close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଉଡନ୍ତା ଆମ୍ୱୁଲାନ୍ସ ବନାଇ ନାସାରୁ ଡାକରା ପାଇଲେ ଓଡ଼ିଶାର ଶୁଭ୍ରାଂଶୁ

ମୋବାଇଲ ଓ ଲାପଟପର ସଦୁପଯୋଗ କରି ନାସାର ୁ ଡକରା ପାଇଲେ

ଉଡନ୍ତା ଆମ୍ୱୁଲାନ୍ସ ବନାଇ ନାସାରୁ ଡାକରା ପାଇଲେ ଓଡ଼ିଶାର ଶୁଭ୍ରାଂଶୁ
ଉଡନ୍ତା ଆମ୍ୱୁଲାନ୍ସ ବନାଇ ନାସାରୁ ଡାକରା ପାଇଲେ ଓଡ଼ିଶାର ଶୁଭ୍ରାଂଶୁ

ଆକାଶରେ ଉଡ଼ିବ ଆମ୍ୱୁଲାନ୍ସ । କଥାଟା ଟିକେ ଖଟକା ଲାଗୁଥିବ । ଦର୍ଶକ ବନ୍ଧୁ ଏମିତି ଜଣେ କୁନି ବୈଜ୍ଞାନିକ ଅଛନ୍ତି, ଯିଏ କି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଏଭଳି ଏକ ନିଆରା ଯନ୍ତ୍ର ଉଦ୍ଭାବନ କରିଛନ୍ତି । .କଥାରେ ଅଛି, 
ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସିଥାଏ ଆଉ ସମସ୍ତ ପ୍ରତିବନ୍ଧକ ମଧ୍ୟ ହାର୍ ମାନି ଯାଏ । ଏକଥାକୁ ପ୍ରମାଣିତ କରିଛନ୍ତି ଅନୁଗୁଳର ଶୁଭ୍ରାଂଶୁ. ..ବ୍ୟାଗ୍ ବିକାଳିଙ୍କ ପୁଅ ହୋଇ ମଧ୍ୟ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ବୈଜ୍ଞାନିକଙ୍କ ପ୍ରସଂଶାର ପାତ୍ର ହେବା ସହ ନାସା ବୈଜ୍ଞାନିକ ହେବାର ମୂଳଦୁଆ ପକାଇଛନ୍ତି

ଆକାଶରେ ଉଡ଼ିବ ଆମ୍ୱୁଲାନ୍ସ । ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ସାଜିବ ପୁଷ୍ପକ ବିମାନ । ଏଭଳି ଏକ ନିଆରା ଯନ୍ତ୍ର ଉଦ୍ଭାବନ କରିଛନ୍ତି ଜଣେ କୁନି ବୈଜ୍ଞାନିକ । ବ୍ୟାଗ୍ ବିକାଳିଙ୍କ ପୁଅ କିନ୍ତୁ ସ୍ୱପ୍ନ ନାସାରେ ବୈଜ୍ଞାନିକ ହେବା । ଅନୁଗୁଳ ସହର ଉପକଣ୍ଠ ହୁଲୁରିସିଂହାର ଲକ୍ଷ୍ମଣ ନାୟକ ଓ ମା ସୁଲୋଚନା ନାୟକଙ୍କ ଏକ ମାତ୍ର ପୁଅ ଶୁଭ୍ରାଂଶୁ । ବାପା ଲକ୍ଷ୍ମଣ ଜଣେ ବ୍ୟାଗ୍ ବିକାଳି । ବ୍ୟାଗ ତିଆରି କରି ବଜାରରେ ବିକିଲେ ଚଳିଥାଏ ୩ ପ୍ରାଣୀଙ୍କ ତେଲ ଲୁଣର ସଂସାର । ପୁଅର ଏହି ସ୍ଵପ୍ନ ପାଇଁ ଯଥାସାଧ୍ୟ ଚେଷ୍ଟା ମଧ୍ୟ କରନ୍ତି ଲକ୍ଷ୍ମଣ । ଶୁଭ୍ରାଂଶୁ ଅନୁଗୁଳ ଗାନ୍ଧୀ ମାର୍ଗସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢନ୍ତି । ଏକ ବର୍ଷ ତଳେ ସ୍କୁଲରେ ଆରମ୍ଭ ହୋଇଥିଲା ଲ୍ୟାବ । ଆଉ ଏହା ପାଇଁ ଶୁଭ୍ରାଂଶୁ ୬୫ ହଜାର ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିଲେ ପ୍ରକଳ୍ପ 'ମାଭିକ' । ଗୁଗୁଲ ମ୍ୟାପ ଦ୍ଵାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆକାଶ ମାର୍ଗରେ ଯାଇ ଏହି ଯନ୍ତ୍ର ଦୁର୍ଗମ ଅଞ୍ଚଳ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବ । ସବୁ ସ୍ଥାନକୁ ଡାକ୍ତର କିମ୍ବା ଆମ୍ବୁଲାନ୍ସ ଯିବା ସମ୍ଭବ ହେଉ ନଥିବା ବେଳେ "ମାଭିକ" ଫାଷ୍ଟଏଡ ଧରି ଘଟଣାସ୍ଥଳରେ ପହଞ୍ଚି ଯିବ । କ୍ୟାମେରା ସହାୟତାରେ ଡାକ୍ତରଙ୍କ ସହ ଯୋଗାଯୋଗ କରି ପରାମର୍ଶ ନେଇ ହେବ । ଏଭଳି ଏକ ଯନ୍ତ୍ର ତିଆରି କରି ଶୁଭ୍ରାଂଶୁ ନାସା ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି ।

ଗତବର୍ଷ ପଡ଼ି ଯିବାରୁ ଶୁଭ୍ରାଂଶୁଙ୍କ ହାତ ଭାଙ୍ଗି ଯାଇଥିଲା । ହେଲେ ଘରେ ବସି କାର୍ଟୁନ କିମ୍ବା ଗେମ୍ ନ ଖେଳି ମାଭିକ ନିର୍ମାଣରେ ଲାଗି ପଡ଼ିଥିଲେ ଶୁଭ୍ରାଂଶୁ । ବାପା ଏଥିପାଇଁ ଏକ ଲ୍ୟାପଟପ ଓ କିଛି ଉପକରଣ ଯୋଗାଇ ଦେଇଥିଲେ । ପ୍ରାୟ ୩ ମାସ ପରିଶ୍ରମ କରିଥିଲେ ଶୁଭ୍ରାଂଶୁ । ଦିନ ରାତି ଏକ କରି ତିଆରି କରିଥିଲେ ମାଭିକ ଯନ୍ତ୍ର । ଏହି ପ୍ରକଳ୍ପ ନିର୍ମାଣରେ ଶୁଭ୍ରାଂଶୁଙ୍କୁ ସାହାଯ୍ୟ କରିଥିଲେ ତାଙ୍କର ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର ଡାଙ୍ଗ । ଏହି ପ୍ରକଳ୍ପ ନିର୍ମାଣ କରି ସାରିବା ପରେ ନାସାର ୱେବସାଇଟରେ ଅପଲୋଡ କରିଥିଲେ । ଶୁଭ୍ରାଂଶୁଙ୍କ ଏହି ପ୍ରକଳ୍ପ ଦେଖି ନାସା ବୈଜ୍ଞାନିକଙ୍କୁ ଆଚମ୍ବିତ କରିବା ସହ ନାସା ପକ୍ଷରୁ ଚିଠି ଆସିଥିଲା । ଯେଉଁଥିରେ ସେ ବିଶ୍ଵର ହଜାର ହଜାର ପିଲାଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆଉ ନାସାରୁ ଡାକରା ଆସିବା ପରେ ଏହି ପ୍ରକଳ୍ପକୁ ଅଧିକ ବିକଶିତ କରିବାରେ ଲାଗି ପଡିଛନ୍ତି ଶୁଭ୍ରାଂଶୁ । ଆଉ ଶୁଭ୍ରାଂଶୁଙ୍କ ଏହି ସଫଳତା ପରେ ସ୍କୁଲ ଠାରୁ ଆରମ୍ଭ କରି ସାହିପଡ଼ିଶା ବେଶ ଗର୍ବ ଅନୁଭବ କରୁଛନ୍ତି । ସମସ୍ତଙ୍କ ଠାରୁ ଅଧିକ ଖୁସି ଅଛନ୍ତି ପରିବାର ଲୋକ ।

ନାସା ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପରେ ଶୁଭ୍ରାଂଶୁଙ୍କ ମନୋବଳ ବଢିଛି । ଶତ ପ୍ରତିଶତ ପରିଶ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିବା ଲକ୍ଷ୍ୟ ରଖିବା ସହ ତାଙ୍କ ଏହି ମାଭିକ ସଫଳତା ହାସଲ କଲେ ଲୋକଙ୍କ ହିତରେ ଲାଗି ପାରିବ ।