ଦୁଇଟି ଗାଁ ଗୋଟିଏ ନାଁ, ଫାଳେ ଓଡ଼ିଶାର ଆଉ ଫାଳେ ଆନ୍ଧ୍ରର
Advertisement

ଦୁଇଟି ଗାଁ ଗୋଟିଏ ନାଁ, ଫାଳେ ଓଡ଼ିଶାର ଆଉ ଫାଳେ ଆନ୍ଧ୍ରର

ଗାଁ ଗୋଟିଏ କିନ୍ତୁ ଗୋଟିଏ ଫାଳ ଓଡ଼ିଶାରେ ଅଛି, ଆଉ ଅନ୍ୟ ଫାଳଟି ଆନ୍ଧ୍ର ପ୍ରଦେଶରେ ଅଛି। ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଏବେ ବି ବିକାଶ ପହଞ୍ଚି ପାରି ନାହିଁ। ଉନ୍ନତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ଓଡ଼ିଶା-ଆନ୍ଧ୍ର ସୀମାରେ ରହିଥିବା ୧୧ ଖଣ୍ଡ ଗାଁକୁ ଦେଖିଲେ ଉନ୍ନତିର ବାସ୍ତବ ଚିତ୍ର ଜାଣି ପାରିବେ। 
 

  • ଗାଁ ଗୋଟିଏ କିନ୍ତୁ ଗୋଟିଏ ଫାଳ ଓଡ଼ିଶାରେ ଅଛି, ଆଉ ଅନ୍ୟ ଫାଳଟି ଆନ୍ଧ୍ର ପ୍ରଦେଶରେ ଅଛି
  • ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଏବେ ବି ବିକାଶ ପହଞ୍ଚି ପାରି ନାହିଁ
  • ଉନ୍ନତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି
  •  କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ଓଡ଼ିଶା-ଆନ୍ଧ୍ର ସୀମାରେ ରହିଥିବା ୧୧ ଖଣ୍ଡ ଗାଁକୁ ଦେଖିଲେ ଉନ୍ନତିର ବାସ୍ତବ ଚିତ୍ର ଜାଣି ପାରିବେ
  •  

Trending Photos

One person have double identity card in Odisha's Koraput.

ନିରଜ ଶତପଥୀ, କୋରାପୁଟ: ଗାଁ ଗୋଟିଏ କିନ୍ତୁ ଗୋଟିଏ ଫାଳ ଓଡ଼ିଶାରେ ଅଛି, ଆଉ ଅନ୍ୟ ଫାଳଟି ଆନ୍ଧ୍ର ପ୍ରଦେଶରେ ଅଛି। ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଏବେ ବି ବିକାଶ ପହଞ୍ଚି ପାରି ନାହିଁ। ଉନ୍ନତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ଓଡ଼ିଶା-ଆନ୍ଧ୍ର ସୀମାରେ ରହିଥିବା ୧୧ ଖଣ୍ଡ ଗାଁକୁ ଦେଖିଲେ ଉନ୍ନତିର ବାସ୍ତବ ଚିତ୍ର ଜାଣି ପାରିବେ। 
ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳର ଲୋକେ ଯେ କିଭଳି ଜୀବନ ବିତାଉଥିବେ ଜଣେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ। 
ଆନ୍ଧ୍ର-ଓଡ଼ିଶା ସୀମା ଯାଉଥିବା ଦୁଇଟି ରାସ୍ତାରୁ ଗୋଟିଏ ଆନ୍ଧ୍ରକୁ ଏବଂ ଅନ୍ୟଟି ସୀମାବର୍ତ୍ତୀ ଗାଁକୁ ଯାଇଛି। ଦୁଇ ରାଜ୍ୟର ସୀମାରେ ଥିବା ଏହି ଗାଁ ହେଉଛି ଗାଡି ୱାଲସା ଗାଁ। ଗୋଟିଏ ନାଁ କିନ୍ତୁ ଦୁଇଟି ଗାଁ। ଗୋଟେ ଓଡ଼ିଶାର, ଅନ୍ୟଟି ଆନ୍ଧ୍ର ପ୍ରଦେଶର।  ଆନ୍ଧ୍ର ଗାଁରେ ପାନୀୟ ଜଳ ସବିଧା ସହିତ ବିଦ୍ୟୁତ୍ ସଂଯୋଗ ରହିଛି।  କିନ୍ତୁ ଓଡ଼ିଶା ଅଧୀନ ଅଞ୍ଚଳରେ ନା ଅଛି ପାନୀୟ ଜଳ ସୁବିଧା ନା ଅଛି ବିଦ୍ୟୁତ୍। ଏପରିକି ଗାଁକୁ ଆସିବା ପାଇଁ ରାସ୍ତା ଟିଏ ବି ନାହିଁ। 
ପଟାଙ୍ଗି ବ୍ଲକର ରାଲେଗାଡା ପଞ୍ଚାୟତର ୨୬ ନମ୍ବର ଜାତୀୟ ରାଜପଥ ଠାରୁ ଦୀର୍ଘ ୧୦ କିଲୋମିଟର ଗଲାପରେ ଆନ୍ଧ୍ର ସୀମାରେ ରହିଥିବା ଗାଡିୱାଲସା ଗାଁ ପଡ଼େ। ଏହାରି ମଧ୍ୟରେ ରହିଛି ୧୧ ଖଣ୍ଡ ଗାଁ। ସବୁଠି ସମାନ ଅବସ୍ଥା। ଏହି ଗାଁ ଗୁଡିକୁ ସଂଯୋଗ କରିବା ପାଇଁ ରାସ୍ତା ଟିଏ ଆଜି ଯାଏ ନିର୍ମାଣ ହୋଇ ପାରିନାହିଁ। ପଥୁରିଆ ପାହାଡିଆ ପାଦଚଲା ରାସ୍ତା ହିଁ ଏମାନଙ୍କ ସାହା ଭରସା। ଏହି ଅଞ୍ଚଳରେ ରହିଥିବା ୧୧ ଖଣ୍ଡ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁ ନାହିଁ।  ଫଳରେ ରୋଗୀ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଭାରରେ ବୋହି ଦୀର୍ଘ ୮/୧୦ କିଲୋମିଟର ପାଦରେ ଚାଲି ଚାଲି ନେଇ ଥାଆନ୍ତି ସ୍ଥାନୀୟ ଲୋକ।  ଏହାରି ମଧ୍ୟରେ କିଛି ମହିଳା ଓ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ନଜିର ରହିଛି। 
କେବଳ ସେତିକି ନୁହେଁ, ଏହି ରାସ୍ତା ପାଇଁ ପ୍ରତିବନ୍ଧକ ସାଜିଛି ପାହାଡିଆ ନାଳ।  ଏହି ନାଳ ଦେଇ ବାଇକ ମଧ୍ୟ ନେବା କଷ୍ଟକର ହୋଇପଡ଼ୁଛି।  ବର୍ଷା ଦିନେ ଏହି ନାଳ ଦେଇ ପ୍ରଖର ଗତିରେ ଜଳ ପ୍ରବାହିତ ହେଉଥିବାରୁ ଲୋକମାନେ ଯାତାୟତ କରି ପାରନ୍ତି ନାହିଁ।  ଏହାରି ଉପରେ ଏକ ବ୍ରିଜ ନିର୍ମାଣ ସହିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।  
ଏହି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା କଥା ନ କହିବା ଭଲ।  ଏଠାରେ ରହିଛି ଜାମୁଗୁଡା ପ୍ରାଥମିକ ବିଦ୍ୟାଳୟ।  ବିଦ୍ୟାଳୟରେ ରହିଛି ଗୋଟିଏ ମାତ୍ର ଶ୍ରେଣୀ କକ୍ଷ।  ଆଉ ଏଠାରେ ବସି ପାଠ ପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲ। ପାଞ୍ଚଟି ଶ୍ରେଣୀକୁ ମାତ୍ର ଦୁଇ ଜଣ ଶିକ୍ଷକ।  ଏଭଳି ସ୍ଥିତିରେ ପିଲାମାନେ କ'ଣ ପଢିବେ, ତାହା ତ ଆପଣ ଜାଣିପାରୁଥିବେ।  ସେହିପରି ଅନ୍ୟ ଏକ ବିଦ୍ୟାଳୟ ହେଉଛି ଇଟା ବାଲସା ନୂତନ ପ୍ରାଥମିକ ବିଦ୍ୟାଳୟ।  ଏଠିକାର ଅବସ୍ଥା ଆହୁରି ତଦୃପ।  ବିଦ୍ୟାଳୟ ତ ଖୋଲା ଅଛି,.କିନ୍ତୁ ନା ଅଛନ୍ତି ଶିକ୍ଷକ ନା ଅଛନ୍ତି ପିଲା।  ଏଠାରେ ଉପସ୍ଥିତ ଥିବା ଏହି ଭଦ୍ର ବ୍ୟକ୍ତି ମାନେ ବିଦ୍ୟାଳୟ ସହିତ ସଂପୃକ୍ତ ନୁହନ୍ତି।  .ତଥାପି ପିଲାଙ୍କ ଡ୍ରେସ ଧରି ବସିଛନ୍ତି।  ସେହିଭଳି ମେଟାବରା ଗାଁରେ ରହିଥିବା ଅଙ୍ଗନୱାଡି ବନ୍ଦ ରହିଛି।  ଏଭଳି ସ୍ଥିତିରେ ଏଠାରେ ଶିକ୍ଷା ବ୍ୟବସ୍ଥା ଏବଂ ଶିଶୁ ବିକାଶ ବ୍ୟବସ୍ଥା ପ୍ରତି ବିଭାଗ କେତେ ସଚେତନ ଏଥିରୁ ଜଣାପଡୁଛି। 
ଅନ୍ୟପଟେ ଏହି ଅଞ୍ଚଳର ସମସ୍ୟା ଏବେ ଦୃଷ୍ଟିକୁ ଆସିଛି ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପଟାଙ୍ଗି ବିଡିଓ। .ସେହିପରି ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ ଗାଁ ସମେତ ୧୧ ଖଣ୍ଡ ଗ୍ରାମର ସମସ୍ୟା ସଂପର୍କରେ ଜିଲ୍ଲା ପରିଷଦ ବୈଠକରେ ଆଲୋଚନା ହୋଇଥିଲା। ବ୍ରିଜ ଏବଂ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଥିବା କହିଛନ୍ତି ଜିଲ୍ଲାପାଳ। 
ଯୋଜନାର ବିରାଟ ସୋପାନ ମଧ୍ୟରେ ଅନୁନ୍ନତ ଅଞ୍ଚଳର ଯଦି ବିକାଶ ହୋଇ ନ ପାରିବ, ତେବେ ଲୋକମାନଙ୍କର ବିକାଶ କେମିତି ହେବ।  .