ଚିଦାମ୍ବରମଙ୍କୁ ଜାମିନ: କଂଗ୍ରେସ କହିଲା ସତ୍ୟର ବିଜୟ, ରିଟ୍ୱିଟ କରି ଏମିତି କହିଲେ ସମ୍ବିତ ପାତ୍ର

ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ଜାମିନ ମିଳିଛି । ଇଡି ପକ୍ଷରୁ ଦାୟର ହୋଇଥିବା ଏହି ମାମଲାରେ ଜାମିନ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ତେବେ ପୂର୍ବଚନ କେନ୍ଦ୍ରମନ୍ତ୍ରୀଙ୍କ ଜାମିନ ପରେ ଟ୍ୱିଟରରେ ମୁହାଁମୁହାଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । 

ଚିଦାମ୍ବରମଙ୍କୁ ଜାମିନ: କଂଗ୍ରେସ କହିଲା ସତ୍ୟର ବିଜୟ, ରିଟ୍ୱିଟ କରି ଏମିତି କହିଲେ ସମ୍ବିତ ପାତ୍ର
ଫାଇଲ ଫଟୋ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ଜାମିନ ମିଳିଛି । ଇଡି ପକ୍ଷରୁ ଦାୟର ହୋଇଥିବା ଏହି ମାମଲାରେ ଜାମିନ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ତେବେ ପୂର୍ବଚନ କେନ୍ଦ୍ରମନ୍ତ୍ରୀଙ୍କ ଜାମିନ ପରେ ଟ୍ୱିଟରରେ ମୁହାଁମୁହାଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । 

ଦଳର ଟ୍ୱିଟରରେ ଚିଦାମ୍ବରମଙ୍କ ଜାମିନଙ୍କୁ ସତ୍ୟର ବିଜୟ ବୋଲି କହିଛି କଂଗ୍ରେସ । ତେବେ ସଙ୍ଗେ ସଙ୍ଗେ ଏହା ଉପରେ ରିଟ୍ୱିଟ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଭ୍ରଷ୍ଟାଚାରର ସେଲିବ୍ରେସନ ବୋଲି କହିଛନ୍ତି ସମ୍ବିତ । 

ଆଇଏନଏକ୍ସ ମିଡିଆ ମାମଲାରେ ପି ଚିଦାମ୍ବରମଙ୍କୁ ଆଜି ଜାମିନ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଫଳରେ ଉଭୟ ସିବିଆଇ ଏବଂ ଇଡି ମାମଲାରେ ଶହେରୁ ଉର୍ଦ୍ଧ୍ୱ ଦିନ ହେଲା ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଗତ ଗୁରୁବାର ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବ୍ୟକ୍ତିଗତ ଭାବରେ ୨ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଦୁଇ ଜଣ ଜାମିନଦାର ସମାନ ଟଙ୍କାର ବେଲ ବଣ୍ଡ ଭରିବେ । ଏହାପରେ ଜେଲରୁ ମୁକୁଳିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ତେବେ ଜାମିନ ଦେବା ବେଳେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । 

ଚିଦାମ୍ବରମଙ୍କ ଆଗରେ କ'ଣ ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ ?

  • ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ
  • ପ୍ରମାଣ ନଷ୍ଠ ପାଇଁ କୌଣସି ବି ଉଦ୍ୟମ କରିବେ ନାହିଁ
  • ଆଇଏନଏକ୍ସ ମିଡିଆ ମାମଲାରେ କୌଣସି ସାର୍ବଜନୀନ ମତ ଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ
  • କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେ ନାହିଁ

ଏହି ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ଚିଦାମ୍ବରମକୁ ପ୍ରଥମେ ସିବିଆଇ ଗିରଫ କରିଥିଲା । ଯଦିଓ ଅକ୍ଟୋବରରେ ଜାମିନ ମିଳିଯାଇଥିଲା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ ହୋଇଥିଲେ ଚିଦାମ୍ବରମ । ତେବେ ଚିଦାମ୍ବରମଙ୍କୁ ଜାମିନ ମିଳିବ ନା ନାହିଁ, ଆଜି ସ୍ପଷ୍ଟ ହେବ । 

ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଶୁଣାଣି ବେଳେ ହାଇକୋର୍ଟ କହିଥିଲେ, ''ଆଇଏନଏକ୍ସ ମିଡିଆ ଅର୍ଥ ନେଣଦେଣ ମାମଲାରେ ଚିଦାମ୍ବରମଙ୍କ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ ରହିଛି । ଯଦି ତାଙ୍କୁ ଜାମିନ ମିଳେ, ତେବେ ସମାଜକୁ ଏକ ଖରାପ ବର୍ତ୍ତା ଯିବ ।''

ଇଡିର ସମ୍ପତ୍ତି ଶୋଷଣ ନିବାରଣ ଅଧିନିୟମ(ପିଏମଏଲଏ) ଅନୁଯାୟୀ ପି। ଚିଦାମ୍ବରମଙ୍କ ନାଁରେ ମାମଲା ରୁଜୁ ହୋଇଛି। ଚିଦାମ୍ବରମ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଉପା ସରକାର(୧) ଓ ଉପା ସରକାର(୨) ଅମଳରେ କେନ୍ଦ୍ର ଗୃହ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଥିଲେ। ୨୦୦୭ ମସିହାରେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ପାଇଁ  ଏଫଆଇପିବି ମଞ୍ଜୁରୀ ଦେବାକୁ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ୧୫ ମେ ୨୦୧୭ରେ ସିବିଆଇ ପି। ଚିଦାମ୍ବରମଙ୍କ ନାଁରେ ମାମଲା ରୁଜୁ କରିଥିଲା। ପରେ ଗତ ୨୧ ଅଗଷ୍ଟରେ ତାଙ୍କୁ ଗିରଫ କରାଯାଇଥିଲା। ଆଉ ଆଜି ଏହି ମାମଲାରେ ଚିଦାମ୍ବରମକୁ ଇଡି ଗିରଫ କରିଛି ।

ଆହୁରି ପଢନ୍ତୁ; ୫ ସାଥୀ ଯବାନଙ୍କୁ ମାରିବା ପରେ ନିଜକୁ ଗୁଳି କଲେ ଆଇଟିବିପି ଯବାନ