close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମୋଦି ସରକାରଙ୍କୁ ଘେରିବାକୁ ମେଳି ବାନ୍ଧିଲେ ବିରୋଧୀ

ମୋଦି ସରକାରଙ୍କ ବିରୋଧରେ ଗର୍ଜିବେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ । ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର, କୃଷି ସଙ୍କଟ ଇତ୍ୟାଦି ମୁଦ୍ଦା ନେଇ ରାଜରାସ୍ତାକୁ ଓହ୍ଲାଇବେ । ସଂସଦରୁ ସଡକ, ସବୁଠି ଉଠିବ ଏସବୁ ପ୍ରସଙ୍ଗ । ଦେଶର ବହୁ ପ୍ରମୁଖ ବିରୋଧୀ ଦଳ ଏନେଇ ସହମତି ପ୍ରକାଶ କରିଛନ୍ତି । 

ମୋଦି ସରକାରଙ୍କୁ ଘେରିବାକୁ ମେଳି ବାନ୍ଧିଲେ ବିରୋଧୀ
ଫାଇଲ ଫଟୋ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ ଗର୍ଜିବେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ । ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର, କୃଷି ସଙ୍କଟ ଇତ୍ୟାଦି ମୁଦ୍ଦା ନେଇ ରାଜରାସ୍ତାକୁ ଓହ୍ଲାଇବେ । ସଂସଦରୁ ସଡକ, ସବୁଠି ଉଠିବ ଏସବୁ ପ୍ରସଙ୍ଗ । ଦେଶର ବହୁ ପ୍ରମୁଖ ବିରୋଧୀ ଦଳ ଏନେଇ ସହମତି ପ୍ରକାଶ କରିଛନ୍ତି । 

ସୋମବାର ବିରୋଧୀ ଦଳଗୁଡିକ ମଧ୍ୟରେ ଏହି ବୈଠକ ବସିଥିଲା । ଆସନ୍ତା ମାସ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେସନରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର, କୃଷି ସଙ୍କଟ ଇତ୍ୟାଦି ପ୍ରସଙ୍ଗ ଉଠାଇବା ନେଇ ସହମତି ପ୍ରକାଶ ପାଇଛି । ବିରୋଧୀ ଦଳଗୁଡିକ ଏକାଠୀ ହୋଇ ଏହି ମୁଦ୍ଦାଗୁଡିକୁ ଉଠାଇବେ । ଜବାବ ମାଗିବେ ବିରୋଧୀ, ଉତ୍ତର ଦେବେ ସରକାର । 

କଂଗ୍ରେସ ପକ୍ଷରୁ ଡକାଯାଇଥିବା ଏହି ବୈଠକରେ ୧୩ଟି ଦଳ ସାମିଲ ହୋଇଥିଲେ । ତେବେ ଦୁଇ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ବୈଠକରେ ସାମିଲ ହୋଇନଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଯଦିଓ ଏନସିପି ମୁଖ୍ୟ ଶରଦ ପାୱାର ସାମିଲ ହେବାର ଥିଲା, କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ରହିଥିଲେ । 

କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ, ବର୍ତ୍ତମାନ ଦେଶର ସମସ୍ତେ ଚିନ୍ତିତ ଅଛନ୍ତି । କିନ୍ତୁ ବିଜେପି ଚିନ୍ତିତ ନାହିଁ । କାହିଁକି ନା ବିଜେପି ପାଖରେ ଟଙ୍କାର କମି ନାହିଁ । ଦେଶରେ ମାନ୍ଦବସ୍ଥା ଲାଗିରହିଥିବା ବେଳେ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ସେ ଅଭିଯୋଗ କରିଥିଲେ । ସମସ୍ତ ବିରୋଧୀ ଦଳ ଏକାଠୀ ହୋଇ ମୋଦି ସରକାର ବିରୋଧରେ ରଣହୁଙ୍କାର ଦେବାକୁ ସେ ଆହ୍ୱାନ ଦେଇଥିଲେ ।