ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଡୋଭାଲ
Advertisement

ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଡୋଭାଲ

ଉତ୍ତର-ପୂର୍ବ ଦିଲ୍ଲୀରେ ୧୨ରୁ ଅଧିକ ପଥରମାଡ଼କାରୀଙ୍କୁ ଚିହ୍ନଟ କରିଛି ପୋଲିସ । ନାସିର ଓ ଛେନୁ ଗ୍ୟାଙ୍ଗର ଲୋକମାନେ ହିଂସାକାଣ୍ଡ ଘଟାଇଥିବା ଜଣା ପଡ଼ିଛି । ଗତ ୩ ଦିନ ମଧ୍ୟରେ ହିଂସାକାରୀ ୬ଶହରୁ ଅଧିକ ରାଉଣ୍ଡ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀରେ କମ ସଂଖ୍ୟାରେ ପୋଲିସ ମୁତୟନ ଯୋଗୁଁ ହିଂସାକାଣ୍ଡ ଘଟିଥିବା ଗୋପାଳ ରାୟ କହିଛନ୍ତି । CAA ବିରୋଧୀ ଆନ୍ଦୋଳନକୁ ନେଇ ଦିଲ୍ଲୀର ୧୬ ଜିଲ୍ଲାରେ ଧାରା ୧୪୪ଲାଗୁ ହୋଇଛି ।

ଫାଇଲ ଫଟୋ

ପ୍ରକାଶ ରଞ୍ଜନ ପରିଡ଼ା, ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ NSA ଡୋଭାଲଙ୍କ ରିପୋର୍ଟ ପ୍ରଦାନ । ବୁଧବାର ହିଂସା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଦିଲ୍ଲୀ ସ୍ଥିତି ସମୀକ୍ଷା କରିଥିଲେ । ଦଙ୍ଗା ଘଟିଥିବା ଅଞ୍ଚଳରେ ଡ୍ରୋନ ମାଧ୍ୟମରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି NSA । ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ହିଂସାକାଣ୍ଡ ଘଟିଥିବା ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । 

ଉତ୍ତର-ପୂର୍ବ ଦିଲ୍ଲୀରେ ୧୨ରୁ ଅଧିକ ପଥରମାଡ଼କାରୀଙ୍କୁ ଚିହ୍ନଟ କରିଛି ପୋଲିସ । ନାସିର ଓ ଛେନୁ ଗ୍ୟାଙ୍ଗର ଲୋକମାନେ ହିଂସାକାଣ୍ଡ ଘଟାଇଥିବା ଜଣା ପଡ଼ିଛି । ଗତ ୩ ଦିନ ମଧ୍ୟରେ ହିଂସାକାରୀ ୬ଶହରୁ ଅଧିକ ରାଉଣ୍ଡ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀରେ କମ ସଂଖ୍ୟାରେ ପୋଲିସ ମୁତୟନ ଯୋଗୁଁ ହିଂସାକାଣ୍ଡ ଘଟିଥିବା ଗୋପାଳ ରାୟ କହିଛନ୍ତି । CAA ବିରୋଧୀ ଆନ୍ଦୋଳନକୁ ନେଇ ଦିଲ୍ଲୀର ୧୬ ଜିଲ୍ଲାରେ ଧାରା ୧୪୪ଲାଗୁ ହୋଇଛି । ଦିଲ୍ଲୀକୁ ଯୋଡୁଥିବା ସମସ୍ତ ସଡ଼କ ପଥକୁ ସିଲ କରାଯାଇଛି । ନୋଏଡ଼ା, ଗାଜିଆବାଦ, ହାପୁଡ, ବୁଲନ୍ଦ ସହର,  ମୁଜାଫର ନଗର, ଆଲୀଗଡ଼ ଓ ସମ୍ଭଲର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗିଛି ।  

ସମ୍ବେଦଳଶୀଳ ଅଞ୍ଚଳ ଗୁଡିକରେ ପୋଲିସ ମୁତୟନ ହୋଇଛନ୍ତି । ଯମୁନା ବିହାର ସମେତ ବହୁ ଅଞ୍ଚଳରେ ପାରା ମିଲିଟାରୀ ଫୋର୍ସ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଦଙ୍ଗା ଘଟଣାରେ ୧୩ ଟି ମାମଲା ଦାୟର ହୋଇଛି । ଉତ୍ତର ପୂର୍ବ ଦିଲ୍ଲୀରେ  ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଧାନୀ ଦିଲ୍ଲୀରେ ଲାଗି ରହିଛି ଅଶାନ୍ତି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବୁଧବାର ଗୋକୁଲପୁର ଅଞ୍ଚଳରେ ମାର୍କେଟରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ହିଂସା ନିୟନ୍ତ୍ରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଅଧିକ ସେନା ମାଗିଛନ୍ତି । ଏହାସହିତ ହିଂସା ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଲଗାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

RAF ସହିତ ଦିଲ୍ଲୀରେ ୧୩ ପ୍ଲାଟୁନ୍ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି । ଡ୍ରୋନ୍ ଏବଂ ସିସିଟିଭି ଜରିଆରେ ଆକାଶମାର୍ଗରୁ  ନଜର ରଖାଯାଉଛି । ଉତ୍ତର ପୂର୍ବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୧୪୪ଧାରା ବଳବତ୍ତର ରହିଛି । ଦିଲ୍ଲୀରେ ବ୍ୟାପିଥିବା ଏହି ଦଙ୍ଗା ପଛରେ ପାକିସ୍ତାନର ହାତ ଥିବା ଜଣାପଡ଼ିଛି । ବହୁସଂଖ୍ୟାରେ ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଭାରତୀୟ ମୁସଲମାନଙ୍କୁ ଉସକାଇବା ପାଇଁ ISI ପୂରା ଯୋଜନା ପ୍ରସ୍ତୁତ କରିଥିବା ଜଣା ପଡ଼ିଛି । କୌଣସି ପ୍ରକାର ମିଥ୍ୟା ପ୍ରରୋଚନାରେ ନପଡ଼ି  ପ୍ରକୃତ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଅପିଲ କରାଯାଇଛି । 

ଆହୁରି ପଢ଼ନ୍ତୁ; ବନ୍ଦ ହୋଇଯିବ ଦୁଇ ହଜାର ଟଙ୍କିଆ ନୋଟ !