିଛି । ସେହିପରି ଫୁସଫୁସକୁ ମଧ୍ୟ ବିପଦ ପହଞ୍ଚାଇପାରେ । କୋରୋନା ରୋଗୀଙ୍କ ଠାରେ ପ୍ଲାଜମା ଥେରାପିର ପ୍ରଭାବକୁ ମୂଲ୍ୟାଙ୍କନ କରିବା ପାଇଁ ICMR ଦ୍ୱାରା କେବଳ ପରୀକ୍ଷଣ କରାଯାଇଥିଲା । ତେଣୁ ଏହି ଉଦ୍ଦେଶ୍ୟକୁ ଛାଡ଼ି ଉପଯୋଗ କରିବା ଠିକ୍ ନୁହେଁ ବୋଲି କୁହାଯାଉଛି ।