ସୁନା ଦୋକାନରେ ବିକ୍ରି ହେଉଛି ପିଆଜ !
Advertisement
Article Detail0/zeeodisha/odisha603640

ସୁନା ଦୋକାନରେ ବିକ୍ରି ହେଉଛି ପିଆଜ !

ପିଆଜ ପାଇଁ ଅଭିନବ ପ୍ରତିବାଦ । ଋଣରେ ମିଳିବ ପିଆଜ । ବାରାଣସୀରେ ଏବେ ପିଆଜ ପାଇଁ ଋଣ କରିବାକୁ ପଡ଼ୁଛି । ପିଆଜ ଆଉ ପରିବା ଦୋକାନରେ ମିଳୁନି । ଏକାବେଳେ ଗହଣା ଦୋକାନରେ ନିଜକୁ ସ୍ଥାନିତ କରିସାରିଲାଣି ପିଆଜ । ଗହଣା ଦୋକାନରେ ବିକ୍ରି ହେଉଛି ପିଆଜ ।

 

ଫାଇଲ ଫଟୋ

ସୁଭଦ୍ରା ବେହେରା, ନୂଆଦିଲ୍ଲୀ: ପିଆଜ ଦର ଏବେ ଆକଶା ଛୁଆଁ । ପିଆଜରେ ହାତ ମାରିବାକୁ ଡରୁଛନ୍ତି ସାଧାରଣ ଲୋକେ । ଖାଇବା ଥାଳିରୁ ପିଆଜ ଗାଏବ ହୋଇଯିବାରୁ ଲୋକଙ୍କ ମଧ୍ୟରେ ଏବେ ଅସନ୍ତୋଷ ଦେଖାଦେଇଛି । ତେବେ ବାରାଣସୀରେ ପିଆଜକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ପିଆଜ ପାଇଁ ଅଭିନବ ପ୍ରତିବାଦ । ଋଣରେ ମିଳିବ ପିଆଜ । ବାରାଣସୀରେ ଏବେ ପିଆଜ ପାଇଁ ଋଣ କରିବାକୁ ପଡ଼ୁଛି । ପିଆଜ ଆଉ ପରିବା ଦୋକାନରେ ମିଳୁନି । ଏକାବେଳେ ଗହଣା ଦୋକାନରେ ନିଜକୁ ସ୍ଥାନିତ କରିସାରିଲାଣି ପିଆଜ । ଗହଣା ଦୋକାନରେ ବିକ୍ରି ହେଉଛି ପିଆଜ ।

ବାରଣାସୀର ଏକ ଗହଣା ଦୋକାନର କାନ୍ଥରେ ଲାଗିଥିବା ସ୍କିମକୁ ପଢିଲେ ଆପଣଙ୍କ ହୋସ ଉଡ଼ିଯିବ । ସେଥିରେ ଲେଖା ହୋଇଛି '' ଆଧାର କାର୍ଡ ଲାଓ ଅର ଲୋନ ପର ପ୍ୟାଜ ଲେ ଜାଓ'' ଅର୍ଥାତ ଆଧାର କାର୍ଡ ଆଣନ୍ତୁ ଆଉ ଲୋନରେ ପିଆଜ ନେଇଯାଆନ୍ତୁ । ଏହି ସ୍କିମ ସୁନା ଚାନ୍ଦି ପାଇଁ ନୁହେଁ ବରଂ ଲୋକଙ୍କ ଥାଳିରୁ ଗାଏବ ହେଉଥିବା ପିଆଜ ପାଇଁ । ଏମିତି କରି ବାରଣାସୀର କିଛି ଲୋକ ନିଜର ପ୍ରତିବାଦ ଜଣାଇଛନ୍ତି ।

ପିଆଜର ଦର ଦିନକୁ ଦିନ ହୁହୁ ହୋଇ ବଢିବାରେ ଲାଗିଛି । ମଣ୍ଡିରେ ପିଆଜ ୮୦ରୁ ୧୦୦ କିଲୋ ପ୍ରତି ବିକ୍ରି ହେଉଛି । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ପ୍ରକାଶ କରିବା ସାଧାରଣ କଥା ।