• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ପରଦେଶୀ ଚଢ଼େଇ ସାଜିଲେ ଅର୍ଦ୍ଧେନ୍ଦୁ

ରିଲିଜ୍ ଅପେକ୍ଷାରେ  'ମୁଁ ପରଦେଶୀ ଚଢ଼େଇ'

ପରଦେଶୀ ଚଢ଼େଇ ସାଜିଲେ ଅର୍ଦ୍ଧେନ୍ଦୁ
ସୌଜନ୍ୟ: ସୋସିଆଲ ମିଡିଆ

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର:  ଭିନ୍ନ ଏକ ନୂଆ ରହସ୍ୟମୟ କାହାଣୀ ସହ ରିଲିଜ୍ ଅପେକ୍ଷାରେ ରହିଛି ନୂଆ ଓଡ଼ିଆ ସିନେମା 'ମୁଁ ପରଦେଶୀ ଚଢ଼େଇ' । ଯେଉଁଥିରେ ଓଲିଉଡର ଷ୍ଟାଇଲିସ୍ ହିରୋ ଅର୍ଦ୍ଧେନ୍ଦୁଙ୍କ ସହ ନାୟିକା ଅନୁଭାଙ୍କ ଯୋଡ଼ିକୁ ଦର୍ଶକେ ପ୍ରଥମଥର ପାଇଁ ରୂପେଲି ପରଦାରେ ଦେଖିବାକୁ ପାଇବେ । ଦର୍ଶକଙ୍କୁ ପୂର୍ବରୁ ଅନେକ ମନ ଛୁଆଁ ସିନେମା ଭେଟି ଦେଇଥିବା ନିର୍ଦ୍ଦେଶକ କେ. ମୁରଲୀ କ୍ରୀଷ୍ଣା ଏହି ସିନେମାଟିକୁ ମଧ୍ୟ ଖୁବ୍ ଭଲଭାବରେ ନିର୍ଦ୍ଦେଶନା ଦେଇଥିବା ଜଣାପଡ଼ିଛି । ତେବେ ଏହି ସିନେମାଟିରେ କମେଡ଼ି, ଫାଇଟ୍, ଲଭ୍, ରୋମାନ୍ସ, ଫ୍ୟାମିଲି ଡ୍ରାମା ଭରପୁର ଥିବାବେଳେ ଦର୍ଶକଙ୍କ ପାଇଁ ରହିଛି ଆଶାଦ୍ ନିଜାମଙ୍କ ନିର୍ଦ୍ଦେଶିତ ଛଅଟି ମନଛୁଆଁ ଗୀତ, ଯେଉଁଥିରେ କଣ୍ଠଦାନ କରିଛନ୍ତି ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ, ସାନ୍, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା, ଦିପ୍ତୀ , ସ୍ୱୟଂ ପାଢ଼ୀ ପ୍ରମୁଖ । 

ନିଜର କୋରିଓଗ୍ରାଫି ଓ ନୃତ୍ୟ ମାଧ୍ୟମରେ ଓଲିଉଡରେ ସମସ୍ତଙ୍କର ପ୍ରିୟ ହୋଇପାରିଥିବା ଲୁବୁନ୍ - ଟୁବୁନଙ୍କ କୋରିଓଗ୍ରାଫିର ଜଲୱା ଏହି ସିନେମାରେ ମଧ୍ୟ ଦର୍ଶକେ ଦେଖିବାକୁ ପାଇବେ । କିଛି ନୂଆ ଏବଂ ପୁରୁଣା କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ସିନେମାଟି । ମୁଖ୍ୟ କଳାକାରଙ୍କ ମଧ୍ୟରେ ମିହିର ହାସ, ପୃଥୀରାଜ, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ପୁଷ୍ପା ପଣ୍ଡା, ଜୋଜୋ, ଅଭିଜିତ୍ ପ୍ରମୁଖ ଥିବାବେଳେ ସିନେମାଟିର କାହାଣୀକୁ ବଲିଉଡର ଫ୍ଲେବର ଦେବାପାଇଁ ମୁମ୍ବାଇରୁ ଅନେକ କଳାକାରଙ୍କୁ ଅଣାଯାଇଛି ବୋଲି ସୂଚନା ଦେଇଛନ୍ତି ସିନେମାର କାର୍ଯ୍ୟକାରୀ ପ୍ରଯୋଜକ ଅଶ୍ୱିନ୍ ତ୍ରିପାଠୀ । ତେବେ ଜାନୁଆରୀ ୧୦ ତାରିଖରେ ରିଲିଜ୍ ହେବାକୁ ଥିବା 'ମୁଁ ପରଦେଶୀ ଚଢ଼େଇ' ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦ ଦେବା ସହ ଖୁବ୍ ଆଦୃତଲାଭ କରିବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ଆଦିକନ୍ଦ ସାହୁ  ।