close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ଦିଲ୍ଲୀ ଚଲୌ ନେହିଁ, ଦିଲ୍ଲୀ ଛୋଡ଼ୋ'

ଆଖି ଜଳୁଛି, ଅଣନିଃଶ୍ୱାସୀ ଲାଗୁଛି, ଚାରିଆଡ଼େ ଧୂଆଁ ରାଜ୍ କରୁଛି

'ଦିଲ୍ଲୀ ଚଲୌ ନେହିଁ, ଦିଲ୍ଲୀ ଛୋଡ଼ୋ'
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବିଭୂତି ଭୂଷଣ ଦାସ, ନୂଆଦିଲ୍ଲୀ: ସ୍ୱଚ୍ଛ ବାୟୁ ପାଇଁ ଛଟପଟ ଦିଲ୍ଲୀବାସୀ । ବାୟୁ ପାଲଟିଲାଣି ଜହର । କାହିଁକି ନା ଦିଲ୍ଲୀରେ ବଢ଼ିବାରେ ଲାଗିଛି ପ୍ରଦୂଷଣ । ଦୀପାବଳି ପରେ ବାୟୁମଣ୍ଡଳ ଧୂଆଁମୟ ହୋଇଥିବାବେଳେ ଏବେ ପଡୋଶୀ ପଞ୍ଜାବରେ ପରାଲୀ ଜଳିବା କାରଣରୁ ଅଧିକ ବିଶାକ୍ତ ହୋଇଛି ବାୟୁମଣ୍ଡଳ । ଆଜି ସକାଳେ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେସ୍କ ୪ ଶହରୁ ଅଧିକ ରହିଥିଲା । ଏହା ସହିତ ବେଳ ଥାଉ ଥାଉ ନ ସୁଧୁରିଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ କହିଛି ।

'ଦିଲ୍ଲୀ ଚଲୌ ନେହିଁ, ଦିଲ୍ଲୀ ଛୋଡ଼ୋ' । କାହିଁକି ନା ଡେଞ୍ଜର୍ ଜୋନରେ ଦିଲ୍ଲୀ । ଯେମିତି ଗ୍ୟାସ୍ ଚ୍ୟାମ୍ୱରେ ପରିବର୍ତ୍ତନ ହୋଇ ଯାଇଛି ଦେଶର ରାଜଧାନୀ । ଆଖି ଜଳୁଛି, ଅଣନିଃଶ୍ୱାସୀ ଲାଗୁଛି । ଚାରିଆଡ଼େ ଧୂଆଁର ଚାଦର । ପ୍ରଦୂଷଣର ଡେଞ୍ଜର୍ ଜୋନରେ ଯେମିତି ଶ୍ୱାସ ରୁଦ୍ଧ ରାଜଧାନୀବାସୀ ।

ଦିଲ୍ଲୀ NCRରେ ପ୍ରଦୂଷଣର ସ୍ତର ଏବେ ବିଦପଜନକ ହୋଇପଡ଼ିଛି ।  ଦିଲ୍ଲୀକୁ ଲାଗିକି ଥିବା ଗୁରୁଗ୍ରାମରେ ସବୁଠାରୁ ଅଧିକ ପରିମାଣର ପ୍ରଦୂଷଣ ରହିଛି । ଏଥିସହ  IITର ଆଖପାଖ ଅଞ୍ଚଳ କଥା ନ କହିବା ଭଲ । ସେହିଭଳି ନୋଏଡାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । 'ଦିଲ୍ଲୀ ଚଲୌ, ନେହିଁ ତୋ ଦିଲ୍ଲୀ ଛୋଡ଼ୋ'  ଭଳି ପରିସ୍ଥିତି ଆସିଯାଇଛି । 

ସୋସିଆଲ ମିଡିଆରେ ଆସୁଥିବା ବିଭିନ୍ନ ଭିଡିଓରେ ଆପଣ ଦେଖି ପାରୁଥିବେ କିଭଳି ମାସ୍କ ପିନ୍ଧି ଲୋକମାନେ ଚଳପ୍ରଚଳ ହେଉଛନ୍ତି । ଯଦି ବାହାରକୁ ବାହାରିବେ ତେବେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଅଣନିଶ୍ୱାସ ହୋଇ ପଡୁଛନ୍ତି । ଆଖି ଜଳିବା ସହ ଅନେକ ପ୍ରକାରର ରୋଗରେ ଶିକାର ହୋଇପଡିବେ । ଏଭଳି ସ୍ଥିତିରେ କାଲି ଭାରତ-ବାଲାଂଦେଶ ମଧ୍ୟରେ ମୁକାବିଲା ଅଛି । ଅନ୍ୟପଟେ ଦିଲ୍ଲୀ ସରକାର ସବୁ ସ୍କୁଲ ଗୁଡ଼ିକୁ ନଭେମ୍ବର ୫ ତାରିଖ ଯାଏଁ ଛୁଟି ରଖିବା ପାଇଁ ଘୋଷଣା କରିଛନ୍ତି । ନଭେମ୍ବର ୫ ମଧ୍ୟରେ ଦିଲ୍ଲୀ NCRରେ ନିର୍ମାଣ କାମ ମଧ୍ୟ ବନ୍ଦ ରଖାଯାଇଛି । ଦିଲ୍ଲୀର NCRରେ ପ୍ରଦୂଷଣକୁ ନେଇ ଜରୁରୀକାଳୀନ ଘୋଷଣା କରାଯାଇଛି । 

ଏପଟେ ଦିଲ୍ଲୀରେ ହେଲଥ୍ ଏମରଜନ୍ସିଂ ଲାଗୁ ହୋଇଯାଇଛି । କିନ୍ତୁ ଦିଲ୍ଲୀରେ ପବନ ସହ ରାଜନୀତି ମଧ୍ୟ ବିଷାକ୍ତ ହୋଇଯାଇଛି । ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜନୀତି କରିବା ଆରମ୍ଭ ହୋଇଯାଇଛି । ପଞ୍ଜାବ ଏବଂ ହରିୟାଣାରେ ପୋଡ଼ାଯାଉଥିବା ନଡ଼ାକୁ ଦିଲ୍ଲୀ ସରକାର ଦାୟୀ କରୁଥିବା ବେଳେ ସେପଟେ କେଜରିୱାଲ ସରକାରର ଦାୟିତ୍ୱ ହୀନତାକୁ ଦାୟି କରିଛି ବିଜେପି ।