ଜମ୍ମୁ-କାଶ୍ମୀରରେ ଜଣେ ଆତଙ୍କୀ ନିପାତ
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ । ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଏବେ ଅପରେସନ ଜାରିରହିଛି । ମୃତ ଆତଙ୍କବାଦୀର ପରିଚୟ ମିଳିନଥିବା ଜଣାପଡିଛି ।
Trending Photos

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ । ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଏବେ ଅପରେସନ ଜାରିରହିଛି । ମୃତ ଆତଙ୍କବାଦୀର ପରିଚୟ ମିଳିନଥିବା ଜଣାପଡିଛି ।
ସୂଚନା ମୁତାବକ, ଜମ୍ମୁ-କାଶ୍ମୀର ଗାନ୍ଦରବଲ ଗୁଣ୍ଡରେ ହୋଇଥିଲା ଏହି ଏନକାଉଣ୍ଟର । ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲେ ।
#UPDATE Jammu & Kashmir Police: One terrorist killed in an encounter with security forces in Gund, Ganderbal. https://t.co/gE6GlpWWus
— ANI (@ANI) November 12, 2019
ସେପଟେ ଗତକାଲି ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିଲେ । ବନ୍ଦିପୋରାରେ ଦୀର୍ଘ ସମୟ ଧରି ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ଚାଲିବା ପରେ ୨ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ ।
More Stories
Comments - Join the Discussion