କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦ ନୁହେଁ ୪ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା ହୋଇଥିବା ନେଇ ଜଣାଇଛନ୍ତି କଂଗ୍ରେସ ନେତା କପିଲ ଶିବଲ |
Trending Photos
ନୂଆଦିଲ୍ଲୀ: ଦେଶବ୍ୟାପୀ ଜାରି ରହିଥିବା ଲକ ଡାଉନ ସମୟରେ ଅର୍ଥନୀତିକୁ ସୁଧାରିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି କେନ୍ଦ୍ର ସରକାର | ଏନେଇ ପ୍ରାୟ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି | ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କପିଲ ଶିବଲ |
ଏନେଇ ମତ ରଖି ଟ୍ୱିଟ ଯୋଗେ ସେ କହିଛନ୍ତି, "ଯେଉଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି ସରକାରଙ୍କ ଭାଗ ୪ ଲକ୍ଷ କୋଟି ରହିଛି | ଦେଶର ସର୍ବୋଚ୍ଚ ବ୍ୟାଙ୍କ ଆରବିଆଇ ପକ୍ଷରୁ ୮ ଲକ୍ଷ କୋଟି ପ୍ରଦାନ କରାଯିବ | ୫ ଲକ୍ଷ କୋଟି ସରକାର ଋଣ ବାବଦକୁ ଆଣିବେ | ଆଉ ୧ ଲକ୍ଷ କୋଟି ଏହି ଆର୍ଥିକ ପ୍ୟାକେଜର କାର୍ଯ୍ୟକାରିତା ଦିଗରେ ଗ୍ୟାରେଣ୍ଟୀ ବାବଦରେ ଖର୍ଚ୍ଚ ହେବ | "
ଲକ ଡାଉନ ବେଳେ ଦେଶର ଅର୍ଥନୀତିକୁ କ୍ରିୟାଶୀଳ କରିବା ପାଇଁ ୨୦ ଲକ୍ଷ କୋଟିର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିଲା | ଏ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇଥିଲେ ପ୍ରଧାନମନ୍ତ୍ରୀ | ଏହା ସହିତ ଆତ୍ମନିର୍ଭର ଭାରତ ନିର୍ମାଣ ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ ସେ | ଯାହା ଭାରତର ଜିଡିପିର ୧୦ ପ୍ରତିଶତ |