ଆରସିଏମରୁ ପୁଣି ଜଣେ ଅନ୍ତେବାସୀ ନିଖୋଜ
Advertisement

ଆରସିଏମରୁ ପୁଣି ଜଣେ ଅନ୍ତେବାସୀ ନିଖୋଜ

ବାଳାଶ୍ରମ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ପୁଣି ଥରେ ବାଳକ ଆଶ୍ରମରୁ ଅନ୍ତେବାସୀ ନିଖୋଜ । ସୋରଡାରେ ଥିବା RCM ବାଳକ ଆଶ୍ରମରୁ ଗତକାଲି ରାତିରେ ଜଣେ ଅନ୍ତେବାସୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।  

ଆରସିଏମରୁ ପୁଣି ଜଣେ ଅନ୍ତେବାସୀ ନିଖୋଜ

ବ୍ରହ୍ମପୁର: ବାଳାଶ୍ରମ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ପୁଣି ଥରେ ବାଳକ ଆଶ୍ରମରୁ ଅନ୍ତେବାସୀ ନିଖୋଜ । ସୋରଡାରେ ଥିବା RCM ବାଳକ ଆଶ୍ରମରୁ ଗତକାଲି ରାତିରେ ଜଣେ ଅନ୍ତେବାସୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।  

RCM ବାଳାଶ୍ରମରୁ ପୁର୍ବରୁ ୫ଜଣ ଅନ୍ତେବାସୀ ନିଖୋଜ ଘଟଣାର କୌଣସି ସନ୍ଧାନ ମିଳିନଥିବା ବେଳେ ଏବେ ଆଉ ଜଣେ ଅନ୍ତେବାସୀ ନିଖୋଜ ଘଟଣା ସୁରକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ତେବେ ଅନ୍ତେବାସୀ ନିଖୋଜକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଖବର ନଥିବା ଜଣାପଡ଼ିଛି ।