ମହାରାଷ୍ଟ୍ର,ଗୁଜରାଟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ: ସ୍ୱାସ୍ଥ୍ୟ ସଚିବ
Advertisement

ମହାରାଷ୍ଟ୍ର,ଗୁଜରାଟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ: ସ୍ୱାସ୍ଥ୍ୟ ସଚିବ

ଅପରେସନ୍ 'ଶୁଭଯାତ୍ରା ଆରମ୍ଭ'

ମହାରାଷ୍ଟ୍ର,ଗୁଜରାଟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ: ସ୍ୱାସ୍ଥ୍ୟ ସଚିବ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ସାରା ରାଜ୍ୟରେ କୋରୋନା ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ବାହାର ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଓଡିଆଙ୍କୁ ଓଡ଼ିଶା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆରମ୍ଭ ହୋଇଛି 'ଅପରେସନ ଶୁଭଯାତ୍ରା'। 

ପ୍ରଥମ ପର୍ଯ୍ୟାୟରେ କେରଳ ଓ ଆନ୍ଧ୍ରାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପ୍ରବାସୀ ଓଡିଆମାନେ ରେଳ ଯୋଗେ ଓଡ଼ିଶା ଆସିବା ପାଇଁ  ଅନୁମତି ମାଗିଛନ୍ତି ରାଜ୍ୟ ସରକାର । କେରଳରୁ ବାହାରିଥିବା ଏକ ସ୍ୱତନ୍ତ୍ର ରେଳ ଯୋଗେ ଆସୁଥିବା ଗାଡ଼ିରେ ରହିଛନ୍ତି ଅଧିକାଂଶ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଲୋକେ। ତେଣୁ ଏହା ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ମୋଟ ୧୧୫୦ଜଣ ପହଞ୍ଚିବେ । ଆଉ ଏକ ରେଳ ସୁରତରୁ ଆଜି ରାତିରେ ୧୦ ଘଣ୍ଟିକା ସମୟରେ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିବ। 

ଏହି ପ୍ରବାସୀ ଓଡ଼ିଆମାନେ ଟିକିଏ ନିୟମ ମାନିଲେ କୌଣସି ଅସୁବିଧା ହେବନାହିଁ । ମହାରାଷ୍ଟ୍ରରେ ୧୧ ହଜାର ୫୦୬ ଓ ଗୁଜରାଟରେ ୪ହଜାର ୬୦୦ ଜଣ କୋରୋନା ସଂକ୍ରମଣ ଆଜି ସୁଧା ଥିବା ବେଳେ ଓଡ଼ିଶାରେ ମାତ୍ର ୧୫୬ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ୪୩, ଖୋର୍ଦ୍ଧାରେ ୪୮, ବାଲେଶ୍ଵରରେ ୨୦, ଭଦ୍ରକରେ ୧୯, ସୁନ୍ଦରଗଡ଼ରେ ୧୦, ବଲାଙ୍ଗିରରେ ୨, କେନ୍ଦ୍ରାପଡ଼ାରେ ୨, କଳାହାଣ୍ଡିରେ ୨, କୋରାପୁଟରେ, ଢେଙ୍କାନାଳ ଓ ପୁରୀରେ ୧ ଓ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁନ ରହିଛି । 

ସେପଟେ ଯାଜପୁର ଜିଲ୍ଲା କଟିକଟା ଅଞ୍ଚଳରେ ଲୋକଙ୍କ ଦାୟିତ୍ୱହୀନତାକୁ ଦାୟୀ କଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ସରକାରୀ ସ୍ତରରେ ପ୍ରସ୍ତୁତି ଯେମିତି ବଢୁଛି ସେମିତି ଚିନ୍ତା ବି ବଢୁଛି । ତେଣୁ ସବୁ ସୀମାକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ସମସ୍ତଙ୍କୁ କୋରେନଣ୍ଟାଇନରେ ରଖାଯିବ ଏବଂ ସାମାଜିକ ନିରାପତ୍ତାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ।ତେଣୁ ସଚେତନତା ହିଁ ମଣିଷର ଜୀବନକୁ ସୁରକ୍ଷା ଦେଇ ପାରିବ ।