ମଦରେ ବିଶେଷ ଶୁଳ୍କ ଲଗାଇବା ମାମଲାରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ
Advertisement
Article Detail0/zeeodisha/odisha682590

ମଦରେ ବିଶେଷ ଶୁଳ୍କ ଲଗାଇବା ମାମଲାରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ

ମଦରେ ୭୦ ପ୍ରତିଶତ ବିଶେଷ ଶୁଳ୍କ ଲଗାଇବା ଉପରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ | 

ମଦରେ ବିଶେଷ ଶୁଳ୍କ ଲଗାଇବା ମାମଲାରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ: ଲକ ଡାଉନ ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ମଦର ଏମଆରପି ଉପରେ ୭୦ ପ୍ରତିଶତ ବିଶେଷ କୋରୋନା ଶୁଳ୍କ ଲଗାଇବାକୁ ନେଇ ଦିଲ୍ଲୀ ସରକାରଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଏର ହୋଇଛି | ଏ ମାମଲାରେ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ | ମଦରେ ବିଶେଷ ଶୁଳ୍କ ଲଗାଇବାକୁ ମନମାନି ଏବଂ ବେଆଇନ ବୋଲି ଯାଚିକାରେ ଦର୍ଶାଯାଇଛି |  

ଦିଲ୍ଲୀ ହାଇକୋର୍ଟରେ ଦାଏର ହୋଇଥିବା ଯାଚିକାରେ କୁହାଯାଇଛି ମଦ ସହିତ ଜଡିତ ଅବକାରୀ ଆଇନରେ ବିଭିନ୍ନ ପ୍ରକାର କର ଆଦାୟ କରିବା ପାଇଁ ପ୍ରବଧାନ ରହିଛି | ମାତ୍ର ଶୁଳ୍କ ଲଗାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ | ମଦର ଏମଆରପି ଦାମ ଉପରେ ବିଭିନ୍ନ ପ୍ରକାର କର ସାମିଲ ରହିଛି | ସରକାର ଏହାକୁ ଯୋଡି ଏହା ଉପରେ ୭୦ ପ୍ରତିଶତ ଶୁଳ୍କ ଲଗାଯାଇଛନ୍ତି | ଦିଲ୍ଲୀ ସରକାରଙ୍କ ଏହି ଶୁଳ୍କ ଆଦାୟ ବେଆଇନ ଏବଂ ଗ୍ରାହକଙ୍କୁ ଚାପଗ୍ରସ୍ତ କରିବା ସହ ସମାନ |       
ମଦ ଉପରେ ବିଶେଷ ଶୁଳ୍କ ଲାଗୁ କରିବା ନେଇ ଦିଲ୍ଲୀ ହାଇକୋର୍ଟରେ ୪ଟି ଅଲଗା ଅଲଗା ଯାଚିକା ଦାଏର ହୋଇଥିଲା | ଏହି ମାମଲାରେ କୋର୍ଟ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ସାରିଛନ୍ତି | ଯାହାର ପରବର୍ତ୍ତୀ ଶୁଣାଣି ମେ ୨୯ ତାରିଖରେ ହେବ | 

;