Advertisement
Article Detail0/zeeodisha/odisha672386
Zee OdishaOther Newsକିମ ଜୋଙ୍ଗ ମୃତ: ଆମେରିକା ଗୁଇନ୍ଦା

କିମ ଜୋଙ୍ଗ ମୃତ: ଆମେରିକା ଗୁଇନ୍ଦା

କିମ ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବଢୁଛି ଶଙ୍କା...

 କିମ ଜୋଙ୍ଗ ମୃତ: ଆମେରିକା ଗୁଇନ୍ଦା

ଓ୍ୱାସିଂଟନ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କୁ  ମୃତ ବୋଲି ଘୋଷଣା କରିଛି ଆମେରିକାର ଗୁଇନ୍ଦା ସଂସ୍ଥା। ଏହି ଖବର କିଛି ସମୟ ପୂର୍ବରୁ ଘୋଷଣା କରିଛି ଗୁଇନ୍ଦା ସଂସ୍ଥା।  ଉକ୍ତ ସଂସ୍ଥା କହିଛି ଯେ, କିମ ଜୋଙ୍ଗ ଉନଙ୍କର ମୃତ୍ୟୁ ହୋଇ ସାରିଛି। ତେବେ ଦୀର୍ଘ କିଛି ଦିନ ପୂର୍ବରୁ ତାଙ୍କର ସର୍ଜରୀ ହୋଇଥିଲା। ସର୍ଜରୀ ପରେ ତାଙ୍କର ଅବସ୍ଥା ସଂକଟାପନ୍ନ ରହିଥିଲା। 

 

ଏପରିକି ସେ ସର୍ଜରି ପରେ ତାଙ୍କର ବ୍ରେନ ଡେଡ ବା ମସ୍ତିଷ୍କ ମୃତ୍ୟୁ ହୋଇ ପଡ଼ିଥିବା ଖବର ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲା। ଏପରିକି ସେ କୋମା ଅବସ୍ଥାରେ ରହିଥିବା ଖବର ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲେ। ତେବେ ଆଜି ଆମେରିକାର ଗୁଇନ୍ଦା ସଂସ୍ଥା ତାଙ୍କର ମୃତ୍ୟୁ ହୋଇ ଯାଇଥିବା ନେଇ ସୂଚନା ଦେଇଛି। 

କୋରୋନାରେ କିମ ଜୋଙ୍ଗଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଇନ୍ଦା ଆହୁରି ମଧ୍ୟ ସନ୍ଦେହ ପ୍ରକାଶ କରିଛି। ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ, ଉତ୍ତର କୋରିଆରେ କିମ ଜୋଙ୍ଗ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମରେ କୌଣସି ସୂଚନା ପ୍ରଦାନ କରିପାରିନାହିଁ। ଏପରିକି ତାଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆରେ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ। 

About the Author