close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦିଲ୍ଲୀରେ ପୁଣି ଅଡ-ଇଭେନ: ଜାଣନ୍ତୁ ଏଥର କିଏ ବାଦ, କାହାକୁ ସାମିଲ

ଦିଲ୍ଲୀ ସରକାରଙ୍କ ସମସ୍ତ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ଏହି ନିୟମ  ଲାଗୁହେବ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଏହା ଲାଗୁ କରାଯିବନାହିଁ । 

ଦିଲ୍ଲୀରେ ପୁଣି ଅଡ-ଇଭେନ: ଜାଣନ୍ତୁ ଏଥର କିଏ ବାଦ, କାହାକୁ ସାମିଲ
ନଭେମ୍ବର ୪ରୁ ଅଡ-ଇଭେନ ସ୍କିମ

ନୂଆଦିଲ୍ଲୀ: ଦୀପାବଳି ପରେ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ପୁଣିଥରେ ଅଡ-ଇଭେନ ସ୍କିମ ଲାଗୁ କରିବେ କେଜିରିୱାଲ ସରକାର । ଆସନ୍ତା ନଭେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । କ୍ରମାଗତ ଭାବରେ ରାଜଧାନୀରେ ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ନିୟମ ଖିଲାପକାରୀଙ୍କ ଠାରୁ ମୋଟା ଅଙ୍କର ତଣ୍ଡ ଆଦାୟ କରାଯିବ । 

ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି ବିଭିନ୍ନ ସମସ୍ୟାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟରାଜ୍ୟରୁ ଆସୁଥିବା ଗାଡିଗୁଡିକ ଉପରେ ମଧ୍ୟ ଏହି ନିୟମ ଲାଗୁହେବ । ତେବେ ଦୁଇ ଚକିଆ ଯାନ ଉପରେ ଏହାକୁ ଲାଗୁ କରାଯାଇନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । 

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀ ସରକାରଙ୍କ ସମସ୍ତ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ଏହି ନିୟମ  ଲାଗୁହେବ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଏହା ଲାଗୁ କରାଯିବନାହିଁ । ନିୟମ ଖିଲାପ କଲେ ୪ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ । ତେବେ ଜରୁରୀକାଳୀନ ସେବା ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଗାଡିରେ ଏହି ନିୟମ ଲାଗୁ କରାଯିବନାହିଁ । 

ଏହା ପୂର୍ବରୁ ଗତ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ, ନଭେମ୍ବର ୪ରୁ ଲାଗୁ ହେବାକୁ ଥିବା ଅଡ- ଇଭେନ ନିୟମରୁ ମହିଳାଙ୍କୁ ବାଦ ଦିଆଯିବ । ହେଲେ ଘରୋଇ ସିଏନଜି ଯାନବାହାନ ଉପରେ ଏହା ଲାଗୁ ହେବ । ପୂର୍ବରୁ ଦିଲ୍ଲୀରେ ୨ଥର ଏହି ନିୟମ ଲାଗୁ କରାଯାଇଛି । ତେବେ ଏହି ସମୟରେ ସିଏନଜି ଗାଡି ଉପରୁ ଏହି ନିୟମକୁ ବାଦ ଦିଆଯାଇଥିଲା । 

କେଜ୍ରିୱାଲ କହିଛନ୍ତି, ଯେଉଁ ଗାଡିକୁ ମହିଳା ଚଳାଉଥିବେ କିମ୍ବା ଯେଉଁ ଗାଡିରେ କେବଳ ମହିଳାମାନେ ହିଁ ବସିଥିବେ, ସେହି ଗାଡି ଉପରେ ଏହି ନିୟମ ଲାଗୁହେବନାହିଁ । ମହିଳାଙ୍କ ସାଥିରେ ୧୨ ବର୍ଷରୁ କମ ବୟସର ପିଲା ବସିପାରିବେ । ମହିଳାଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । 

ସେହିପରି ସିଏନଜି ଗାଡି ଉପରେ ନିୟମର ପରିବର୍ତ୍ତନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଦୁଇ ସଂସ୍କରଣରେ ସିଏନଜି ଗାଡି ଉପରେ ନିୟମକୁ କୋହଳ କରାଯାଇଥିଲା । ମାତ୍ର କିଛି ଲୋକ  ସିଏନଜି ଷ୍ଟିକରର କଳାବଜାର କରିଥିଲେ । ଏହି ନିୟମରୁ ବଞ୍ଚିବା ପାଇଁ ଷ୍ଟିକରର ଦୁରୁପଯୋଗ କରିଥିବା ଦେଖିବାକୁ ମିଳିଥିଲା । ସେହିଦୃଷ୍ଟିରୁ ଏଥର ଘରୋଇ ସିଏନଜି ଗାଡିକୁ ମଧ୍ୟ ବାଦ ଦିଆଯାଇନଥିବା କହିଛନ୍ତି କେଜ୍ରିୱାଲ ।