• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୋଆ ପାଲଟିବ ପୁରୀ ! ଜଗଦଗୁରୁ କଲେ କ୍ଷୋଭପ୍ରକାଶ

 ଜଗଦଗୁରୁ ଶଙ୍କରାଚାର୍ଯ୍ଯ କହିଛନ୍ତି, ସରକାର ତପୋଭୂମିକୁ ଭୋଗଭୂମି ନ କରନ୍ତୁ । ଏଭଳି ହେଲେ ସରକାରଙ୍କ ଅଧଃପତନ ସୁନିଶ୍ଚିତ ବୋଲି ଚେତାଇ ଦେଇଛନ୍ତି । ତେବେ ବିଭିନ୍ନ ସଂଗଠନ ଗୁଡ଼ିକର ଏହି ପ୍ରସ୍ତାବକୁ ବିରୋଧ ନେଇ ଦାବିପତ୍ର ପହଞ୍ଚିଛି । 

ଗୋଆ ପାଲଟିବ ପୁରୀ ! ଜଗଦଗୁରୁ କଲେ କ୍ଷୋଭପ୍ରକାଶ

ସଞ୍ଜୟ ମହାପାତ୍ର,ପୁରୀ: ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନର ବ୍ୟବସ୍ଥା । ଯାହାକୁ ବିଚ୍ ସ୍ୟାକ୍ସ ନାମରେ ଖୋଲିବାର ଯୋଜନା । ଗୋଆ ଭଳି ପୁରୀ ବିଚରେ ଏହି ବ୍ୟବସ୍ଥା କରିବା ପାଇଁ ଓଟିଡିସି ପ୍ରସ୍ତୁତି ଆରମ୍ଭ କରିଛି । ଏ ନେଇ ଅନଲାଇନ ଆବେଦନ ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲି ଆବେଦନର ଶେଷ ତାରିଖ । ପର୍ଯ୍ୟଟନ ବିଭାଗର ଏଭଳି ଯୋଜନାକୁ କଡ଼ା ବିରୋଧ କରିଛନ୍ତି ନିଶା ନିବାରଣ ଅଭିଯାନର ଅନେକ ଅନୁଷ୍ଠାନ ।

ସେପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ଯ କହିଛନ୍ତି, ସରକାର ତପୋଭୂମିକୁ ଭୋଗଭୂମି ନ କରନ୍ତୁ । ଏଭଳି ହେଲେ ସରକାରଙ୍କ ଅଧଃପତନ ସୁନିଶ୍ଚିତ ବୋଲି ଚେତାଇ ଦେଇଛନ୍ତି । ତେବେ ବିଭିନ୍ନ ସଂଗଠନ ଗୁଡ଼ିକର ଏହି ପ୍ରସ୍ତାବକୁ ବିରୋଧ ନେଇ ଦାବିପତ୍ର ପହଞ୍ଚିଛି । ସେମାନଙ୍କ ସହ ସ୍ୱତନ୍ତ୍ର ବୈଠକ ପରେ ରାଜ୍ଯ ସରକାରଙ୍କୁ ଏ ନେଇ ଅବଗତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Also Read: 'ଜବରଦସ୍ତି କଲେ ଭାଇରାଲ କରିଦେବି ତୋ ଫଟୋ'

ବିଶ୍ୱ ଆଧ୍ୟାତ୍ମିକ ନଗରୀରେ ଖୋଲିବ ବିଚ୍ ସ୍ୟାକ୍ସ ବା ମଦ କୁଡିଆ (Beach Shacks)। ଓଟିଡିସି ପର୍ଯ୍ୟଟନ (OTDC Tourism) ର ବିକାଶ ନାଁରେ ରାଜ୍ୟର ୬ଟି ଜିଲ୍ଲାରେ ୨୦ଟି ମଦ କୁଡିଆ ଖୋଲିବା ନେଇ ଜାରି ହୋଇଛି ସ୍ୱତନ୍ତ୍ର ବିଜ୍ଞପ୍ତି । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରୋଡରେ ସର୍ବାଧିକ ୫ଟି ମଦ କୁଡ଼ିଆ ଖୋଲିବାକୁ ରହିଛି ପ୍ରସ୍ତାବ। ତେବେ ଏଭଳି ଯୋଜନାକୁ କଡ଼ା ବିରୋଧ କରିଛନ୍ତି ପୁରୀର ବିଭିନ୍ନ ମଦମୁକ୍ତି ଅଭିଯାନ କର୍ମକର୍ତ୍ତା । କହିଛନ୍ତି, ଜଗନ୍ନାଥ ସଂସ୍କୃତିରେ ଆକର୍ଷିତ ହୋଇ ସାରା ବିଶ୍ୱରୁ ଭକ୍ତ ପୁରୀ ଆସୁଥିବା ବେଳେ ଏଠି ରାଜ୍ୟ ସରକାରଙ୍କ ଓଟିଡିସି ମଦ ବିକ୍ରି ଯୋଜନା ଅତ୍ୟନ୍ତ ନିନ୍ଦନୀୟ ଓ ଏହା ଜଗନ୍ନାଥ ସଂସ୍କୃତିର ବିଲୋପ ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ।  

Also Read:ପ୍ରେମିକାକୁ ସ୍ପିରିଟ୍ ଢାଳି ଜୀବନ୍ତ ଜାଳିଦେବା ଘଟଣା; ବାହାରିଲା ନୂଆ ଟ୍ୱିଷ୍ଟ୍

ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଏହାକୁ ବିରୋଧ କରିବାକୁ ଅନୁରୋଧ କରିଛନ୍ତି । ଏହାପରେ ଶଙ୍କରାଚାର୍ଯ୍ୟ କହିଛନ୍ତି,  ଶ୍ରୀକ୍ଷେତ୍ର (Puri) ହେଉଛି ତପୋଭୂମି । ଏହାକୁ ଭୋଗଭୂମି କରିବାକୁ ଚେଷ୍ଟା କଲେ ହେବ ସରକାରଙ୍କ ଅଧଃପତନ । ଓଡ଼ିଶାର ୪୮୨ କିଲୋମିଟର ସମୁଦ୍ର ଉପକୂଳରେ ରହିଛି ବିସ୍ତୀର୍ଣ୍ଣ ବେଳାଭୂମି । ତେଣୁ ପର୍ଯ୍ଯଟନ ବିଭାଗ ପକ୍ଷରୁ ବିଚ୍ ଟୁରିଜିମର ପ୍ରଚାର ପ୍ରସାର ପାଇଁ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ । ଇକୋ ରିଟ୍ରିଟ୍ (Eco-Retreat) ସଫଳତା ପରେ ଓଟିଡିସି ପକ୍ଷରୁ ୬ଟି ଜିଲ୍ଲାରେ ଏଭଳି ଯୋଜନା ଆରମ୍ଭ ହେବାକୁ ଯାଉଛି ।

Also Read: ଯଦି ଆପଣଙ୍କ ନାକ ଏମିତି, ତେବେ ଆପଣ ଦୁନିଆରେ ସବୁଠାରୁ ଭାଗ୍ୟଶାଳୀ !

ବାଲେଶ୍ବରର ତଳସାରୀ ଉଦୟପୁର ବିଚରେ ୩ଟି, ଚାନ୍ଦିପୁରରେ ୨ଟି, ପାରାଦୀପ ସି-ବିଚରେ ୩ଟି, ଗଞ୍ଜାମର ପଟ୍ଟିସୋନପୁରରେ ୨ଟି, ଗୋପାଳପୁରରେ ୫ଟି ଓ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ବେଳାଭୂମିରେ ୫ଟି ଲେଖାଏଁ ବିଚ୍ ସାକ୍ସ ଯୋଜନା ରହିଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର କରିବାକୁ ସରକାର ପଦକ୍ଷେପ ନେଇଥିବା ବେଳେ ବେଳାଭୂମିରେ ବିଚ୍ ସ୍ଯାକ୍ସ (Beach Shacks) ଯୋଜନା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ସବୁ ସ୍ତରରେ ଚାଲିଛି ତର୍ଜମା।