close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଓଡ଼ିଶାର ରୋବର୍ଟ ରେସ୍ତୋରାଁରେ ଚମ୍ପା, ଚମେଲି କହୁଛନ୍ତି ଆପଣମାନେ ଖୁସି ତ?

ଓଡ଼ିଶାର ପ୍ରଥମ ରୋବର୍ଟ ଚାଳିତ ରେସ୍ତୋରାଁ 'ରୋବୋ ଚେଫ' ଉଦଘାଟିତ । ଏହି ରେସ୍ତୋରାଁକୁ ନେଇ ସାରା ଭାରତରେ ଚାଲିଛି ଚର୍ଚ୍ଚା

ଓଡ଼ିଶାର ରୋବର୍ଟ ରେସ୍ତୋରାଁରେ ଚମ୍ପା, ଚମେଲି କହୁଛନ୍ତି ଆପଣମାନେ ଖୁସି ତ?
ODISHA'S FIRST ROBOT OPERATED RESTURANT INAGURATED

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ପୂର୍ବରୁ କେରଳରେ ରୋବର୍ଟ ଚାଳିତ ରେସ୍ତୋରାଁ କଥା ନଜରକୁ ଆସିଥିଲା । ଏବେ କେରଳ ପରି ଓଡ଼ିଶାରେ ମଧ୍ୟ ଖୋଲିଛି ରୋବର୍ଟ ଚାଳିତ ରେସ୍ତୋରାଁ । ଓଡ଼ିଶାର ପ୍ରଥମ ରୋବର୍ଟ ଚାଳିତ ରେସ୍ତୋରାଁ 'ରୋବୋ ଚେଫ' ଡିଏଲଫ ଅଞ୍ଚଳରେ ବୁଧବାର ଦିନ ଖୋଲାଯାଇଛି । ଏହି ରେସ୍ତୋରାଁରେ ବର୍ତ୍ତମାନ ଦୁଇଟି ରୋବର୍ଟ ରଖାଯାଇଛି । ଦୁଇଟି ରୋବର୍ଟର ନାମ ଚମ୍ପା ଓ ଚମେଲି । ଏହି ଦୁଇଟି ରୋବର୍ଟ ଖାଦ୍ୟ ପରସି ସାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ ହୋଇଥିବା ଚର୍ଚ୍ଚିତ ପ୍ରଶ୍ନ 'ଆପଣ ମାନେ ଖୁସି ତ ?' ବୋଲି ପଚାରୁଛନ୍ତି । ଆଉ ଏହି ପ୍ରଶ୍ନ ରୋବର୍ଟରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଫିଟ୍ କରାଯାଇଛି । ଏତଦ ବ୍ୟତୀତ ଏହି ରୋବର୍ଟରେ ଓଡ଼ିଆ ଭାଷାରେ ବସନ୍ତୁ ବୋଲି ମଧ୍ୟ କହିବାର ବ୍ୟବସ୍ଥା କରାଯାଇଛି । ରୋବର୍ଟ ଦୁଇଟିକୁ ଭାରତରେ ନିର୍ମାଣ କରାଯାଇଛି ।

robo chef

ଏହି ରୋବର୍ଟଦ୍ୱୟରେ ୧୭ ପ୍ରକାର ସେନସର ସେଟ କରାଯାଇଛି । ଏହି ସେନସେର ମାଧ୍ୟମରେ ରୋବର୍ଟଦ୍ୱୟ ସ୍ୱୟଂ ରାସ୍ତା ଜାଣିପାରୁଥିବା ସହିତ ଗରମ,ଥଣ୍ଡା, ପରିବେଶକୁ ଅନୁଭବ କରିପାରିବା ସହିତ ଲୋକମାନଙ୍କ ଉପସ୍ଥିତିକୁ ମଧ୍ୟ ଖୁବ ସୁଚାରୁରୂପେ ଜାଣି ପାରୁଛନ୍ତି । ରୋବର୍ଟଦ୍ୱୟକୁ କୈଣସି ଗାଇଡାନ୍ସର ଆବଶ୍ୟକତା ମଧ୍ୟ ନାହିଁ । ସେମାନେ ଆପେ ଆପେ ଖାଦ୍ୟ ନେଇ ଯିବା ସହିତ ନିଜ ଦେହରେ ଲାଗିଥିବା କମ୍ପୁଟର ମାଧ୍ୟମରେ ଅର୍ଡର ରିସିଭ କରୁଛନ୍ତି ।

ରେସ୍ତୋରାଁର ମାଲିକ ନିଜ ଆମେରିକା ଗସ୍ତ ସମୟରେ ସେଠାରେ ଥିବା ଏପରି ଏକ ରୋବର୍ଟ ଚାଳିତ ରେସ୍ତୋରାଁରୁ ଆଇଡିଆ ପାଇଥିବା କହିଛନ୍ତି । ଏବଂ ତାସହିତ ଏହା ମଧ୍ୟ କହିଛନ୍ତି ଯେ ଏପରି ରେସ୍ତୋରାଁ ପୂର୍ବ ଭାରତରେ ପ୍ରଥମ । ଏବଂ ସେ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ନିଜର ନୂତନ ଉପାୟ ଦ୍ୱାରା ଏକ ଭିନ୍ନ ସ୍ଥାନ ଦେବାକୁ ଚାହୁଁଛନ୍ତି । ହୋଟେଲର ମାଲିକ ପେଶାରେ ଜଣେ ସିଭିଲ ଇଞ୍ଜିନିୟର ଏବଂ ନିଶାରେ ରେସ୍ତୋରାଁ ମାଲିକ । 

ଚମ୍ପା ଓ ଚମେଲି ନାମକ ଦୁଇଟି ରୋବର୍ଟ ମାତ୍ର ଅଧ ଘଣ୍ଟାରେ ଫୁଲ ଚାର୍ଜ ହେଇଯିବ ଓ ଚାର୍ଜ ହେବା ପରେ ଆଠ ଘଣ୍ଟା ଯାଏ କାର୍ଯ୍ୟ କରିପାରିବାର କ୍ଷମତା ରହିଛି ।