Trending Photos
କଟକ: ରାଜ୍ୟରେ ବିଭିନ୍ନ କୋଭିଡ଼ ମେଡିକାଲରେ ଡାକ୍ତରଙ୍କୁ ସହଯୋଗ କରିବ ରୋବର୍ଟ । ରୋଗୀଙ୍କ ପାଖରେ ମେଡ଼ିସିନ ହେଉ ବା ଭିଡିଓରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅପଡେଟ ଦେବ ରୋବର୍ଟ । ଯାହାଫଳରେ ବାରମ୍ୱାର କୋରନା ରୋଗୀଙ୍କ ନିକଟବର୍ତ୍ତୀ ହେବାକୁ ପଡିବ ନାହିଁ ଡାକ୍ତରଙ୍କୁ । ଏଭଳି କିଛି ରୋବର୍ଟକୁ ପ୍ରସ୍ତୁତ ସହିତ ସଫଳତାର ସହ ଅପରେଟ କରିବାରେ ସକ୍ଷମ ହୋଇଛନ୍ତି କଟକ ଆରଟିଆଇ ।
ଲକ୍ ଡାଉନ ଭିତରେ ଅନେକ ପ୍ରତିବନ୍ଧକ ରହିଥିଲେ ମଧ୍ୟ ସାମସ୍ତ ସାମଗ୍ରୀ ଯୋଗାଡ କରି ୧୫ଦିନ ଭିତରେ ଦୁଇଟି ରୋବର୍ଟ ପ୍ରସ୍ତୁତ କରିଛନ୍ତି କଟକ ଆରଟିଆଇର ଶିକ୍ଷକ ଓ ଛାତ୍ରମାନେ । ଏନେଇ ଡିଟିଇଟି ନିର୍ଦ୍ଦେଶକଙ୍କ ପରାମର୍ଶ କ୍ରମେ ଏହାକୁ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଆରଟିଆଇର ଛାତ୍ରଛାତ୍ରୀମାନେ।
କୋରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖୋଲା ଯାଇଛି କୋଭିଟ ହସ୍ପିଟାଲ । ଏହି କୋଭିଡ଼ ହସ୍ପିଟାଲରେ ଡାକ୍ତରଙ୍କ ସହଯୋଗ କରିବା ପାଇଁ ଅନେକ ପାରାମେଡିକାଲ ଷ୍ଟାପ ସହିତ ନର୍ସ ନିୟୋଜିତ କରାଯାଉଛି । ତେବେ ବାରମ୍ୱାର ଚିକିତ୍ସା କୋରୋନା ରୋଗୀଙ୍କ ସଂମ୍ପର୍ଶରେ ଆସିଲେ ଏହି ମାନଙ୍କୁ କୋରନା ନ ହେବ ସେ ସମ୍ଭାବନା ମଧ୍ୟ ଏଡାଇପାରିବା ନାହିଁ ।
ଏହି ସମୟରେ ରୋଗୀଙ୍କ ମଧ୍ୟରେ ଦୂରତା ଅବଲମ୍ୱନ କରିବା ପାଇଁ ଏହି ରୋବର୍ଟ ପ୍ରସ୍ତୁତରେ ନିୟୋଜିତ ହୋଇଥିବା ଶିକ୍ଷକ ଓ ଛାତ୍ରମାନେ ଅନେକ ଏକ୍ସପାଇରମେଣ୍ଟ କରିବାକୁ ପଡିଥିଲା । ଆଇସିଟିଏସଏମ, ଇଲେକ୍ଟ୍ରୋନିକ୍ ମେକିନିକ୍, ଇଲେକ୍ଟ୍ରିସିଆନ ଓ ୱାଲଡର ୪ଟି ବିଭାଗ ମିଲିତ ଉଦ୍ୟମରେ ୧୫ ଦିନ ମଧ୍ୟରେ ଏହାକୁ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ସବୁଠାରୁ ଅଧିକ ଚ୍ୟାଲେଞ୍ଜ ରହିଥିଲା ଲକ୍ଡାଉନ ସମୟରେ ରୋବର୍ଟ ପାଇଁ ବ୍ୟବହାର ସାମଗ୍ରୀ ।