କୋରୋନାକୁ ନେଇ ଚୀନର ଚାଞ୍ଚଲ୍ୟକର ତଥ୍ୟ

ସମଗ୍ର ବିଶ୍ୱ ପାଇଁ ବର୍ତ୍ତମାନ କୋରୋନା ଭାଇରସ ଏକ ପ୍ରକାର ଚିନ୍ତାଜନକ ସମସ୍ୟା ଭାବେ ଉଭା ହୋଇଛି। ନିୟନ୍ତ୍ରଣକୁ ଆସୁନାହିଁ ଏହି କୋରୋନା ଆତଙ୍କ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହା ସହିତ ୮୦ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଆକ୍ରାନ୍ତ ରହିଛନ୍ତି। ସେପଟେ ମୃତକଙ୍କ ମଧ୍ୟରେ ୬ ଜଣ ଚୀନ ବାହାରେ ମୃତ୍ୟୁବରଣ କରିଛନ୍ତି। ତେବେ ଏହି ଭାଇରସ ଜାପାନରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଫଳରେ ଜାପାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଟପିଲାଣି। 

କୋରୋନାକୁ ନେଇ ଚୀନର ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ବର୍ତ୍ତମାନ କୋରୋନା ଭାଇରସ ଏକ ପ୍ରକାର ଚିନ୍ତାଜନକ ସମସ୍ୟା ଭାବେ ଉଭା ହୋଇଛି। ନିୟନ୍ତ୍ରଣକୁ ଆସୁନାହିଁ ଏହି କୋରୋନା ଆତଙ୍କ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହା ସହିତ ୮୦ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଆକ୍ରାନ୍ତ ରହିଛନ୍ତି। ସେପଟେ ମୃତକଙ୍କ ମଧ୍ୟରେ ୬ ଜଣ ଚୀନ ବାହାରେ ମୃତ୍ୟୁବରଣ କରିଛନ୍ତି। ତେବେ ଏହି ଭାଇରସ ଜାପାନରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଫଳରେ ଜାପାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଟପିଲାଣି। 

ଅଧିକ ପଢନ୍ତୁ: 'ଲେଖିକି ରଖ, ମାର୍ଚ୍ଚ ୩ରେ ଫାଶୀ ହେବନି'

ସେପଟେ ଏହି କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଚୀନ ସରକାର ପ୍ରକାଶ କରିଛନ୍ତି। ଚୀନ ସରକାର ଜାରି କରିଥିବା ରିପୋର୍ଟ ମୁତାବକ ପାଖାପାଖି ୮୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ଭାଇରସକୁ ନେଇ ଏକ ନୂଆ ତଥ୍ୟ ଜାରି କରିଛି ଚୀନ। କୋରୋନା ଉପରେ ଗବେଷଣା କରୁଥିବା ସଂସ୍ଥା ସିସିଡିସି(ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ) କହିଛି କି, ଭାଇରସ ମାଧ୍ୟମରେ ୮୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮୦ ପ୍ରତିଶତ ରୋଗୀ ବୟସ୍କ ତଥା ରୋଗୀମାନେ ରହିଛନ୍ତି। 

ଯେଉଁମାନେ ପୂର୍ବରୁ ସାମାନ୍ୟ ରୋଗାକ୍ରାନ୍ତ ଥିଲେ, ସେହିମାନେ ବିଶେଷ ଭାବେ ଏହି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସଂଗଠନ କହିଛି। ତେବେ ଏହି କୋରୋନାରେ କେବଳ ସାଧାରଣ ଲୋକ ହୋଇନାହାନ୍ତି, ବରଂ ଚିକିତ୍ସକମାନେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏପରିକି ଏହି ଭାଇରସରେ ଜଣେ ଡାକ୍ତରଙ୍କୁ ମୃତ୍ୟୁ ମଧ୍ୟ ହୋଇ ସାରିଥିବା ଜଣାପଡ଼ିଛି। କୋରୋନା ଭାଇରସର ନାମ କୋଭିଡ଼-୧୯ରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେବେ ଏହି ଭାଇରସ ଉପରେ ଡାକ୍ତରମାନେ ଗବେଷଣା ଚଳାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଷେଧକ ବାହାରି ପାରିନାହିଁ। 

ଅଧିକ ପଢନ୍ତୁ: ବିମାନ ଯାତ୍ରା ଠାରୁ ମହଙ୍ଗା ଟ୍ରେନ ଯାତ୍ରା

ତେବେ ଏହା ଉପରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସଂକ୍ରମିତ ଲୋକଙ୍କ ମଧ୍ୟରୁ ୮୦।୯ ପ୍ରତିଶତ ରୋଗୀଙ୍କୁ ସାମାନ୍ୟ ସଂକ୍ରମଣ ହୋଇଥିବା ବେଳେ ୧୩।୮ ପ୍ରତିଶତ ସଂକଟାପନ୍ନ ରହିଛି। ସେପଟେ ୪।୭ ପ୍ରତିଶତ ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହିଛି। ସେହିପରି ଏହି ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ବୟସ୍କ ରହିଥିବା ବେଳେ ୯ ବର୍ଷରୁ କମ ପିଲାମାନେ ସଂକ୍ରମଣର ଶିକାର ହୋଇ ନଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି।