ଗୁରୁ ନାନକ ଜୟନ୍ତୀ ପାଇଁ ନିୟମ କୋହଳ କଲେ କେଜ୍ରି ସରକାର

ଗୁରୁ ନାନକ ଜୟନ୍ତୀ ପାଇଁ ନିୟମ କୋହଳ କଲେ କେଜ୍ରି ସରକାର

ଶିଖ ସମୁଦାୟଙ୍କ ପାଇଁ ଖୁସି ଖବର । ଗୁରୁ ନାନକ ଜୟନ୍ତୀ ପାଇଁ କୋହଳ ହେଲା ନିୟମ । ଆସନ୍ତା ୧୧ ଓ ୧୨ ତାରିଖରେ ଦିଲ୍ଲୀରେ ଲାଗୁ ହେବ ନାହିଁ ଅଡ-ଇଭେନ ଫର୍ମୁଲା । ଶିଖ ସମୁଦାୟଙ୍କ ଦାବିକୁ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣକୁ ଆଖି ଆଗରେ ରଖି ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଲାଗୁ ହୋଇଥିଲା ଅଡ-ଇଭେନ ନିୟମ ।

ଗୁରୁ ନାନକ ଜୟନ୍ତୀ ପାଇଁ ନିୟମ କୋହଳ କଲେ କେଜ୍ରି ସରକାର

ନୂଆଦିଲ୍ଲୀ: ଶିଖ ସମୁଦାୟଙ୍କ ପାଇଁ ଖୁସି ଖବର । ଗୁରୁ ନାନକ ଜୟନ୍ତୀ ପାଇଁ କୋହଳ ହେଲା ନିୟମ । ଆସନ୍ତା ୧୧ ଓ ୧୨ ତାରିଖରେ ଦିଲ୍ଲୀରେ ଲାଗୁ ହେବ ନାହିଁ ଅଡ-ଇଭେନ ଫର୍ମୁଲା । ଶିଖ ସମୁଦାୟଙ୍କ ଦାବିକୁ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣକୁ ଆଖି ଆଗରେ ରଖି ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଲାଗୁ ହୋଇଥିଲା ଅଡ-ଇଭେନ ନିୟମ ।

ଆସନ୍ତା ୧୨ ତାରିଖରେ ଶିଖ ଗୁରୁ ନାନକ ଜୀଙ୍କ ୫୫୦ତମ ଜୟନ୍ତୀ । ଯାହାକୁ ଧୁମଧାମରେ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଶିଖ୍ ଶ୍ରଦ୍ଧାଳୁ । ଆଉ ଏଥିପାଇଁ ବିରାଟ ଆୟୋଜନ କରାଯାଉଛି । ହେଲେ ଏବେ ଦିଲ୍ଲୀରେ ଅଡ-ଇଭେନ ନିୟମ ଲାଗୁ ହୋଇଥିବାରୁ ଚିନ୍ତାରେ ଥିଲେ ଶିଖ ସମୁଦାୟ । ଦୁଇ ଦିନ ପାଇଁ ଏହି ନିୟମ କୋହଳ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।

ଆସନ୍ତା ୧୧ ତାରିଖରେ ନଗର କୀର୍ତ୍ତନ ଏବଂ ୧୨ ତାରିଖରେ ନାନକ ଜୀଙ୍କ ଜୟନ୍ତୀ ପାଳନ ହେବ । ତେଣୁ ଏହି ସମୟ ଭିତରେ ଅଡ-ଇଭେନ ଫର୍ମୁଲା କୋହଳ କରାଯାଉ ବୋଲି ଶିଖ ସମୁଦାୟ ପକ୍ଷରୁ ଅନୁରୋଧ କରାଯାଇଥିଲା । ଯାହାକୁ ସରକାର ଗ୍ରହଣ କରିଛନ୍ତି । ସେପଟେ ଆସନ୍ତା ୧୦ ତାରିଖ ରବିବାର ପଡୁଥିବାରୁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଆଗରୁ କୁହାଯାଇଛି । ଅର୍ଥାତ ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ କାମ କରିବନି ଅଡ-ଇଭେନ ଫର୍ମୁଲା । ପରେ ୧୩, ୧୪ ଏବଂ ୧୫ ତାରିଖରେ ଏହି ନିୟମ ପୁଣି ଲାଗୁ ହେବ । 

ଅନ୍ୟପଟେ ଦିଲ୍ଲୀରେ ଆଜି ପ୍ରଦୂଷଣର ମାତ୍ରା ଟିକିଏ କମିଛି । ଧିରେ ଧିରେ ସ୍ୱାଭାବିକ ହେଉଛି ଦେଶର ରାଜଧାନୀ । ଇଣ୍ଡିଆ ଗେଟରେ ବାୟୁର ଗୁଣବତ୍ତା ୨୪୫ ରହିଥିବା ବଳେ ଆରକେ ପୁରମରେ ୧୯୮ ରହିଛି । ଗତକାଲି ଦିଲ୍ଲୀ ପ୍ରଦୂଷଣ ନେଇ ଉଦବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଏଥିପାଇଁ ସରକାରଙ୍କୁ କାହିଁକି ଦାୟୀ କରାଯିବ ନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ସେହିପରି ପରାଲୀ ପୋଡି ଉପରେ ସମ୍ପୁର୍ଣ୍ଣ ରୋକ୍ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କୁ ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରତ୍ସାହନ ଦେବାକୁ ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ କୁହାଯାଇଛି ।

Trending news