Advertisement
Article Detail0/zeeodisha/odisha669138

ପଥର ଫିଙ୍ଗାଳିଙ୍କ ପାଇଁ ରାତି ୩ଟାରେ ଖୋଲିଲା କୋର୍ଟ

ମୁରାଦାବାଦରେ ଡାକ୍ତର, ପୋଲିସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ ରାଜ୍ୟ ସରକାର ବେଶ କଠୋର ମନୋଭାବ ପୋଷଣ କରୁଛନ୍ତି। ମୁରାଦାବାଦରେ ହୋଇଥିବା ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତକାଲି ଏନଏସଏ ଲଗାଇ ପୋଲିସ ୧୭ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା ଉତ୍ତରପ୍ରଦେଶ ପୋଲିସ।&nbs

ପଥର ଫିଙ୍ଗାଳିଙ୍କ ପାଇଁ ରାତି ୩ଟାରେ ଖୋଲିଲା କୋର୍ଟ

ଲକ୍ଷ୍ନୌ: ମୁରାଦାବାଦରେ ଡାକ୍ତର, ପୋଲିସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ ରାଜ୍ୟ ସରକାର ବେଶ କଠୋର ମନୋଭାବ ପୋଷଣ କରୁଛନ୍ତି। ମୁରାଦାବାଦରେ ହୋଇଥିବା ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତକାଲି ଏନଏସଏ ଲଗାଇ ପୋଲିସ ୧୭ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା ଉତ୍ତରପ୍ରଦେଶ ପୋଲିସ। 

ତେବେ ଏତିକିରେ ଦଣ୍ଡ ଦେବା ଶେଷ ହୋଇନି ଉତ୍ତରପ୍ରଦେଶ ସରକାରଙ୍କର। ଏହି ଆକ୍ରମଣକାରୀଙ୍କ ସମ୍ପତ୍ତି ମଧ୍ୟ ଜବତ କରିବାକୁ ଉଦ୍ୟମ କରିଛନ୍ତି।  ରାଷ୍ଟ୍ରୀୟ ସୁରକ୍ଷା କାନୁନ ଆନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ସରକାର। ସେପଟେ ଏହି ଆକ୍ରମଣକାରୀଙ୍କୁ ଜେଲରେ ପୁରାଇବା ପାଇଁ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ମଧ୍ୟ ରାତ୍ରୀରେ କୋର୍ଟ ଖୋଲିଛନ୍ତି ରାଜ୍ୟ ସରକାର। 

ରାତ୍ରୀ ୩ଟାରେ କୋର୍ଟ ଖୋଲି ଏହି ଆକ୍ରମଣକାରୀଙ୍କ ବିପକ୍ଷରେ ଶୁଣାଣୀ କରିଛନ୍ତି। ଶୁଣାଣି କରିବା ସହିତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେପଟେ ଏହି ପଥରଫିଙ୍ଗାଳିଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ରହିଥିଲେ। ତେବେ ଏହି ଅଭିଯୁକ୍ତଙ୍କ ବିପକ୍ଷରେ କଠୋରୁ କଠୋର ଧାରା ଲଗାଇ ଗିରଫ କରିଛନ୍ତି। ତେବେ ରାତି ୩ଟାରୁ ଶୁଣାଣି ଆରମ୍ଭ କରି ଭୋର ୫ଟା ସୁଦ୍ଧା ଶୁଣାଣି ଶେଷ କରିଥିଲେ। ଏହା ସହିତ ଅଭିଯୁକ୍ତମାନଙ୍କୁ ଜେଲରେ ଭର୍ତ୍ତି କରିଥିଲା ପୋଲିସ। 

Add Zee News as a Preferred Source

ସେପଟେ ଏହି ଆକ୍ରମଣକାରୀଙ୍କ ସମ୍ପତ୍ତି ମଧ୍ୟ ଜବତ କରିବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି ସମ୍ପତ୍ତି ଜବତ କରିବା ସହିତ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ଦେବେ।ଏହା ସହିତ ସରକାର ଏହି ଜବତ ସମ୍ପତ୍ତି ଅର୍ଥରେ କ୍ଷତି ହୋଇଥିବା ଗାଡ଼ି ଗୁଡ଼କର ମଧ୍ୟ କ୍ଷତିକୁ ପୁରଣ କରିବେ ବୋଲି ସୂଚନା ରହିଛି। 

ଏହି ଘଟଣା ପରେ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏହିଭଳି କାର୍ଯ୍ୟକଲେ ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଭାବେ ପରିଗଣିତ କରାଯିବ। ଡାକ୍ତର ଓ ପୋଲିସଙ୍କୁ ଉପରକୁ ଯିଏ ବି ପଥର ଫିଙ୍ଗିବ ତାଙ୍କୁ ଏହା ପରେ ସିଧାସଳଖ ଗୁଳି ମାରିବାକୁ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। 

About the Author