ମହିଳାଙ୍କ କ୍ଷେତ୍ରରେ PCOD ସମସ୍ୟା: ଯୋଗାସନ କରି ରୁହନ୍ତୁ ଫିଟ୍

National Institute of Health and Research ଅନୁସାରେ ଦେଶରେ ପ୍ରାୟ ୧୦ ପ୍ରତିଶତ ମହିଳା PCOD ରୋଗରେ ପୀଡିତ । ଏହି କାରଣରୁ ମହିଳାଙ୍କ ଶରୀରରେ ହରମୋନ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ ।

ମହିଳାଙ୍କ କ୍ଷେତ୍ରରେ PCOD ସମସ୍ୟା: ଯୋଗାସନ କରି ରୁହନ୍ତୁ ଫିଟ୍

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: PCOD ଅର୍ଥାତ୍ ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍ ମହିଳାଙ୍କ ପାଇଁ ଏକ ବଡ଼ ସମସ୍ୟା । National Institute of Health and Research ଅନୁସାରେ ଦେଶରେ ପ୍ରାୟ ୧୦ ପ୍ରତିଶତ ମହିଳା PCOD ରୋଗରେ ପୀଡିତ । ଏହି କାରଣରୁ ମହିଳାଙ୍କ ଶରୀରରେ ହରମୋନ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ । କିଛି ମହିଳାଙ୍କ କ୍ଷେତ୍ରରେ ହରମୋନାଲ୍ ପରିବର୍ତ୍ତନ ଯୋଗୁଁ ମୁହଁ ଓ ଶରୀରରେ ଅସ୍ୱାଭାବିକ ଭାବେ କେଶ ବଢିବାକୁ ଲାଗିଥାଏ ।

କାହିଁକି ହୁଏ PCOD ସମସ୍ୟା ?

ମାତ୍ରାଧିକ ଷ୍ଟ୍ରେସ୍ ବା ଟେନସନ୍ ( ଚିନ୍ତାରେ ରହିବା)
ପରିବର୍ତ୍ତିତ ଜୀବନଶୈଳୀ
ବିଳମ୍ବିତ ରାତ୍ରି ଯାଏଁ ନିଦ ନଆସିବା
ଦିନରେ ଅଧିକ ସମୟ ଶୋଇବା
ମଦ୍ୟପାନ ଓ ଧୁମ୍ରପାନ ମଧ୍ୟ ମହିଳାଙ୍କ ପାଇଁ PCODର କାରଣ ହୋଇଥାଏ ।

କେଉଁ ମହିଳାଙ୍କ କ୍ଷେତ୍ରରେ PCODର ସମ୍ଭାବନା ଅଧିକ ଥାଏ ?

ନାଇଟ୍ ସିଫ୍ଟରେ ଦୀର୍ଘଦିନ କାମ କରୁଥିବା ମହିଳା
ଅଧିକ ରାତ୍ରିରେ ଡିନର କରୁଥିବା ମହିଳା

ବୟସ ଓ PCOD
ପୂର୍ବରୁ କେବଳ ବିଳମ୍ବରେ ବିବାହ କରୁଥିବା ମହିଳାଙ୍କ କ୍ଷେତ୍ରରେ PCOD ସମସ୍ୟା ପରିଲକ୍ଷିତ ହେଉଥିଲା । ଆଜିକାଲି କିନ୍ତୁ ୧୫-୧୬ବର୍ଷ କିଶୋରୀ ମଧ୍ୟ PCODରେ ପୀଡ଼ିତ । ଫଳରେ ପିରିୟଡ୍ସ ଯନ୍ତ୍ରଣାଦାୟକ, ଅଧିକ ବ୍ଲିଡିଂ ବା ପିରିୟଡ ସ୍କିପ୍ ମଧ୍ୟ  ହେବାର ସମ୍ଭାବନା ଥାଏ ।

ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ କି PCOD ?

ଗର୍ଭଧାରଣର କ୍ଷମତା ହ୍ରାସ ପାଏ
ହର୍ମୋନାଲ୍ ପରିବତ୍ତନ ଯୋଗୁଁ ଆଚରଣରେ ପରିବର୍ତ୍ତନ
ଓବେସିଟି ବା ମେଦବହୁଳତା
ସବୁ ସମୟରେ ଦୁର୍ବଳ ଅନୁଭବ କରିବା
ପିରିୟଡ୍ସରେ କମ୍ କିମ୍ବା ଅଧିକ ବ୍ଲିଡିଂ ହେବା

PCODକୁ ନିୟନ୍ତ୍ରଣ କରିବ ଯୋଗ 

ଯୋଗ ମାଧ୍ୟମରେ PCODର ଚିକିତ୍ସା ସମ୍ଭବ । ମାନସିକ ଓ ଶାରିରୀକ ସ୍ତରରକୁ ସୁସ୍ଥ ରଖେ ଯୋଗ ।

ବଟରଫ୍ଲାଏ ଆସନ(Butterfly Asana)
ବଟରଫ୍ଲାଏ ଆସନ ମହିଳାଙ୍କ ପାଇଁ ଖୁବ୍ ଲାଭ ଦାୟକ । କିନ୍ତୁ PCODରେ ପୀଡ଼ିତ ମହିଳା ଏହି ଆସନଟିକୁ ଧୀରେ ଧୀରେ ଓ ଦୀର୍ଘ ସମୟ ଯାଏଁ କରିବା ଉଚିତ୍ । ମଝିରେ ମଝିରେ ପୋଜିସନକୁ କିଛି ସମୟ ଯାଏଁ ହୋଲ୍ଡ କରି ରଖନ୍ତୁ । ଫଳରେ ଲୋୟର ପାର୍ଟର ଶିରାପ୍ରଶିରା ଗୁଡ଼ିକ ମଜବୁତ ହୋଇଥାଏ । ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ । ହରମୋନର ସ୍ତର ମଧ୍ୟ ନର୍ମାଲ୍ ରହିଥାଏ ।

ସୂର୍ଯ୍ୟ ନମସ୍କାର (Surya Namaskar)
ସାଧାରଣତଃ ସୂର୍ଯ୍ୟ ନମସ୍କାର ମନର ଏକାଗ୍ରତାକୁ ବଢାଇଥାଏ । କିନ୍ତୁ PCODରେ ପ୍ରଭାବିତ ମହିଳାଙ୍କ ପାଇଁ ସୂର୍ଯ୍ୟ ନମସ୍କାର ରାମବାଣ ସଦୃଶ । ଏହା ମାସିକ ଋତୁସ୍ରାବକୁ ନିୟମିତ କରିଥାଏ ।

ଚକ୍କି ଚଲାନ ଆସନ(CHAKKI CHALAN ASAN )
ଏହି ଆସନ କରିବା ଖୁବ୍ ସହଜ । PCOD ଚିକିତ୍ସା ପାଇଁ ଏହା ରାମବାଣ ସଦୃଶ । ଗର୍ଭ ଧାରଣ, ଅଣ୍ଡାଶୟ,କିଡ଼ନୀ ଓ ପେଟର ତଳ ଭାଗ ମାଂସପେଶୀ ସୁସ୍ଥ ରହିଥାଏ ।

ସନ୍ତୁଳିତ ଖାଦ୍ୟ
ଋତୁ ହିସାବରେ ପନିପରିବା ଓ ଫଳ ଚୟନ କରନ୍ତୁ । ପ୍ରଚୁର ପାଣି ପିଅନ୍ତୁ ।