close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମୃଦୁ ପାନୀୟରେ ନିଶା ଦେଇ ବୃଦ୍ଧାଙ୍କଠାରୁ ଲୁଟ୍‌

ତିନୋଟି ମୁଦି ଓ ନଗଦ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି । ପୋଲିସ ସୂଚନା ପାଇ ଶିରିଗୁଡା ସ୍କୁଲ ନିକଟରୁ ସତ୍ୟନାରାୟଣଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରିଥିଲେ ।

ମୃଦୁ ପାନୀୟରେ ନିଶା ଦେଇ ବୃଦ୍ଧାଙ୍କଠାରୁ ଲୁଟ୍‌

ରାୟଗଡା: ମୃଦୁ ପାନୀୟରେ ନିଶା ଦେଇ ଜଣେ ବୃଦ୍ଧାଙ୍କ ଠାରୁ ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ରାୟଗଡା ସହରର ଶିରିଗୁଡା ସ୍କୁଲ ନିକଟରେ।  ଲୁଟ୍‌ର ଶିକାର ହୋଇଥିବା ବୃଦ୍ଧାଙ୍କ ନାଁ ସତ୍ୟନାରାୟଣ ପାଢୀ । ତାଙ୍କୁ ଅଚେତ ଅବସ୍ଥାରେ ଶିରିଗୁଡା ସ୍କୁଲ ନିକଟରୁ ଉଦ୍ଧାର କରିଥିଲା ପୋଲିସ । 

ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ସତ୍ୟନାରାୟଣଙ୍କ ଦୋକାନରେ ଦୁର୍ବୃତ୍ତ ଆସି ଥଣ୍ଡା ପାନୀୟ ପାଇଁ ଅଡର୍ ଦେଇଥିଲେ । ପରେ ଦୁର୍ବୃତ୍ତ ସେ ପାନୀୟରେ ନିଶା ମିଶାଇ ସତ୍ୟନାରାୟନକୁ ପିଇବାକୁ ଦେଇଥିଲେ । ଏହାପରେ  ତାଙ୍କୁ  ବାଇକରେ ନେଇଯାଇଥିଲେ। ତାଙ୍କ ଠାରୁ ତିନୋଟି ମୁଦି ଓ ନଗଦ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି । ପୋଲିସ ସୂଚନା ପାଇ ଶିରିଗୁଡା ସ୍କୁଲ ନିକଟରୁ ସତ୍ୟନାରାୟଣଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରିଥିଲେ ।

ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

Tags: