Advertisement
Article Detail0/zeeodisha/odisha662754
Zee OdishaOther Newsଓଡିଶାରେ ଆଉ ଜଣେ କୋରୋନା ଆକ୍ରାନ୍ତ

ଓଡିଶାରେ ଆଉ ଜଣେ କୋରୋନା ଆକ୍ରାନ୍ତ

ଓଡିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି

ଓଡିଶାରେ ଆଉ ଜଣେ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଓଡ଼ିଶାରେ ଆଉ ଜଣେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହା ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଉକ୍ତ କୋରୋନା ଆକ୍ରାନ୍ତ ଜଣକ କଟକର ହୋଇଥିବା ବେଳେ ତାଙ୍କର ସଠିକ ସୂଚନା ମିଳିପାରିନାହିଁ । 

ସୂଚନା ଯୋଗ୍ୟ ଏହି କୋରୋନା ଆକ୍ରାନ୍ତ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ତେବେ ଆଜି ତାଙ୍କର ନମୂନା ପରୀକ୍ଷା ରିପୋର୍ଟରୁ ସେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ଏହା ପୂର୍ବରୁ ଆହୁରି ୪ ଜଣ ଆକ୍ରାନ୍ତ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩ ଜଣ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଷଷ୍ଠ ସଂକ୍ରମିତ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ରହିଛି । 

ଏହା ଗତ କିଛି ଦିନ ତଳେ ପଞ୍ଚମ କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ସେ ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ସେ କେତେ ଜଣଙ୍କ ସମ୍ପର୍କରେ ଆସିଥିଲେ ସେ ନେଇ କୌଣସି ସଠିକ ସୂଚନା ମିଳିନାହିଁ । ସେପଟେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଯେପରି ବୃଦ୍ଧି ନ ପାଏ, ସେଥିପାଇଁ ଭୁବନେଶ୍ୱର ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ ଡାଉନ ପରିସ୍ଥିତି ଜାରି କରିବାକୁ ଯାଉଛନ୍ତି ରାଜ୍ୟ ସରକାର । 

Add Zee News as a Preferred Source
About the Author