Advertisement
Article Detail0/zeeodisha/odisha669762

ମୋତେ ଯେତେ ମାଠିବୁ...

ଯେଉଁ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ, ସେହି ରାଜ୍ୟରେ ଏପରି ଚିତ୍ର

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ୱର ନିହାତି ଆବଶ୍ୟକତା ଥିବା ବେଳେ ଆମ ଲୋକଙ୍କୁ ଦେଖ ! ଆମ ମାନସିକତାକୁ ଦେଖ ! ଏ ଦୃଶ୍ୟ ଆଜିର । ମହାରାଷ୍ଟ୍ର ନାଗପୁରର ଏକ ପରିବା ବଜାରର ଦୃଶ୍ୟ ଏହା । ଆପଣ ଜାଣିଥିବେ, କୋରୋନା ଯୋଗୁ ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ହେଲେ ସେହି ରାଜ୍ୟରେ ସାମାଜିକ ଦୂରତ୍ୱକୁ ସତେ ଯେମିତି ଫୁ କରି ଉଡ଼େଇ ଦିଆଯାଇଛି । 

ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୩ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ୨ଶହ ପାର୍ ହେଲାଣି । ଆଉ ଆମେ ଯେଉଁ ପରିବା ବଜାରର ଚିତ୍ର ଦେଖାଉଛୁ, ତାହା ହେଉଛି ନାଗପୁର ଜିଲ୍ଲାର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନାଗପୁରରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଛୁଇଁଛି । ହେଲେ ସାମାଜିକ ଦୂରତ୍ୱ ଲୋକେ କେମିତି ମାନୁଛନ୍ତି, ଆଜି ସକାଳର ଏ ତାଜା ଚିତ୍ର ହିଁ କହୁଛି । 

ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ବାରମ୍ବାର ଅପିଲ କରୁଛନ୍ତି । ରାଜ୍ୟଗୁଡ଼ିକୁ ମଧ୍ୟ ଏନେଇ ସଜାଗ କରାହେଉଛି । ହେଲେ ଏସବୁ ସତ୍ତ୍ୱେ ଯଦି ଏପରି ଅବସ୍ଥା, ତେବେ କୋରୋନା ଯେ ଆଗକୁ ଭୟଙ୍କର ରୂପ ନେବ, ତାହା ଜଳ ଜଳ ହୋଇ ଦେଖାଯାଉଛି । 

Add Zee News as a Preferred Source

କହିରଖୁଛୁ, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୪ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୧୨ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ସହ ୫୦୭ ଛୁଇଁଛି କୋରୋନା ମୃତ୍ୟୁସଂଖ୍ୟା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

About the Author