Advertisement
Article Detail0/zeeodisha/odisha693723
Zee OdishaOther Newsମଧ୍ୟପ୍ରଦେଶ ରାଜନୀତି: ଶିବରାଜଙ୍କ ଅଡ଼ିଓ ଭାଇରାଲ !, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ବୟାନ

ମଧ୍ୟପ୍ରଦେଶ ରାଜନୀତି: ଶିବରାଜଙ୍କ ଅଡ଼ିଓ ଭାଇରାଲ !, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ବୟାନ

ବହୁ ଷଡ଼ଯନ୍ତ୍ର ପରେ ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧିନ କମଳନାଥଙ୍କ ସରକାର ଭାଙ୍ଗିବାରେ ସଫଳ ହୋଇଥିଲା ବିଜେପି. କମଳନାଥଙ୍କ ସରକାର ଭାଙ୍ଗିବା ପରେ ବର୍ତ୍ତମାନର ରାଜ୍ୟରେ ଶିବରାଜଙ୍କ ସରକାର ଶାସନ ଜାରି ରଖିଛି. ତେବେ କମଳନାଥଙ୍କ ସରକାରକୁ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରୁ କଡ଼ା ନିର୍ଦ୍ଦେଶ ପାଇଥିଲେ ଶିବରାଜ ସିଂହ ଚୌହାନ.

ମଧ୍ୟପ୍ରଦେଶ ରାଜନୀତି: ଶିବରାଜଙ୍କ ଅଡ଼ିଓ ଭାଇରାଲ !, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ବହୁ ଷଡ଼ଯନ୍ତ୍ର ପରେ ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧିନ କମଳନାଥଙ୍କ ସରକାର ଭାଙ୍ଗିବାରେ ସଫଳ ହୋଇଥିଲା ବିଜେପି. କମଳନାଥଙ୍କ ସରକାର ଭାଙ୍ଗିବା ପରେ ବର୍ତ୍ତମାନର ରାଜ୍ୟରେ ଶିବରାଜଙ୍କ ସରକାର ଶାସନ ଜାରି ରଖିଛି. ତେବେ କମଳନାଥଙ୍କ ସରକାରକୁ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରୁ କଡ଼ା ନିର୍ଦ୍ଦେଶ ପାଇଥିଲେ ଶିବରାଜ ସିଂହ ଚୌହାନ. ଶିବରାଜଙ୍କ ଏକ ଅଡ଼ିଓ ଭାଇରାଲ ହେବା ପରେ ଏହି କଥା ସାମ୍ନାକୁ ଆସିଛି. ସେପଟେ କିନ୍ତୁ ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି. 

ଉକ୍ତ ଭାଇରାଲ ଅଡ଼ିଓରେ ଶୁଣିବାକୁ ମିଳୁଛି କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତ୍ତି ନେଇଛନ୍ତି ଯେ, ସରକାର ଭଙ୍ଗାଯିବା ଆବଶ୍ୟକ. ଯଦି ଏହି ସରକାର ନ ଭାଙ୍ଗେ ତେବେ ଏହାକୁ ବର୍ବାଦ କରିଦେବାକୁ କୁହାଯାଇଥିବା ନେଇ ଉକ୍ତ ଭାଇରାଲ ଅଡ଼ିଓରେ ଶୁଣିବାକୁ ମିଳିଛି. ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ, ମୋତେ କୁହ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତୁଲସୀ ସିଲାୱାଟଙ୍କ ବିନା ସରକାରଙ୍କୁ ଭାଙ୍ଗିବା ସମ୍ଭବ କି? ଅନ୍ୟ କୌଣସି ଉପାୟ ନଥିଲା ବୋଲି ମଧ୍ୟ ଶୁଣିବାକୁ ମିଳୁଛି. ତେବେ ଏହି ଅଡ଼ିଓ କ୍ଲିପର ସତ୍ୟତା ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ. 

ସେପଟେ ଏହି ଅଡ଼ିଓ କ୍ଲିପକୁ ନେଇ ବିଜେପି ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟିକରଣ ମିଳିପାରିନାହିଁ. ଅଡିଓ କ୍ଲିପ୍‌ରେ ଶୁଣିବାକୁ ମିଳୁଛି ଯେ, ତୁଲସୀ ସିଲାୱାଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଶ୍ୱସ୍ତ ତଥା ତାଙ୍କ ସହ ବିଜେପିରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ମନ୍ତ୍ରୀ।

Add Zee News as a Preferred Source

ଦୀର୍ଘ ଦିନ ଧରି କଂଗ୍ରେସ ସହିତ  ଜଡ଼ିତ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ଗେରୁଆ ଦଳରେ ସାମିଲ ହେବା ନିଶ୍ଚିତ ପକ୍ଷେ ରାଜନୈତିକ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ବୋଲି ଗଣା ଯାଉଛି. ଯେଉଁଠାରେ ଜ୍ୟୋତିରାଦିତ୍ୟଙ୍କ ବାପା ମାଧବରାଓ ସିନ୍ଧିଆ ଦୀର୍ଘ ଦିନ ଧରି କଂଗ୍ରେସ ସହିତ ଜଡ଼ିତ ରହିଆସିଛନ୍ତି.  ଏପରିକି ମାଧବରାଓଙ୍କର ରାଜୀବ ଗାନ୍ଧୀ ଓ ଇନ୍ଦିରା ଗାନ୍ଧୀଙ୍କ ସହିତ ମଧ୍ୟ ବେଶ ଭଲ ସମ୍ପର୍କ ରହି ଆସିଥିଲା. 

କଂଗ୍ରେସ ନେତା ନରେନ୍ଦ୍ର ସାଲୁଜା ଶ୍ରୀ ଚୌହାନଙ୍କ ମନ୍ତବ୍ୟର ଉତ୍ତରରେ କହିଛନ୍ତି: "ଶିବରାଜ ସିଂ ଚୌହାନ ନିଜେ ସତ କହିଛନ୍ତି ଯେ ଜ୍ୟୋତିରାଦିତ୍ୟଙ୍କ ସାହାଯ୍ୟରେ କମଲ ନାଥ ସରକାରଙ୍କୁ ଟାଣିବାରେ ବିଜେପି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଇନ୍ଦୋରରେ ଚୌହାନଙ୍କ ବିବୃତ୍ତି ମଧ୍ୟ ପ୍ରକାଶ କରିଛି। ଏହା ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱନିଷ୍ପତ୍ତି ନେଇଥିଲା।

 

About the Author