ନୋଏଡା ଗଣଦୁଷ୍କର୍ମ, ସମସ୍ତ ୫ ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ ନୋଏଡାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ସମସ୍ତ ୫ ଅଭିଯୁକ୍ତ ଗିରଫ । ପୂର୍ବରୁ ୩ ଜଣ ଗିରଫ ହୋଇଥିବା ବେଳେ ମଙ୍ଗଳବାର ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଗୁଡ୍ଡୁ ଓ ଶ୍ୟାମୁ । ଉଭୟ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି । ଗତ ନଭେମ୍ୱର ୧୩ ତାରିଖ ସନ୍ଧ୍ୟାରେ ଏହି ଗଣଦୁଷ୍କର୍ମ ହୋଇଥିଲା ।  

ନୋଏଡା ଗଣଦୁଷ୍କର୍ମ, ସମସ୍ତ ୫ ଅଭିଯୁକ୍ତ ଗିରଫ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନୋଏଡାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ସମସ୍ତ ୫ ଅଭିଯୁକ୍ତ ଗିରଫ । ପୂର୍ବରୁ ୩ ଜଣ ଗିରଫ ହୋଇଥିବା ବେଳେ ମଙ୍ଗଳବାର ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଗୁଡ୍ଡୁ ଓ ଶ୍ୟାମୁ । ଉଭୟ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି । ଗତ ନଭେମ୍ୱର ୧୩ ତାରିଖ ସନ୍ଧ୍ୟାରେ ଏହି ଗଣଦୁଷ୍କର୍ମ ହୋଇଥିଲା ।  

ଗୌତମ ବୁଦ୍ଧ ନଗରର ବରିଷ୍ଠ ପୋଲିସ ଅଧିକାରୀ ବୈଭବ କୃଷ୍ଣା କହିଛନ୍ତି, ଗୁଡ୍ଡୁକୁ ପର୍ଥଲା ଛକ ରୁ ଧରାହୋଇଛି । ସେହିପରି ଶ୍ୟାମୁ ଫେଜ ୩ ଅଞ୍ଚଳରୁ ଧରାପଡିଥିଲା ।  ପୂର୍ବରୁ ୩ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ସମସ୍ତ ୫ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ସେହିପରି ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ଘଟଣାକୁ ଗମ୍ଭୀର ଭାବରେ ନେଇଛି ପୋଲିସ । ତଦନ୍ତ ଜାରି ରହିଛି । ପୀଡିତାଙ୍କ ସାଙ୍ଗର ମଧ୍ୟ ଘଟଣାରେ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ତେଣୁ ୫ ଅଭିଯୁକ୍ତଙ୍କ ବ୍ୟତୀତ ତାକୁ ମଧ୍ୟ ଗିରଫ କରାଯାଇଛି । 
 
କ'ଣ ଥିଲା ପୁରା ଘଟଣା ?

ପୀଡିତାଙ୍କୁ ଚାକିର ମିଳିବାରେ ସହାୟତା କରିବାକୁ କହିଥିଲା ସାଙ୍ଗ ରବି । ଆଉ ଏହି ବିଷୟରେ ଆଲୋଚନା କରିବାକୁ ନଭେମ୍ୱର ୧୩ ତାରିଖ ସନ୍ଧ୍ୟାରେ ଏକ ପାର୍କକୁ ଡାକିଥିଲା । ପୀଡିତା ମଧ୍ୟ ସାଙ୍ଗ ରବିର କଥା ମୁତାବକ ପାର୍କ ଯାଇଥିଲେ । ହେଲେ ସେଠି ଯୌନ ଶୋଷଣ କରିବାକୁ ଚେଷ୍ଠା କରିଥିଲା ରବି । ଆଉ ଏହି ସମୟରେ ୨ ଅଭିଯୁକ୍ତ ଗୁଡ୍ଡୁ ଓ ଶ୍ୟାମୁ ପହଞ୍ଚିଥିଲେ । ସେମାନେ ରବିକୁ ମାଡ ମାରି ସେଠାରୁ ବାହାର କରିଦେଇଥିଲେ । ଉଭୟେ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ । 

ଚୀନକୁ ଚକମା ! ଆସନ୍ତା ୨୯ରେ ଭାରତ ଆସିବେ ଗୋତବାୟା

ଏତିକିରେ ସରିନଥିଲା କାହାଣୀ । ପରେ ଅନ୍ୟ ୩ ସାଙ୍ଗକୁ ଡାକିଥିଲେ ଗୁଡ୍ଡୁ ଓ ଶ୍ୟାମୁ । ସେମାନେ ମଧ୍ୟ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ । ଏବେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଘଟଣାରେ ଆଉ କାହାର ହାତ ଅଛି, ତାକୁ ନେଇ ମଧ୍ୟ ଛାନଭିନ ଚାଲିଛି । 

ଆହୁରି ପଢନ୍ତୁ; ଗ୍ୟାଙ୍ଗଷ୍ଟାର ରାଜା ଓ ତା'ର ପ୍ରେମ କାହାଣୀ