Advertisement
Article Detail0/zeeodisha/odisha694504

ଗୀର ଜାତୀୟ ଅଭୟାରଣ୍ୟରେ ବଢିଛି ସିଂହଙ୍କ ସଂଖ୍ୟା, କ୍ଷେତ୍ରଫଳ ବୃଦ୍ଧି

ଗୁଜୁରାଟସ୍ଥିତ ଗୀର ଜାତୀୟ ଅଭୟାରଣ୍ୟରେ ସିଂହଙ୍କ ସଂଖ୍ୟା ବଢିବା କ୍ଷେତ୍ରଫଳ ମଧ୍ୟ ବୃଦ୍ଧି ପାଇଛି |

 

 

ଗୀର ଜାତୀୟ ଅଭୟାରଣ୍ୟରେ ବଢିଛି ସିଂହଙ୍କ ସଂଖ୍ୟା, କ୍ଷେତ୍ରଫଳ ବୃଦ୍ଧି

ଗାନ୍ଧୀନଗର: କେରଳର ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଗୀର ଜାତୀୟ ଅଭୟାରଣ୍ୟରୁ ଆସିଛି ଖୁସି ଖବର | ବର୍ଷ ୨୦୧୫ରୁ ୨୦୨୦ ମଧ୍ୟରେ ଅର୍ଥାତ ବିଗତ ୫ ବର୍ଷ ମଧ୍ୟରେ ଏଠାରେ ବସବାସ କରୁଥିବା ଏସୀୟ ପ୍ରଜାତିର ସିଂହଙ୍କ ସଂଖ୍ୟା ୫୨୩ରୁ ୬୭୪କୁ ବୃଦ୍ଧି ପାଇଛି | ମୋଟ ସିଂହ ସଂଖ୍ୟାଙ୍କ ଅଭିବୃଦ୍ଧି ହାର ପ୍ରାୟ ୨୯ ପ୍ରତିଶତ ବୃଦ୍ଧି ପାଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହରାଜ୍ୟ ଗୁଜୁରାଟ ସୌରାଷ୍ଟ୍ର ଅଞ୍ଚଳରେ ଗୀର ଜାତୀୟ ଅଭୟାରଣ୍ୟ ଅବସ୍ଥିତ | ଏହା ଦେଶର ଏକମାତ୍ର ସିଂହ ଅଭୟାରଣ୍ୟ ରୂପେ ଜଣାଶୁଣା |

ଏନେଇ ଗୁଜୁରାଟ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ  ବୁଧବାର ଏକ ପ୍ରେସ ବିବୃତ୍ତିରେ ସିଂହ ସଂଖ୍ୟାକୁ ନିଶ୍ଚିତ କରି କୁହାଯାଇଛି, ବର୍ଷ ୨୦୧୫ ମେ ମାସରେ ସିଂହଙ୍କ ସଂଖ୍ୟା ୫୨୩ ରହିଥିଲା ଏହା ୨୦୧୦ରୁ ସେହି ବର୍ଷ ପର୍ଯ୍ୟନ୍ତ ସିଂହଙ୍କ ସଂଖ୍ୟାରେ  ୨୭% ବୃଦ୍ଧି ହୋଇଥିବା ନେଇ ଜଣାପଡିଛି | ଚଳିତ ବର୍ଷ ଏସୀୟ ପ୍ରଜାତିର ସିଂହଙ୍କ ସଂଖ୍ୟା ୬୭୪କୁ ବଢିବା ସହ ଅଭିବୃଦ୍ଧି ହାରରେ ପ୍ରାୟ ୨୯ ପ୍ରତିଶତ ବୃଦ୍ଧି ଘଟିଛି |

ଏହା ସହିତ ଏହି ପ୍ରସେ ବିଜ୍ଞପ୍ତିରେ ଆହୁରି କୁହାଯାଇଛି ୨୦୧୫ରେ ସିଂହଙ୍କ ବାସସ୍ତଳୀ ଗୀର ଅଭୟାରଣ୍ୟର ମୋଟ କ୍ଷେତ୍ରଫଳ ୨୨,୦୦୦ ବର୍ଗକିଲୋମିଟର ଥିବା ବେଳେ, ୨୦୨୦ରେ ଏହା ୩୦ ହଜାର ବର୍ଗକିମିକତୁ ବୃଦ୍ଧି ପାଇଛି | ଏହି ସମୟ ସୀମା ମଧ୍ୟରେ ଏହି ଜଙ୍ଗଲର କ୍ଷେତ୍ରଫଳ ୩୬ ପ୍ରତିଶତ ବଢିଛି | ଜଙ୍ଗଲର ରାଜାଙ୍କ ସିଂହଙ୍କ ସଂରକ୍ଷଣରେ ସଫଳତା ପାଇଁ ଏକାଧିକ ରଣନୀତି କାର୍ଯ୍ୟକାରୀ ହୋଇଛି | ଏଥିଲାଗି ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି | ବନ୍ୟଜନ୍ତୁ ସ୍ୱାସ୍ଥ୍ୟ ସେବା, ବାସସ୍ଥାନ ପରିଚାଳନା, ଶିକାର ଭିତ୍ତିରେ ବୃଦ୍ଧି ଏବଂ ବନ୍ୟଜନ୍ତୁ-ମଣିଷ ସଂଘର୍ଷକୁ ହ୍ରାସ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି |

Add Zee News as a Preferred Source

ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳର ୯ଟି ଜିଲ୍ଲାର ପ୍ରାୟ ୩୦ ହଜାର ବର୍ଗକିଲୋମିଟର ମଧ୍ୟରେ ପରିବ୍ୟାପ୍ତ ଗୀର ଜାତୀୟ ଅଭୟାରଣ୍ୟ | ଯାହା ଏସୀୟ ପ୍ରଜାତିର ସିଂହଙ୍କ ପ୍ରାକୃତିକ ବାସସ୍ଥଳୀ ଭାବେ ଜଣାଶୁଣା | ଏହି ଅଭୟାରଣ୍ୟର କ୍ଷେତ୍ରଫଳ ଏବଂ ସିଂହଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାରୁ ଖୁସିବ୍ୟକ୍ତ କରିବା ସହ ଏନେଇ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |