close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ରୋମାନିଆ ଫିଲ୍ମ ଫେଷ୍ଟିଭାଲକୁ ମନୋନିତ ହେଲା ଓଡ଼ିଆ ସର୍ଟ ଫିଲ୍ମ 'ବ୍ଲାଇଣ୍ଡ୍'

ରୋମାନିଆ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନିତ ହୋଲା ଓଡ଼ିଆ ସର୍ଟ ଫିଲ୍ମ

ରୋମାନିଆ ଫିଲ୍ମ ଫେଷ୍ଟିଭାଲକୁ ମନୋନିତ ହେଲା ଓଡ଼ିଆ ସର୍ଟ ଫିଲ୍ମ 'ବ୍ଲାଇଣ୍ଡ୍'
ରୋମାନିଆ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନିତ ହେଲା ଓଡ଼ିଆ ସର୍ଟ ଫିଲ୍ମ

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ବଡ଼ ପରଦାରେ ରିଲିଜ ହେଉଥିବା ଫିଲ୍ମ ଗୁଡ଼ିକର କ୍ରେଜ ବର୍ତ୍ତମାନ ଯୁଗରେ ଯୁବପୀଢ଼ିଙ୍କ ମଧ୍ୟରେ ଯେତିକି ଅଛି ୟୁଟ୍ୟୁବରେ ରିଲିଜ ହେଉଥିବା ସର୍ଟ ଫିଲ୍ମ ଗୁଡ଼ିକର କ୍ରେଜ ମଧ୍ୟ ଏବେ ସେତିକି ପରିମାଣରେ ବଢ଼ୁଛି । ନିକଟରେ ରିଲିଜ ହୋଇଥିବା ଓଡ଼ିଆ ସର୍ଟ ଫିଲ୍ମ  'ବ୍ଲାଇଣ୍ଡ୍' ରୋମାନିଆ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନିତ ହୋଇଛି । ଶ୍ରେଷ୍ଠ ୨୫ଟି ଚଳଚ୍ଚିତ୍ର ମଧ୍ୟରେ ଏହି ଫିଲ୍ମଟି ମନୋନିତ ହୋଇଛି । ଏହି ଶ୍ରେଷ୍ଠ ୨୫ଟି ଫିଲ୍ମ ୧୮ଟି ଦେଶରୁ ଚୟନ କରାଯାଇଥିଲା ।

ତେବେ 'ବ୍ଲାଇଣ୍ଡ'ର ଅବଧି ମାତ୍ର ଏକ ମିନିଟ୍ । ଏଥିରେ ମଞ୍ଚ ଅଭିନେତା ଅନୁଜ କୁମାର ପଟ୍ଟନାୟକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଅଭିଷେକ ସ୍ୱାଇଁ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଯୋଜକ ହେଉଛନ୍ତି ସନ୍ତୋଷ ଦାସ । ଆଦିଶକ୍ତି ଟ୍ରଷ୍ଟ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ଡ. କାଳନ୍ଦି ଚରଣ ସାହୁ ପ୍ରଦର୍ଶିତ କରିଥିଲେ ।

ଜଣେ ଅନ୍ଧ ବ୍ୟକ୍ତି କିଭଳି ଜଣେ ଉତ୍ତମ ନାଗରିକର ଭୂମିକା ନିଭାଉଛି, ତାହା ହିଁ ହେଉଛି ଏହି ଚଳଚ୍ଚିତ୍ରର କାହାଣୀ । ପୂର୍ବରୁ ଏହି ସିନେମା 'ୱି କେୟାର୍' ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇ ଡ. ଶରତ ଚନ୍ଦ୍ର ପୂଜାରୀ ମେମୋରିଆଲ ସମ୍ମାନ ପାଇଥିଲା ।