୩ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଅପପୃଷ୍ଟିର ଶିକାର: ୟୁନିସେଫ୍ ରିପୋର୍ଟ
Advertisement

୩ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଅପପୃଷ୍ଟିର ଶିକାର: ୟୁନିସେଫ୍ ରିପୋର୍ଟ

ଅନେକ ସମୟରେ ଅପପୃଷ୍ଟିର ଶିକାର ପିଲାଙ୍କ ବିଷୟରେ ଆମେ ଗଣମାଧ୍ୟରେ ଜାଣିବାକୁ ପାଇଥାଉ। ଅପପୃଷ୍ଟିରୁ ଶିଶୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ଓ କେନ୍ଦ୍ରସରକାର ଅନେକ ଯୋଜନା କରିଛନ୍ତି। ତଥାପି କେତେକ ସ୍ଥାନରେ ଯୋଜନା ଅପହଞ୍ଚ। ନଗଡ଼ାରେ ଶିଶୁଙ୍କ ଅପପୃଷ୍ଟିର ଶିକାର ଖବର ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲ।ତେବେ ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ପରି ଦୁର୍ବଳ ଲାଗିବା, ଶିକ୍ଷିବାରେ ବିଳମ୍ୱ ହେବା, ରୋଗ ପ୍ରତିରୋଧକ ଶକ୍ତି କମି ଯିବା ଯୋଗୁଁ ସଂକ୍ରମଣର ଶିକାର ଆଶଙ୍କା ବଢ଼ିଯାଇଥାଏ। କିନ୍ତୁ ଆପଣ ଜାଣନ୍ତି  କି ବିଶ୍ୱରେ ପ୍ରତି ୩ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଅପପୃଷ୍ଟିର ଶିକାର। ଏକଥା ଆମେ କହୁନାହୁଁ।

  • ଅନେକ ସମୟରେ ଅପପୃଷ୍ଟିର ଶିକାର ପିଲାଙ୍କ ବିଷୟରେ ଆମେ ଗଣମାଧ୍ୟରେ ଜାଣିବାକୁ ପାଇଥାଉ
  • ଅପପୃଷ୍ଟିରୁ ଶିଶୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ଓ କେନ୍ଦ୍ରସରକାର ଅନେକ ଯୋଜନା କରିଛନ୍ତି। ତଥାପି କେତେକ ସ୍ଥାନରେ ଯୋଜନା ଅପହଞ୍ଚ
  •  ନଗଡ଼ାରେ ଶିଶୁଙ୍କ ଅପପୃଷ୍ଟିର ଶିକାର ଖବର ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲ।ତେବେ ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ପରି ଦୁର୍ବଳ ଲାଗିବା, ଶିକ୍ଷିବାରେ ବିଳମ୍ୱ ହେବା, ରୋଗ ପ୍ରତିରୋଧକ ଶକ୍ତି କମି ଯିବା ଯୋଗୁଁ ସଂକ୍ରମଣର ଶିକାର ଆଶଙ୍କା ବଢ଼ିଯାଇଥାଏ
  •  କିନ୍ତୁ ଆପଣ ଜାଣନ୍ତି କି ବିଶ୍ୱରେ ପ୍ରତି ୩ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଅପପୃଷ୍ଟିର ଶିକାର 

Trending Photos

Malnutrition Children

ପ୍ରଦ୍ୟୁମ୍ନ କୁମାର ମାଝୀ,ନୂଆଦିଲ୍ଲୀ: ଅନେକ ସମୟରେ ଅପପୃଷ୍ଟିର ଶିକାର ପିଲାଙ୍କ ବିଷୟରେ ଆମେ ଗଣମାଧ୍ୟରେ ଜାଣିବାକୁ ପାଇଥାଉ। ଅପପୃଷ୍ଟିରୁ ଶିଶୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ଓ କେନ୍ଦ୍ରସରକାର ଅନେକ ଯୋଜନା କରିଛନ୍ତି। ତଥାପି କେତେକ ସ୍ଥାନରେ ଯୋଜନା ଅପହଞ୍ଚ। ନଗଡ଼ାରେ ଶିଶୁଙ୍କ ଅପପୃଷ୍ଟିର ଶିକାର ଖବର ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲ।ତେବେ ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ପରି ଦୁର୍ବଳ ଲାଗିବା,ଶିକ୍ଷିବାରେ ବିଳମ୍ୱ ହେବା, ରୋଗ ପ୍ରତିରୋଧକ ଶକ୍ତି କମି ଯିବା ଯୋଗୁଁ ସଂକ୍ରମଣର ଶିକାର ଆଶଙ୍କା ବଢ଼ିଯାଇଥାଏ। କିନ୍ତୁ ଆପଣ ଜାଣନ୍ତି  କି ବିଶ୍ୱରେ ପ୍ରତି ୩ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଅପପୃଷ୍ଟିର ଶିକାର। ଏକଥା ଆମେ କହୁନାହୁଁ। ନିକଟରେ ଆସିଥିବା ୟୁନିସେଫ୍ ରିପୋର୍ଟରୁ ଏହା ଜଣାପଡ଼ିଛି।

ୟୁନାଇଟେଡ୍ ନେସନ ଚିଲଡ୍ରେନ ଫଣ୍ଡ (ୟୁନିସେଫ୍) ରିପୋର୍ଟରେ ଦର୍ଶାଯାଇଛି  ଯେ ସାରା ବିଶ୍ୱରେ  ୫ ବର୍ଷରୁ  କମ୍ ବର୍ଷୀୟ ଶିଶୁ ମାନଙ୍କ ମଧ୍ୟରେ ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ଶିଶୁ ଅପପୃଷ୍ଟିର   ଶିକାର ହେଉଛନ୍ତି। ଅପପୃଷ୍ଟି କାରଣରୁ ଶିଶୁର ବିକାଶ ସଠିକ ଭାବେ ହେଉନାହିଁ। ୟୁନିସେଫ୍  ରିପୋର୍ଟ ଅନୁସାରେ ଅପପୁଷ୍ଟି ଏକ ସ୍ୱାସ୍ଥ୍ୟ ସମସ୍ୟା  ଯାହା ଯଥେଷ୍ଟ ପୋଷକ ନ ଥିବା କିମ୍ବା ମାତ୍ରାଧିକ ପୋଷକ ଥିବା ଖାଦ୍ୟ ଖାଇବା ଫଳରେ ସୃଷ୍ଟି ହୋଇଥାଏ।

fallbackଷ୍ଟେଟ୍ ଅଫ୍ ଦ ୱାଲ୍ଡ ଚିଲଡ୍ରେନ୍ ୨୦୧୯: ଶିଶୁଙ୍କ ଖାଦ୍ୟ ଓ ପୋଷକତତ୍ତ୍ୱରେ କହିଛନ୍ତି ୫ ବର୍ଷରୁ କମ୍ ବର୍ଷୀୟ ଶିଶୁ ମାନଙ୍କ ମଧ୍ୟରୁ ଅତି କମରେ ୨୦ କୋଟିରୁ ଅଧିକ ଶିଶୁ ଅପପୃଷ୍ଟିର ଶିକାର କିମ୍ୱା ମୋଟାପଣର ଶିକାର ହୋଇଛନ୍ତି। ବିଶ୍ୱ ସ୍ତରରେ ଏହି ସ୍ଥିତି, ପ୍ରତି ୩ଜଣ ପିଲାଙ୍କ ମଧ୍ୟରୁ ଜଣେ ଓ  ୬ ମାସର ୨ ବର୍ଷ ମଧ୍ୟରେ ଦୁଇ ତୃତୀୟଂଶ  ଶିଶୁଙ୍କୁ ପେଟପୁରା ଖାଦ୍ୟ ମିଳୁନାହିଁ।  ଯେଉଁଥିପାଇଁ ସେମାନଙ୍କର ବିକାଶରେ ସମସ୍ୟା ଦେଖାଦେଉଛି।

ପର୍ଯ୍ୟାପ୍ତ ପୋଷଣର ଅଭାବ ଯୋଗୁଁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା, ଦୁର୍ବଳ ମସ୍ତିସ୍କ, କମ ସ୍ମରଣ ଶକ୍ତି, ଦୁର୍ବଳ ସ୍ୱାସ୍ଥ୍ୟ ଓ ସଂକ୍ରମଣ ପ୍ରତି ସମ୍ୱେଦନଶୀଳ ବଢ଼ିଯାଇଥାଏ। ଅନେକ ସମୟରେ କମ ଆୟୁରୁ  ମୃତ୍ୟୁ ମଧ୍ୟ ହୋଇଯାଉଛି।

ୟୁନିସେଫ୍ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରିଟା ଫୋରେଙ୍କ ଅନୁସାରେ ସ୍ୱାସ୍ଥ୍ୟ ଓ ପୋଷଣକୁ ନେଇ  ଲୋକେ ମୂଳ ତଥ୍ୟକୁ ଭୁଲିଯାଉଛନ୍ତି। ଶିଶୁ ଅସ୍ୱାସ୍ଥକର ଖାଦ୍ୟ ଖାଇବା ଦ୍ୱାରା କୁପୋଷଣର ଶିକାର ହୋଇଥାନ୍ତି। ହେନରିଟା ଆହୁରି ମଧ୍ୟ କହିଛନ୍ତି  ଲକ୍ଷ ଲକ୍ଷ ଶିଶୁଙ୍କୁ  ପୋଷକ ଆହାର  ମିଳିପାରୁନାହିଁ  କାରଣ ତାଙ୍କ ପାଖରେ କୌଣସି ଉତ୍ତମ ବିକଳ୍ପ ନାହିଁ।

ୟୁନିସେଫ୍ ରିପୋର୍ଟରେ ଅଧିକାଂଶ କ୍ଷେତ୍ରରେ ପାରିବାରିକ ବୋଝକୁ ଅପପୃଷ୍ଟି ପାଇଁ ଦାୟି କରାଯାଇଛି। ଏହା ଦ୍ୱାରା ଅପପୃଷ୍ଟି, ମୋଟାପଣ ଓ  ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବ ଦେଖାଦେଉଛି। ୫ ବର୍ଷରୁ  କମ୍ ବୟସର ୧୪.୯ କୋଟି ଶିଶୁଙ୍କ  ବୟସ ତୁଳନାରେ ଶରୀରର ବୃଦ୍ଧି  ଘଟୁନାହିଁ।  ପ୍ରାୟ ୫ କୋଟି ଶିଶୁ ଉଚ୍ଚତା ଅନୁସାରେ ଅଧିକ ପତଳା ଅଟନ୍ତି। ଯାହା ଅପପୃଷ୍ଟିର ସାଧାରଣ ଭାବେ ସଂକେତ  ଦେଉଛି।