)
ନୂଆଦିଲ୍ଲୀ: କୋରୋନା ସ୍ଥିତି ଦେଖି ସମଗ୍ର ଦେଶକୁ ଆଉ ୧୯ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଏନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଅର୍ଥାତ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ । ଭାରତୀୟଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ଦେଶର ତମାମ ନେତା ଏହାକୁ ସ୍ୱାଗତ କରିଛନ୍ତି ।
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କହିଛନ୍ତି, ଲକ୍ ଡାଉନ୍ ବୃଦ୍ଧି ହେଉ ବୋଲି ଆମେ ଚାହୁଁନଥିଲୁ । ମାତ୍ର କୋରୋନାରୁ ରକ୍ଷା ପାଇବାକୁ ହେଲେ ଏହା ହିଁ ଏକମାତ୍ର ଉପାୟ । ଲକ୍ ଡାଉନ୍ ଯେପରି ସଫଳ ହେବ, ସେନେଇ ଆମକୁ ଅଧିକାରୀଙ୍କ ସାଥ୍ ଦେବାର ଆବଶ୍ୟକତା ରହିଛି । ଯେମିତି ହେଲେ ମଧ୍ୟ କୋରୋନାର ଚେନକୁ ରୋକିବାକୁ ହେବ । ତେବେ ଏସବୁ ମଧ୍ୟରେ ଗରିବ ଏବଂ ଆର୍ଥିକ ଅନଗ୍ରସର ଲୋକଙ୍କୁ ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ ବୋଲି କହିଛନ୍ତି ଉମର ଅଦଦୁଲ୍ଲା ।
ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଲକ୍ ଡାଉନ୍ ଆଦେଶକୁ ଆମେ ସମ୍ପୁର୍ଣ୍ଣ ଭାବେ ପାଳନ କରିବୁ ।
Delhi will fully implement PM’s lockdown measures
— Arvind Kejriwal (@ArvindKejriwal) April 14, 2020