ପାଣି ପରେ ଜମି ବିବାଦ; ମା-ମାଉସୀ କଳିରେ କେବେ ପଡିବ ପୂର୍ଣ୍ଣଚ୍ଛେଦ?
Advertisement

ପାଣି ପରେ ଜମି ବିବାଦ; ମା-ମାଉସୀ କଳିରେ କେବେ ପଡିବ ପୂର୍ଣ୍ଣଚ୍ଛେଦ?

ପାଣି ପରେ ଜମିକୁ ନେଇ ଓଡିଶା-ଛତିଶଗଡ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ।

ପାଣି ପରେ ଜମି ବିବାଦ; ମା-ମାଉସୀ କଳିରେ କେବେ ପଡିବ ପୂର୍ଣ୍ଣଚ୍ଛେଦ?

ମୁକେଶ ପ୍ରଧାନ,ଝାରସୁଗୁଡା: ଦିନକୁ ଦିନ ସମସ୍ୟା ବଢାଇ ଚାଲିଛି ଓଡିଶା (Odisha) ସହ ପଡୋଶୀ ରାଜ୍ୟର ଚାଲିଥିବା ସୀମା ବିବାଦ (Border Dispute) । ରାଜ୍ୟର ଭୌଗୋଳିକ ସୀମାକୁ ଧିରେ ଧିରେ ଧସେଇ ପଶୁଛି ପଡୋଶୀ ଛତିଶଗଡ (Chhattisgarh)। କେବେ ତୁଟିବ ଏହି ବିବାଦ? ଅନ୍ୟପଟେ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖିବାକୁ ଭୁଲି ଯାଇଛନ୍ତି ଓଡିଶା ସରକାର। 

ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେବା ପରିବର୍ତ୍ତେ ଏବେ ସେଠାରେ ଦାଦାଗିରି ଚଳାଇଛି ଛତିଶଗଡ। ହେଲେ ଚୁପ ବସିଛି ଓଡିଶା। ପ୍ରଥମେ ମହାନଦୀ ପାଣି ଅଟକାଇଲା ପରେ ପାଉଁଶ ପାଣି ଛାଡି ମହାନଦୀକୁ ପ୍ରଦୂଷିତ କରୁଛି ପଡୋଶୀ ରାଜ୍ୟ। ଏବେ ପୁଣି ସୀମା ଭିତରକୁ ଧସେଇ ପଶି ଓଡିଶା ଜମିକୁ ମଧ୍ୟ ହତେଇବାକୁ କରୁଛି ପ୍ରୟାସ। କନକତୋରା-ଏକଟାଲ ସୀମାନ୍ତ, ସରେଇପାଲି-ଲରା, ସୁଖାସୋଡା-ଲରା ଏଭଳି କିଛି ବିବାଦୀୟ ସୀମାନ୍ତ ରହିଛି ଯାହାକୁ ନେଇ ଚାଲିଥିବା ସୀମା ବିବାଦର ସମାଧାନ ହୋଇପାରିନାହିଁ। 

fallback

ଯଦିଓ କିଛି କିଛି ସ୍ଥାନ ଯଥା ଝାରଗାଁ ସାଁପଖଣ୍ଡ ରୋଡ ଠାରେ ଜାଗା ଚିହ୍ନଟ କରିବାକୁ ଓଡିଆ ସୂଚନାଫଳକ ଲାଗିଛି ହେଲେ ଅନ୍ୟ ସବୁ ସ୍ଥାନକୁ ଲୋକଙ୍କ ମନରେ ସନ୍ଦେହ ରହୁଛି। ଏହି ସ୍ଥାନ ଓଡିଶା ନା ଛତିଶଗଡର ତାହା ଜଣା ପଡୁନାହିଁ। କିଛି ଏପରି ସ୍ଥାନ ରହିଛି ଯାହା ସୂଚନାଫଳକର ଗୋଟିଏ ପଟେ ଏକଟାଲ ଶୂନ କିଲୋମିଟର ବୋଲି ଦର୍ଶାଯାଇଥିବା ବେଳେ ପଡୋଶୀ ଛତିଶଗଡର ରାୟଗଡ (Raigarh) ଜିଲ୍ଲା ୧୫ କିଲୋମିଟର ବୋଲି ଦର୍ଶାଯାଇଛି। 

ବାସ୍ତବରେ ସେହି ସ୍ଥାନଟି ଓଡିଶା କନକତୋରାର ଏବଂ ସେଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ। ହେଲେ ଛତିଶଗଡ ପ୍ରଶାସନ ସେହି ସ୍ଥାନକୁ ବେଶ ଚଞ୍ଚକତାର ସହ ରାଜ୍ୟ ଅଧିନସ୍ଥ ଅଞ୍ଚଳ ଭାବେ ଦର୍ଶାଇଛି। ଗତ ବର୍ଷ ଆଜି ଦିନରେ ଅର୍ଥାତ ଡିସେମ୍ବର ୭ ତାରିଖରେ ନିଜ ଚାଷ ଜମିରୁ ଧାନ ଆଣୁଥିବା ବେଳେ ମନୋଜ ମେହେର ନାମକ ଜଣେ ଚାଷୀଙ୍କୁ ଛତିଶଗଡ ଜୁଟ ମିଲ ପୋଲିସ ଉଠାଇ ନେଇଥିଲା। ଏହାକୁ ନେଇ ଜୋରଦାର ବିରୋଧ କରାଯିବାରୁ ଛତିଶଗଡ ପୋଲିସ ତାଙ୍କୁ ଛାଡି ଦେଇଥିଲା।   

Also Read: ସୀମା ବିବାଦ: ବିଧାନସଭାରେ ଜବାବ ମାଗିବା ପରେ ବିରୋଧିଙ୍କୁ ଉତ୍ତର ଦେଲେ ସରକାର

ସେହି ଘଟଣା ଘଟିବାକୁ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଓଡିଶା ସରକାରଙ୍କ ପକ୍ଷରୁ କୌଣସି ସୂଚନାଫଳକ ଲାଗିନାହିଁ। ଆଜି ମଧ୍ୟ ଲୋକେ ସେହି ଜାଗାକୁ ନେଇ ଦ୍ଵନ୍ଦ୍ୱରେ ରହିଛି। ଏ ସ୍ଥାନଟି ଛତିଶଗଡ ନା ଓଡିଶାର। ଓଡିଶା ସୀମାନ୍ତରେ ଛତିଶଗଡ ପ୍ରଶାସନ ପକ୍ଷରୁ ଶ୍ମଶାନ ଘାଟ ସମେତ ଅନ୍ୟାନ୍ୟ ପ୍ରକଳ୍ପ କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

fallback

ସୀମାନ୍ତ ଅଞ୍ଚଳର ଲୋକେ ଓଡିଶାକୁ ମା କହୁଥିବା ବେଳେ ଛତିଶଗଡକୁ ମାଉସୀ ବୋଲି କୁହନ୍ତି। ଛତିଶଗଡ ଲୋକଙ୍କ ସହ କୌଣସି ମନୋମାଳିନ ନାହିଁ ଝାରସୁଗୁଡାର। ଏହି ସୀମା ବିବାଦରେ ଛତିଶଗଡର ଏଭଳି ଆଚରଣ ନେଇ ଖୋଦ ଛତିଶଗଡି ଲୋକ ଓଡିଶାକୁ ସମର୍ଥନ କରୁଛନ୍ତି ଏବଂ ଏ ବିବାଦ ସମାଧାନ କରିବାକୁ ଦାବି ରଖିଛନ୍ତି ତୁଟାଇବାକୁ ଅନୁରୋଧ କରିଛନ୍ତି। ଓଡିଶା ପକ୍ଷରୁ ସୂଚନାଫଳକ ଲଗାଗଲେ ସୀମା ବିବାଦର ସମାଧାନ ହେବ ବୋଲି ସୀମାନ୍ତ ଅଞ୍ଚଳର ବାସିନ୍ଦା କହିଛନ୍ତି।

ସୀମା ବିବାଦ ଉପରେ ମତ ରଖି ବରଗଡ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଏ ଦିଗରେ କେନ୍ଦ୍ର ସରକାରକୁ ଅବଗତ କରାଯିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ଦାବି ରଖାଯିବ। ଅନ୍ୟ ପକ୍ଷେ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ କରାଯାଇଛି ଏବଂ ସେଠାରେ ସୂଚନାଫଳକ ଲଗାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ କହିଛନ୍ତି। ଦେଖିବାକୁ ବାକି ରହିଲା ଏଭଳି ବିବାଦୀୟ ସ୍ଥାନ ଯୋଉଠି ଓଡିଶା ଛତିଶଗଡ ଆଦି ରାଜ୍ୟ ଦ୍ୱୟକୁ ଅଲଗା କରାଯିବ ତାହା କେବେ ସ୍ଥାପନ କରାଯାଉଛି ଏବଂ ଦୀର୍ଘ ଦିନରୁ ଲାଗି ରହିଥିବା ଏହି ବିବାଦର ସମାଧାନ କେବେ ହେଉଛି।