'ମୋ ସରକାର'ରେ ସାମିଲ ହେଲା ଏସସି ଓ ଏସଟି ବିଭାଗ

ମୋ ସରକାରରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ। 

  'ମୋ ସରକାର'ରେ ସାମିଲ ହେଲା ଏସସି ଓ ଏସଟି ବିଭାଗ

ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲା ବିଭାଗ।ମୁଖ୍ୟମନ୍ତ୍ରୀ 30 ଜିଲାରେ 30 ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ17 ଟି ଅନୁପ୍ରକଳ୍ପରେ ମୋ ସରକାର ଶୁଭାରମ୍ଭ  କରିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବିକ ମିଶନର ଲୋକାର୍ପଣ କରିଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ବିଭାଗୀୟ ମନ୍ତ୍ରୀ ଓ ସଚିବ ସିଧାସଳଖ କଥାହେବେ ଓ ମତାମତ ନେବେ। ବର୍ତମାନ ସୁଦ୍ଧା ବିଭିନ୍ନ ଲୋକଙ୍କ ଠୁ ମତାମତ ଗ୍ରହଣ କରାଯାଉଥିବା ବେଳେ 90 ପ୍ରତିଶତ ଭତ୍ତମ ଉତର ମିଳୁଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଜୀବିକା ମିଶନ କୁ ଅଧିକ କ୍ରିୟାଶୀଳ କରିବା, ଏହା ଦ୍ୱାରା ଜନଜାତି ଲୋକଙ୍କର ଅର୍ଥନୈତିକ ଉନ୍ନତି ଆହୁରି ତ୍ୱରାନ୍ୱିତ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।