• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ତଥା ପରାକ୍ରମ ଦିବସ ଅବସରରେ ଗସ୍ତ କାର୍ଯ୍ୟକ୍ରମ
  • ଜନ୍ମସ୍ଥାନ କଟକରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
  • ମ୍ୟୁଜିୟମ ବୁଲି ଦେଖିଲେ ଧର୍ମେନ୍ଦ୍ର ।
  • ମୁଖ୍ୟମନ୍ତ୍ରୀ ମଧ୍ୟ ଯିବେ କଟକ । ମ୍ୟୁଜିୟମ ବୁଲିବା ସହିତ ନେତାଜୀଙ୍କୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ ।
  • କଟକ ନୂତନ ବସଷ୍ଟାଣ୍ଡର ମଧ୍ୟ ଶିଳାନ୍ୟାସ କରିବେ ।
  • ଫେବ୍ରୁଆରି ୧୭ ଯାଏ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ହସ୍ତତନ୍ତ ମେଳା
  • ଆଜି କୋତକାତା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
  • ଚାଷୀ ଆନ୍ଦୋଳନରୁ ବନ୍ଧୁକ ସହିତ ସଂଦିଗ୍ଧ ଗିରଫ ।

ସରିଲା କୋହଳ ସମୟ, ଆସୁଛି ଗଣିବା ବେଳ

ହାତରେ ରହିଲା ୧୫ ଦିନ, ପ୍ରସ୍ତୁତ ରଖନ୍ତୁ କାଗଜପତ୍ର

ସରିଲା କୋହଳ ସମୟ, ଆସୁଛି ଗଣିବା ବେଳ
ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ପୁଣିଥରେ ଲାଗୁ ହେବ ନୂଆ ପରିବହନ ନିୟମ । ଆଉ ମିଳିବନି ଛାଡ । ଯଥେଷ୍ଟ ସମୟ ଦିଆଗଲା ପରେ ଏଥର ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।ଏବେ ଜୋରଦାର ହେବ ଧରପଗଡ । କାଗଜପତ୍ର ଠିକ ନଥିଲେ ଏଥର ଗଣିବାକୁ ପଡିବ ତଣ୍ଡ । ପୁଣିଥରେ ରାସ୍ତାରେ ପରିବହନ ବିଭାଗ ଓ ପୋଲିସ କାଟିବେ ଫାଇନ । ସରକାର ୩ ମାସ ମହଲତ ଦେଇଥିବା ବେଳେ ତାହାର ଅବଧି ଏବେ ଶେଷ ହେବାକୁ ବସିଲାଣି । ଏହା ମଧ୍ୟରେ ସମସ୍ତେ କାଗଜପତ୍ର ଠିକ୍ କରିସାରିଥିବେ ବୋଲି ସରକାରଙ୍କ ଆଶା ।

ଏବେ ପୁଣି ସମସ୍ତଙ୍କ ଛାତିରେ ପଶିଚି ଛନକା । ଆରମ୍ଭ ହେଲା କାଉଣ୍ଟ ଡାଉନ । ଯଦି ଏବେ ସୁଦ୍ଧା ଆପଣ ଆପଣଙ୍କ ଗାଡି କାଗଜପତ୍ର ଠିକ କରିନାହାନ୍ତି ତେବେ ଆଉ ଆପଣଙ୍କ ହାତରେ ରହିଲା ମାତ୍ର ୧୫ ଦିନ । କାରଣ ସରକାର ଦେଇଥିବା ମହଲତ ଶେଷହେଉଥିବା ବେଳେ, ଡିସେମ୍ବର ପହିଲାରୁ ଆରମ୍ଭ ହୋଇଯିବ କଡାକଡି ଚେକିଂ । ସମସ୍ତ କାଗଜପତ୍ର ସହ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗଣିବେ ହଜାର ହଜାର ଟଙ୍କାର ତଣ୍ଡ । ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି । 

କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ପରିବହନ ନୀତି ଅନୁଯାୟୀ ଗତ ସେପ୍ଟେମ୍ବର ମାସରୁ ଜୋରଦାର ଧରପଗଡ଼ କରାଯାଇଥିଲା । ଏନେଇ ଲୋକେ ଆତଙ୍କିତ ହୋଇଥିବା ବେଳେ, ସାରା ରାଜ୍ୟରେ ପୋଲିସ ଜନତା ମୁହାଁମୁହିଁ ହୋଇଥିଲେ । ଯାହାକୁ ଦେଖି ରାଜ୍ୟ ସରକାର ନିୟମ କୋହଳ କରିବା ସହ, ୩ ମାସ ମଧ୍ୟରେ ସମସ୍ତ କାଗଜପତ୍ର ଠିକ କରିବା ପାଇଁ ଲୋକଙ୍କୁ ସମୟ ଦେଇଥିଲେ ।