ମରିଗଲାଣି ମାନବିକତା, ଅସୁସ୍ଥ ପୁଅକୁ ଠେଲାରେ ଡାକ୍ତରଖାନା ନେଲା ବୃଦ୍ଧ ବାପା
Advertisement

ମରିଗଲାଣି ମାନବିକତା, ଅସୁସ୍ଥ ପୁଅକୁ ଠେଲାରେ ଡାକ୍ତରଖାନା ନେଲା ବୃଦ୍ଧ ବାପା

ଗତ ୧୫ ତାରିଖରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । 

ମରିଗଲାଣି ମାନବିକତା, ଅସୁସ୍ଥ ପୁଅକୁ ଠେଲାରେ ଡାକ୍ତରଖାନା ନେଲା ବୃଦ୍ଧ ବାପା

ଅଜୟ ନାଥ, ସମ୍ବଲପୁର: ପୁଳା ପୁଳା ଯୋଜନା ମଧ୍ୟରେ ସତେ ଯେମିତି ସ୍ୱାସ୍ଥ୍ୟ ସେବା ଛନ୍ଦି ହୋଇ ପଡ଼ିଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ଯୋଜନା ଉପରେ ଯୋଜନା ଗଦା କରୁଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ମଧ୍ୟ ସୁଯୋଗକୁ ହାତ ଛଡ଼ା କରୁନାହାନ୍ତି । ରାଜ୍ୟର ପ୍ରତିଟି ଲୋକ ନିକଟରେ ସ୍ୱାସ୍ଥ୍ୟସେବା କିପରି ସହଜରେ ପହଞ୍ଚାଯିବ ସେନେଇ ରାଜ୍ୟ ସରକାର ବିଜ୍ଞାପନ ଠାରୁ ଆରମ୍ଭ କରି ପ୍ରଚାର କରୁଛନ୍ତି । ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ବାସ୍ତବ ସ୍ଥିତି ସରକାରଙ୍କ ଅପାରଗ ପଣିଆକୁ ପଦାରେ ପକାଇଛି । 

ଅଧିକ ପଢନ୍ତୁ: ପାଣିପାଗ ବିଭାଗର ଚେତାବନୀ, ବର୍ଷା ବଢାଇବ ଥଣ୍ଡା

ଗତ ୧୫ ତାରିଖରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ଏହି ସମୟରେ ସମ୍ବଲପୁରରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହା ମାନବିକତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବ ନିଶ୍ଚୟ । କେବଳ ମାନବିକତା ନୁହେଁ, ସମାଜରେ ସ୍ୱାର୍ଥପରର ନଗ୍ନ ଉଦାହରଣ ମଧ୍ୟ ପାଲଟିଛି । ଅସୁସ୍ଥ ପୁଅର ଚିକିତ୍ସା ପାଇଁ ବୃଦ୍ଧ ବାପା ଦୀର୍ଘ ୬ କିଲୋମିଟର ଧରି ଠେଲାରେ ବୋହି ନେବା ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ମଧ୍ୟ କେହି ସାହାଯ୍ୟ ପାଇଁ ଆଗେଇ ଆସିନଥିଲେ । ଯାହା ମାନବସମାଜକୁ ନିନ୍ଦିତ ନିଶ୍ଚିତ କରିବ । 

ଅଧିକ ପଢନ୍ତୁ: ଭାଙ୍ଗିଯିବ ପୁଡୁଚେରୀର କଂଗ୍ରେସ ସରକାର! ରାହୁଲଙ୍କ ଗସ୍ତ ପୂର୍ବରୁ ଆଉ ଜଣେ ବିଧାୟକଙ୍କ ଇସ୍ତଫା

ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳରେ ଗୋପାଳ ବାଗ ଶ୍ରମିକ ଭାବେ ଧନୁପାଲି ଅଞ୍ଚଳରେ କାମ କରନ୍ତି। ସୋମବାର କାମ କରୁଥିବା ସମୟରେ ଗୋପାଳ ମୁଣ୍ତ ବୁଲାଇବାରୁ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ମାଲିକ କିମ୍ବା ଅନ୍ୟ ଶ୍ରମିକମାନେ ତାଙ୍କୁ ସହାୟତାର ହାତବଢାଇନଥିଲେ । ଦୀର୍ଘ ସମୟର ଧରି ଗୋପାଳ ତଳେ ପଡ଼ି ରହିଥିଲେ । ଖବର ପାଇ ତାଙ୍କ ବୟସ୍କ ବୃଦ୍ଧ ବାପା ନିଜର ବନ୍ଧୁଙ୍କ ଠାରୁ ଏକ ଟ୍ରଲି ଧରି ପୁଅକୁ ଚିକିତ୍ସା ପାଇଁ ଧାଇଁ ଆସିଥିଲେ । 

ଅଧିକ ପଢନ୍ତୁ: ବାଇ-ଲ କଣ୍ଟ୍ରୋଭର୍ସି ପାର୍ଟ-୨, ବିବାଦ ଆଉ କେତେଦିନ ?

ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ନିକଟରେ ମୋବାଇଲ ଫୋନର ସୁବିଧା ନାହିଁ । ଏହି ଘଟଣା ସ୍ଥାନୀୟ ବ୍ୟକ୍ତି ବିଶେଷ ଦେଖୁଥିଲେ ମଧ୍ୟ କେହି ଆମ୍ବୁଲାନ୍ସକୁ ଯୋଗାଯୋଗ କରିନଥିଲେ । ଫଳରେ ମୁଣ୍ଡଫଟା ଖରାରେ ବୃଦ୍ଧ ଜଣକ ନିଜ ଟ୍ରଲି ଧରି ପୁଅକୁ ଡାକ୍ତରଖାନା ନେଇ ଯାଇଥିଲେ । 

ଏହି ଦୃଶ୍ୟକୁ ରାସ୍ତାରେ ଯାଉଥିବା ବ୍ୟକ୍ତି ବିଶେଷ ଦେଖୁଥିଲେ ମଧ୍ୟ କେହି ତାଙ୍କର ସହାୟତା ପାଇଁ ଆଗେଇ ଆସିନଥିଲେ । ଏପରିକି ରାସ୍ତାରେ କଂଗ୍ରେସ ଆନ୍ଦୋଳନ କରୁଥିବେ ମଧ୍ୟ କର୍ମୀ ମାନେ କେବଳ ତାଙ୍କୁ ରାସ୍ତା ଛାଡ଼ିବା ଛଡ଼ା ଅନ୍ୟ କୌଣସି ପ୍ରକାର ସହାୟତା କରିନଥିଲେ ।