ବ୍ୟାଙ୍କରେ ଟଙ୍କା ରଖିବାକୁ ମନା କଲେ ଅର୍ଥ ବିଭାଗର ମୁଖ୍ୟ ସଚିବ, ଆରବିଆଇ ଖପା
Advertisement

ବ୍ୟାଙ୍କରେ ଟଙ୍କା ରଖିବାକୁ ମନା କଲେ ଅର୍ଥ ବିଭାଗର ମୁଖ୍ୟ ସଚିବ, ଆରବିଆଇ ଖପା

ଓଡ଼ିଶାର ଅର୍ଥ ବିଭାଗର ମୁଖ୍ୟ ସଚିବ ବ୍ୟାଙ୍କରେ ଟଙ୍କା ରଖିବାକୁ କରିଥିଲେ ମନା । ଯାହାକୁ ନେଇ ଖପା ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଅର୍ଥ ବିଭାଗର ମୁଖ୍ୟ ସଚିବ ଏକେକେ ମିନା ସରକାରୀ ବିଭାଗକୁ ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ ବାରଣ କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଛି  ।  ଏହା ଉପରେ ଆରବିଆଇ ଆପତ୍ତି କରିଛି ।  

RBI

ନୂଆଦିଲ୍ଲୀ: ଓଡ଼ିଶାର ଅର୍ଥ ବିଭାଗର ମୁଖ୍ୟ ସଚିବ ବ୍ୟାଙ୍କରେ ଟଙ୍କା ରଖିବାକୁ କରିଥିଲେ ମନା । ଯାହାକୁ ନେଇ ଖପା ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଅର୍ଥ ବିଭାଗର ମୁଖ୍ୟ ସଚିବ ଏକେକେ ମିନା ସରକାରୀ ବିଭାଗକୁ ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ ବାରଣ କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଛି  ।  ଏହା ଉପରେ ଆରବିଆଇ ଆପତ୍ତି କରିଛି ।  

ଆରବିଆଇ କହିଛି ଯେ ଏପରି ସନ୍ଦେଶର ପ୍ରସାର ହେବା ଯୋଗୁଁ ସାଧାରଣ ଜନତାରେ ଭୟର ବାତାବରଣ ଦେଖା ଦେବ । ବ୍ୟାଙ୍କ ଏହି ପ୍ରତିକ୍ରିୟା ପରେ ଅର୍ଥ ବିଭାଗର ମୁଖ୍ୟ ସଚିବ ଏକେକେ ମିଣା ନିଜ ସ୍ପଷ୍ଟୋକ୍ତିରେ କହିଛନ୍ତି ଯେ ରାଜ୍ୟ ସରକାର ବ୍ୟାଙ୍କର କୌଣସି ଲାଭ କ୍ଷତି ତଥା ଅନ୍ୟାନ୍ୟ ଦିଗ ଉପରେ ନିଜ ମତ ରଖୁନାହିଁ ।  

ଏହି ଘଟଣାକ୍ରମ ସୋମବାର ବିଭାଗଗୁଡିକୁ ମିଣାଙ୍କ ଦ୍ୱାରା ଲିଖିତ ଚିଠିରେ ପଠାଇବା ପରେ ଆରମ୍ଭ ହୋଇଥିଲା । ଏହି ଚିଠିରେ କିଛି ଖବରକାଗଜର ସେହି ଖବରକୁ ଆଡକୁ ଧ୍ୟାନ ଆକର୍ଷିତ କରାଯାଇଥିଲ, ଯେଉଁଥିରେ ବ୍ୟାଙ୍କର ବର୍ତ୍ତମାନର ପରିସ୍ଥିତି ବିଷୟରେ ବର୍ଣ୍ଣନା କରାଯାଇଥିଲା । ସେ କହିଥିଲେ ଯେ, ବିଭାଗଗୁଡିକ ବ୍ୟାଙ୍କରେ ଟଙ୍କା ଜମା କରୁଥିବା ବେଳେ ସତର୍କତା ଅବଲମ୍ୱନ କରୁ । ମୁମ୍ୱାଇରେ ପିଏମସି ବ୍ୟାଙ୍କ ଦୁର୍ନୀତି ଓ ଅନ୍ୟ କିଛି ଆର୍ଥିକ ସଂସ୍ଥାଗୁଡିକର ଆର୍ଥିକ ପରିସ୍ଥିତି ଦେଖି ମିଣା ଏହି ଚିଠି ବିଭାଗକୁ ଲେଖିଥିଲେ ।