ଆୟୁଷ୍ମାନ ଭାରତ ଯୋଜନାରେ କୋଟିଏ ଭାରତୀୟ ଉପକୃତ ହୋଇଥିବା ନେଇ ଜଣାଇଛନ୍ତି ପିଏମ ମୋଦି |
Trending Photos
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଲୋକଙ୍କୁ ସହାଯ୍ୟ ସହଯୋଗ ଯୋଗାଇବା ଜାରି ରଖିଛନ୍ତି କେନ୍ଦ୍ର ସରକାର | ହେଲେ ବର୍ତ୍ତମାନ ସୋସିଆଲ ମିଡିଆ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାବଦରେ ଲୋକଙ୍କୁ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ କୋଟିଏ ଭାରତୀୟ ଉପକୃତ ହୋଇଥିବା ଜଣାଇଛନ୍ତି ପିଏମ ମୋଦି | ଏହି ଯୋଜନା ମାଧ୍ୟମରେ ଦେଶର ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତର ସ୍ୱାସ୍ଥ୍ୟ ସେବା ପାଇବାକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ | ଏହା ସହିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଗ୍ୟାରେଣ୍ଟୀ ଦିଆଯାଏ |
ଏହା ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, "ପ୍ରତି ଭାରତୀୟଙ୍କୁ ଏହା ଜାଣିବା ପରେ ଗର୍ବ ଅନୁଭବ କରିବେ ଯେ, ଆୟୁଷ୍ମାନ ଭାରତ ଯୋଜନାରେ ଲାଭାର୍ଥୀଙ୍କ ସଂଖ୍ୟା ୧ କୋଟି ପାର କରିସାରିଛି | ଦୁଇ ବର୍ଷରୁ କମ ସମୟ ମଧ୍ୟରେ ଏହି ପ୍ରୟାସର ସକରାତ୍ମକ ପ୍ରଭାବ ଲୋକଙ୍କ ଉପରେ ପଡିଛି | ମୁଁ ସମସ୍ତ ଲାଭାର୍ଥୀ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଉଛି | ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି |
ଏହା ସହିତ ସେ ଆହୁରି ଲେଖିଛନ୍ତି,"ମୁଁ ଆମର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଆୟୁଷ୍ମାନ ଭାରତ ସହ ଜଡିତ ଲୋକଙ୍କୁ ପ୍ରଶଂସା କରିବାକୁ ଚାହୁଁଛି | ସେମାନଙ୍କ ପ୍ରୟାସ ଏହାକୁ ଦୁନିଆରେ ସବୁଠୁ ବଡ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ବନାଇଛି | ଏହି ଯୋଜନା ମାଧ୍ୟମରେ ଅନେକ ଭାରତୀୟ ଉପକୃତ ହୋଇଛନ୍ତି | "
ପ୍ରଧାନମନ୍ତ୍ରୀ ଆଗକୁ କହିଛନ୍ତି," ଏଥିରେ ଲାଭାର୍ଥୀ ଯେଉଁଠାରେ ପଞ୍ଜୀକରଣ କରିଛନ୍ତି ସେଠାରେ ନୁହେଁ ଭାରତର ଯେ କୌଣସି ଭାଗରେ ଉତ୍ତମ ଏବଂ ଶସ୍ତା ଚିକିତ୍ସା ସୁବିଧା ପାଇପାରିବେ | ଏହା ସେହି ଲୋକଙ୍କୁ ସାହାଯ୍ୟ କରୁଛି ଯେଉଁମାନେ ଘର ବାହାରେ ରହି କାମ କରୁଛନ୍ତି | "
ନିଜର ସରକାରୀ ଗସ୍ତ ଅବସରରେ ଏହି ଯୋଜନାର ଲାଭାର୍ଥୀଙ୍କ ସହ କଥାବାର୍ତ୍ତା କରିବି | ହେଲେ ବର୍ତ୍ତମାନ ସମୟରେ ଏହା ସମ୍ଭବ ନୁହେଁ | ମେଘାଳୟର ଆୟୁଷ୍ମାନ ଭାରତ ଯୋଜନା ଲାଭାର୍ଥୀ ପୂଜା ଥାପ୍ପାଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା ହୋଇଛି |