• କୋଇଲା ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ
  • ଦିଲ୍ଲୀପଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ୩ ବର୍ଷ ଜେଲ
  • ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ: ୧୯୯୯ ଝାଡ଼ଖଣ୍ଡ କୋଲ ବ୍ଲକ ଆବଣ୍ଟନ ମାମଲ
  • IPL 2020: ଆଜି କୋଲକାତା ଓ ପଞ୍ଜାବ ମୁହାଁମୁହିଁ
  • ବାଲେଶ୍ୱର ଉପ ନିର୍ବାଚନ: ବେଣୁଙ୍କୁ ନେଇ ରାଜନୀତି ଜୋର
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର କଲେ ରାଣୀଙ୍କ ସହିତ ଅନ୍ୟ କିଛି ଯାତ୍ରା କଳାକାର
  • କନ୍ଧମାଳ ବାଲିଗୁଡ଼ାରେ ବୋଲେରୋ ଧକ୍କାରେ ୫ ବର୍ଷର ଶିଶୁ ମୃତ, କ୍ଷତିପୂରଣ ଦାବିରେ ଜିଡୁବାଡ଼ିରେ ରାଜ୍ୟ ରାଜପଥ ଅବରୋଧ

ମନେପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ୮୧ତମ ଜୟନ୍ତୀ । ସେ ଚିର ସବୁଜ ଅକ୍ଷୟ ମହାନ୍ତି । ଫଗୁଣ ଏବେ ବି ଆନମନା ହୋଇ ଖୋକା ଭାଇଙ୍କୁ ଭାରି ଝରୁଛି। ସେ ଥିଲେ ଏକାଧାରାରରେ ଜଣେ ଗୀତିକାର, ସଂଗୀତ ନିର୍ଦ୍ଦେଶକ, ଅଭିନେତା ଓ ଲେଖକ ।

ମନେପଡନ୍ତି ଖୋକା ଭାଇ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ୮୧ତମ ଜୟନ୍ତୀ । ଚିତ୍ର ଓ ସଂଗୀତ ଦୁନିଆରେ ଜଣେ ଥିଲେ ଯାଯାବର।  ସେ ଚିର ସବୁଜ ଅକ୍ଷୟ ମହାନ୍ତି । ସେ ଆଜି ନାହାନ୍ତି ସତ ମାତ୍ର ତାଙ୍କ ସଂଗୀତ  ଆଜି ମଧ୍ୟ ତାଙ୍କୁ ଶ୍ରୋତାଙ୍କ ହୃଦୟରେ ଅମର କରି ରଖିଛି ।

୧୯୩୭ ମସିହା, ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କର ଜନ୍ମ । ପିତା ବିଚିତ୍ରାନନ୍ଦ ମହାନ୍ତି ଓ ମାତା ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ କୋଳରେ ଜନ୍ମ ଅକ୍ଷୟ ମହାନ୍ତିଙ୍କ କର୍ମଭୂମି ଥିଲା ଧବଳ ସହର କଟକ। ୧୯୬୩ ମସିହାରେ ଜଣେ ଗୀତିକାର ଭାବେ ଅକ୍ଷୟ ମହାନ୍ତିଙ୍କୁ ସ୍ୱୀକୃତି  ମିଳିଲା ଆକାଶ ବାଣୀ କଟକ କେନ୍ଦ୍ରରୁ । ୧୯୫୯ ମସିହା ପରଠୁ ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଭିଥିଲା ତାଙ୍କ ସଂଗୀତର ଝଙ୍କାର । ୧୯୪୮ ମସିହାରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁ କଳାକାର ଭାବେ ତାଙ୍କର ଥିଲା ପ୍ରଥମ ଗୀତ । ଏହା ପରେ ସେ ନିଜକୁ ସଙ୍ଗୀତ ଦୁନିଆ ଭିତରେ ହଜାଇ ଦେଇଥିଲେ। ତାଙ୍କ ଜୀବନ କାଳ ମଧ୍ୟରେ ସେ ୧୨୯ଟି ଚଳଚ୍ଚିତ୍ରର ପ୍ରଚ୍ଛଦପଟ ଗାୟକ ଥିଲେ। ଓଡ଼ିଶାର ପୁରପଲ୍ଲୀର କାହାଣୀରେ ଭରି ଦେଉଥିଲେ ମଧୁର ମୂର୍ଚ୍ଛନା। ଯାହାକି ଏବେ ବି ଲୋକଙ୍କ ଓଠରେ ରହିଛି ।

 ଓଡିଆ ସିନେମା ଜଗତରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା, ‘ ମଲାଜହ୍ନ’। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ‘କିଏ କାହାର’ ,’ ସଂସାର’, ‘ଯାଯାବର’,‘ ସ୍ୱପ୍ନ ସାଗର ’ ପରି ଚଳଚ୍ଚିତ୍ରରୁ ଆରମ୍ଭ କରି ନିର୍ଦ୍ଦେଶକ ସବ୍ୟସାଚି ମହାପାତ୍ରଙ୍କ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ର ପର୍ୟ୍ୟନ୍ତ ତାଙ୍କ ଗୀତ ଓ ସଂଗୀତ ଦର୍ଶକଙ୍କୁ କରିଥିଲା ମତୁଆଲା ।  

ମନ ଯା'ର ଯାଯାବର, କେବେ ଖିଆଲି ଢଙ୍ଗରେ ଦଣ୍ଡା ବାଳୁଙ୍ଗା  ତ ଆଉ କେବେ ତାଙ୍କ ହୃଦୟ ଗୁଡ଼ି ଭଳି ଉଡ଼ିଯାଏ ପୂଣ୍ୟର ନଦୀ ତୀରେ ଗୀତ ଆଜି ବି ଲୋକ ମୁଖରେ ଗୁଞ୍ଜରିତ ହେଉଛି । ଆଉ ଫଗୁଣ ଏବେ ବି ଆନମନା ହୋଇ ଖୋକା ଭାଇଙ୍କୁ ଭାରି ଝରୁଛି।  ନଦୀ ସାଗରକୁ ଫେରିଲା ପରି ସେ ବୋଧେ ଫେରିଯାଇଛନ୍ତି ସେଥିପାଇଁ ଆଜି ତାଙ୍କରି ଅନୁପସ୍ଥିତିରେ କିଛି ଲୁହକୁ ଓଠ ନିଜର କରି ନେଇଛି।  ହେଲେ ଅକ୍ଷୟ କିନ୍ତୁ ଦୂର ଗଗନରୁ ଭସାମେଘ ପରି ସଂଗୀତପ୍ରେମୀଙ୍କୁ ଚାହିଁ ରହିଛନ୍ତି । କେବଳ ସଙ୍ଗୀତ ନୁହେଁ ସେ ମଧ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଥିଲେ ।

ଓଡ଼ିଆ ସଂଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଜୟଦେବ ପୁରସ୍କାର ଓ ସାତ ଥର ରାଜ୍ୟର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ପାଇଛନ୍ତି। ବହୁ ଅନୁଷ୍ଠାନରୁ ସେ ପୁରସ୍କୃତ ଓ ସମ୍ୱର୍ଦ୍ଧିତ ହୋଇଛନ୍ତି। ସେ ଥିଲେ ଏକାଧାରାରରେ ଜଣେ ଗୀତିକାର, ସଂଗୀତ ନିର୍ଦ୍ଦେଶକ, ଅଭିନେତା ଓ ଲେଖକ । ଯେଉଁଠି ସେ ହାତ ଦେଇଛନ୍ତି ନିଶ୍ଚୟ ତାଙ୍କୁ ସଫଳତା ମିଳିଛି। ସବୁ ଶ୍ରୋତାଙ୍କୁ ହସାଉଥିବା ସଂଗୀତ ଜଗତର ପ୍ରବାଦ ପୁରୁଷ ୨୦୦୨ ମସିହା ନଭେମ୍ୱର ୧୭ ତାରିଖରେ ସମସ୍ତଙ୍କ ଆଖିରେ ଲୁହ ଭରି ଚାଲିଗଲେ ଆରପାରିକୁ ।