ମହୁଚାଷ ପ୍ରତି ବିଶେଷ ଦୃଷ୍ଟି ଦେବେ ସରକାର
Advertisement

ମହୁଚାଷ ପ୍ରତି ବିଶେଷ ଦୃଷ୍ଟି ଦେବେ ସରକାର

ମହୁଚାଷ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର

ସୌଜନ୍ୟ: ସୋସିଆଲ ମିଡିଆ

ମଳୟ ମହାନ୍ତି, ଭୁବନେଶ୍ୱର: ଓଡ଼ିଶାରେ ଅଧିକରୁ ଅଧିକ ଚାଷୀ କିଭଳି ମହୁଚାଷ ଭଳି ଲାଭବାନ ଚାଷ କରିପାରିବେ ସେ ନେଇ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ସରକାର । ଏଥିପାଇଁ ରାଜ୍ୟର ଶତାଧିକ ମହୁଚାଷୀଙ୍କୁ ନେଇ ଏକ ବିରାଟ କାର୍ଯ୍ୟକ୍ରମ ଆଯୋଜନ କରାଯାଇଛି । ବୈଜ୍ଞାନିକ ପଦ୍ଧତିରେ କିଭଳି ଓଡ଼ିଶାରେ ଅଧିକରୁ ଅଧିକ ଚାଷୀଙ୍କୁ ମହୁଚାଷ ପ୍ରତି ଆକର୍ଷିତ କରିହେବ ସେ ନେଇ କୃଷି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ବର୍ତ୍ତମାନ ରାଜ୍ୟରେ ଏକ ଲକ୍ଷ ମହୁଚାଷୀ ଥିବାବେଳେ ଏହି ସଂଖ୍ୟାକୁ ୧୫ ଲକ୍ଷରେ ପହଞ୍ଚାଇବାକୁ ଉଦ୍ୟମ ହେଉଥିବା କୃଷି ମନ୍ତ୍ରୀ କହିଛନ୍ତି । 

ଏପରିକି ଅତ୍ୟାଧୁନିକ ପଦ୍ଧତିରେ ମହୁଚାଷ କରିବା ସହ ଚାଷୀଙ୍କୁ ଉତ୍ସାହିତ କରାଯିବାକୁ ଯୋଜନା କରାଯାଇଛି । ସରକାରଙ୍କ ପକ୍ଷରୁ ମହୁଚାଷ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବା ସହ ବ୍ୟାପକ ସଚେତନତା ମାଧ୍ୟମରେ ଟାର୍ଗେଟ ହାସଲ କରିବାକୁ କୃଷି ବିଭାଗ ଯୋଜନା କରିଥିବା ମନ୍ତ୍ରୀ କହିଛନ୍ତି । ବିଭିନ୍ନ ପ୍ରକାର ମହୁଚାଷ ଓଡ଼ିଶାରେ କରାଯାଉଥିବାବେଳେ ମହୁଚାଷ ପ୍ରତି ଲୋକଙ୍କର ଡର ଥିବା ଚାଷୀମାନେ କହିଛନ୍ତି । ଏପରିକି ଅତ୍ୟାଧୁନିକ ପଦ୍ଧତିରେ ସବୁଠାରୁ ଭଲ ମହୁ ମାଛିକୁ ଚାଷ କରିବା ଆବଶ୍ୟକ ବୋଲି ଚାଷୀ କହିଛନ୍ତି । ଏପରିକି ମହୁ ବ୍ୟତୀତ ଏହି ଚାଷରୁ ସ୍ୱତନ୍ତ୍ର ଫେସପ୍ୟାକ, ପ୍ରାସାଧାନ ସାମଗ୍ରୀ ତଥା ବିଭିନ୍ନ ପ୍ରକାର ଔଷଧୀୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇପାରୁଛି । ତେଣୁ ଅତ୍ୟାଧୁନିକ ଶୈଳୀରେ ମହୁ ଉତ୍ପାଦନ, ବଜାର ବ୍ୟବସ୍ଥା, ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବା ସମ୍ପର୍କରେ ଚାଷୀମାନେ ମତ ରଖିଛନ୍ତି । ପାରମ୍ପରିକ ଚାଷରେ ଓଡ଼ିଶା ଚାଷୀମାନେ ଅଧିକ ମାତିଥିବାବେଳେ ଲାଭଜନକ ଚାଷ ସଂପର୍କରେ ସରକାର ବିଶେଷ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ଏପରିକି କୃଷି ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ମହୁ ଚାଷୀ, ବିଶେଷଜ୍ଞ ଯୋଗ ଦେଇ ମହୁ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ ।