Advertisement
Article Detail0/zeeodisha/odisha662373
Zee OdishaOther Newsକଥା ରଖିଲେ ନବୀନ, ଗଢିଲେ ଦୁଇଟି କୋରୋନା ଡାକ୍ତରଖାନା

କଥା ରଖିଲେ ନବୀନ, ଗଢିଲେ ଦୁଇଟି କୋରୋନା ଡାକ୍ତରଖାନା

ଦୁଇଟି କୋଭିଡ ଡାକ୍ତରଖାନା ପ୍ରତିଷ୍ଠା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କଥା ରଖିଲେ ନବୀନ, ଗଢିଲେ ଦୁଇଟି କୋରୋନା ଡାକ୍ତରଖାନା

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୫୦ ଶଯ୍ୟା ବିଶିଷ୍ଟି ଦୁଇଟି କୋରୋନା ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଡାକ୍ତରଖାନା ନିର୍ମାଣ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ। ଦୁଇଟି ଡାକ୍ତରଖାନାରେ ୬୫୦ ଶଯ୍ୟା ରହିଥିବା ଜଣାପଡ଼ିଛି। ଆସନ୍ତା ଏପ୍ରିଲ ୫ ତାରିଖ ସୁଦ୍ଧା ଶଯ୍ୟା ସଂଖ୍ୟା ୧୧୫୦କୁ ବୃଦ୍ଧି କରାଯିବ ବୋଲି ସୂଚନା ରହିଛି।

ସୂଚନା ଯୋଗ୍ୟ ଏହି ଡାକ୍ତରଖାନାର ନାମ ଓଡ଼ିଶା କୋଭିଡ଼ ହସ୍ପିଟାଲ(Odisha COVID Hospital) ରହିଥିବା ଜଣାପଡ଼ିଛି। ଏହି ଡାକ୍ତରଖାନା ଗୁଡ଼ିକ କଟକ ଓ ଭୁବନେଶ୍ୱରରେ ରହିଥିବା ଜଣାପଡ଼ିଛି। ଭୁବନେଶ୍ୱର ଡାକ୍ତରଖାନାରେ ୫୦୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ କଟକ ଡାକ୍ତରଖାନାରେ କୋରୋନା ରୋଗୀଙ୍କ ପାଇଁ ୧୦୦ ଶଯ୍ୟା ରହିଥିବା ଜଣାପଡ଼ିଛି। ଏହି ଦୁଇଟି ହସ୍ପିଟାଲ ପାଇଁ ଓଡ଼ିଶା ମାଇନିଂ କର୍ପୋରେସନ ଏବଂ ମହାନଦୀ କୋଲ ଫିଲ୍ଡସ ଲିମିଟେଡ଼ ସହାୟତା ଯୋଗାଇ ଦେଇଛନ୍ତି। 

ଏହି ଡାକ୍ତରଖାନା ନିର୍ମାଣରେ ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ସହିତ ଡାକ୍ତରଖାନା ନିର୍ମାଣରେ ସହାୟତା କରିଥିବା କିମ୍ସ(ଭୁବନେଶ୍ୱର) ଓ ଅଶ୍ୱିନୀ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଏକ ସପ୍ତାହ ମଧ୍ୟରେ ଡାକ୍ତରଖାନା ନିର୍ମାଣରେ ବେଶ ସହାୟତା ଯୋଗାଇ ଦେଇଛନ୍ତି ଉଭୟ ଅଶ୍ୱିନୀ ଓ କିମସ ହସପିଟାଲ। 

Add Zee News as a Preferred Source
About the Author